Posted inରାଜ୍ୟ

ଅଙ୍ଗନଓ୍ବାଡି କର୍ମୀଙ୍କୁ ଚରିତ୍ରକୁ ଆକ୍ଷେପ କରି ମନ୍ତବ୍ୟ ଦେବା ପ୍ରତିବାଦ: ତାଳଚେର ସିଡିପିଓ ଅଫିସ ଘେରାଉ

ତାଳଚେର,୧୨।୬(ନି.ପ୍ର.): ତାଳଚେର ବ୍ଲକ ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ବୁଧବାର ତାଳଚେର ସିଡିପିଓଙ୍କ ଅଫିସ ଘେରାଉ କରାଯାଇଛି। ସିଡିପିଓ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ଚରିତ୍ରକୁ ଆକ୍ଷେପ କରି ମନ୍ତବ୍ୟ ଦେବା ପ୍ରତିବାଦରେ ଏହା କରାଯାଇଛି।

ସୂଚନାନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ଉକ୍ତ ଅଫିସରେ ପ୍ରୋଜେକ୍ଟ ମିଟିଙ୍ଗ ଚାଲିଥିଲା। ଏହି ସମୟରେ ଅଙ୍ଗରୁଆ ହରିଜନ ସାହି କେନ୍ଦ୍ରର କର୍ମୀ ପିଲାଙ୍କ ପରିବାର ଛତୁଆ ନେବାକୁ ଅମଙ୍ଗ ହେଉଥିବା କହିଥିଲେ। ଦିଆଯାଉଥିବା ଛତୁଆ ନିମ୍ନମାନର, ଏହାକୁ ଖାଇଲେ ପିଲାଙ୍କ ଦେହ ଖରାପ ହେଉଛି ବୋଲି ସେମାନେ ଅଭିଯୋଗ କରି ଏପରି କରୁଥିବା ପ୍ରକାଶ କରିଥିଲେ। ଏହାଶୁଣି ସିଡିପିଓ ଉତ୍ତେଜିତ ହେବା ସହ ଉକ୍ତ କର୍ମୀଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କ ଚରିତ୍ରକୁ ଆକ୍ଷେପ କରିଥିଲେ। ଏଥିରେ ଅପମାନିତ ବୋଧ କରି ସମ୍ପୃକ୍ତ କର୍ମୀ ଏ ସମ୍ପର୍କରେ ସଂଘକୁ ଜଣାଇବା ସହ ତୁରନ୍ତ ବିଚାର ନ କଲେ ଆତ୍ମହତ୍ୟା କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ। ଏଣୁ ଏହାକୁ ପ୍ରତିବାଦ କରି ବୁଧବାର ପୂର୍ବାହ୍ନରେ ତାଳଚେର ବ୍ଲକ ସଭାପତି ପୁଷ୍ପାଞ୍ଜଳି ସାହୁଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ସିଡିପିଓଙ୍କ ଅଫିସ ଘେରାଉ କରାଯାଇଛି। ସିଡିପିଓଙ୍କ ତୁରନ୍ତ ବଦଳି କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଖବରପାଇ ତାଳଚେର ବିଡିଓ ନେତ୍ରାନନ୍ଦ ମଲ୍ଲିକ, ସହକାରୀ ଜିଲାପାଳ ଗୌରୀ ନାୟକ ପହଞ୍ଚି ଆନ୍ଦୋଳନକାରୀ ମହିଳାଙ୍କ ସହ ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଚିକାଙ୍କୁ ନ୍ୟାୟ: ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଆତ୍ମହତ୍ୟା କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ...

ସସ୍ମିତ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ସସ୍ମିତ ପାତ୍ର ଏବଂ ସୁଲତା ଦେଓଙ୍କୁ...

ଚଳିତ ବର୍ଷ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ନାହିଁ:ମନ୍ତ୍ରୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ କୌଣସି ଜିଲାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ହେବ ନାହିଁ। ବର୍ତ୍ତମାନ ରାଜ୍ୟରେ ୪ଟି ସାଟେଲାଇଟ୍‌ ଷ୍ଟାଡିୟମ(ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍‌ସ କମ୍ପ୍ଲେକ୍ସ) ନିର୍ମାଣ କାର୍ଯ୍ୟ...

ଗଳାପୋଲ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବାରିପଦା ଅଫିସ, ୧୧ା୨- ବାରିପଦା ସହର ମୁର୍ଗାବାଡ଼ି ଛକ ନିକଟସ୍ଥ ନିଗମାନନ୍ଦ ଆଶ୍ରମଠାରେ ନିର୍ମାଣଧିନ ପ୍ଲାଏଓଭରରେ ଏକ ଗଳା ପୋଲ ନିର୍ମାଣ ଦାବିରେ ଅଞ୍ଚଳବାସୀ ସୋମବାର...

ମାହାଙ୍ଗା ଡବଲ ମର୍ଡର ସହ ମନ୍ତ୍ରୀଙ୍କ ଲିଙ୍କ୍‌ର ତଦନ୍ତ ହେବ

ନିଶ୍ଚିନ୍ତକୋଇଲି,୨୬ା୮(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡର୍ବଲ ମର୍ଡର ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ...

CORONAVIRUS UPDATE: ରାଜ୍ୟରେ ୩୭୭୭ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୮୦୦ ପାର

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଶନିବାର ୩୭୭୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୪୬୮୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):କୋଭିଡ୍‌ ପରିଚାଳନା କ୍ଷେତ୍ରରେ ବିଶ୍ୱ ସ୍ତରରେ ପ୍ରଶଂସା ପାଇଥିବା ଓଡ଼ିଶା ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। କୋଭିଡ୍‌ ଟିକାକରଣରେ ଜାତୀୟ ହାରଠାରୁ ରାଜ୍ୟ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ଲକ୍ଷ ୭୯ ହଜାର ୪୭୯...

Advertisement
Archives

Model This Week