ଅଗଷ୍ଟରେ ସାର୍ବଜନୀନ ହେବ କାଳିଆ ହିତାଧିକାରୀଙ୍କ ନାମ: ମନ୍ତ୍ରୀ

ଭୁବନେଶ୍ୱର,୨୮।୭(ବ୍ୟୁରୋ): କାଳିଆ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ନାମ ଆସନ୍ତା ଅଗଷ୍ଟରେ ସାର୍ବଜନୀନ କରାଯିବ। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଗୃହରେ ଆସିଥିବା ମୁଲତବୀ ପ୍ରସ୍ତାବର ଉତ୍ତର ଦେଇ ଏହା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୧,୦୫,୨୯୦ ହିତାଧିକାରୀଙ୍କୁ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ସମେତ ମୁକେଶ ମହାଲିଙ୍ଗ, ଜୟନ୍ତ କୁମାର ଷଡ଼ଙ୍ଗୀ, ନବଚରଣ ମାଝି ”କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ“ ଶୀର୍ଷକ ମୁଲବତୀ ପ୍ରସ୍ତାବ ଆଣିଥିଲେ। ଏହା ଉପରେ ମୋହନ କହିବାର କିଛି ସମୟ ପରେ ଉପବାଚସ୍ପତି ରଜନୀକାନ୍ତ ସିଂ ବକ୍ତବ୍ୟ ସଂକ୍ଷିପ୍ତ କରିବାକୁ କହିଥିଲେ। ହେଲେ ଏଥିରେ ମୋହନ ମାଝି ଅସନ୍ତୁଷ୍ଟ ହୋଇ ନିଜ ବକ୍ତବ୍ୟ ବନ୍ଦ କରିଦେଇଥିଲେ। ଏହା ପରେ ଅନ୍ୟ କୌଣସି ଭାଜପା ସଭ୍ୟ ମଧ୍ୟ କହି ନ ଥିଲେ। ମନ୍ତ୍ରୀ ଉତ୍ତର ରଖିବାର କିଛି ସମୟ ପରେ ଉପସ୍ଥିତ ସମସ୍ତ ଭାଜପା ସଦସ୍ୟ କକ୍ଷତ୍ୟାଗ କରିଥିଲେ। ମୋହନ ନିଜ ସ୍ବଳ୍ପ ବକ୍ତବ୍ୟ କାଳରେ କାଳିଆ ଯୋଜନା ହିତାଧିକାରୀ ଚୟନରେ ତ୍ରୁଟି ଏବଂ ତରବରିଆ ଭାବେ ଏହାକୁ ଲାଗୁ କରାଯାଇଥିବା ଅଭିଯୋଗ କରିଥିଲେ। କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ମୁଲତବୀ ପ୍ରସ୍ତାବରେ ଭାଗ ନେଇଥିଲେ। ମନ୍ତ୍ରୀ ଅରୁଣଙ୍କ ଉତ୍ତର ପରେ ପ୍ରସ୍ତାବଟିକୁ ଉପବାଚସ୍ପତି ଅଗ୍ରାହ୍ୟ କରିଥିଲେ।

କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ରାଜ୍ୟର ପ୍ରାୟ ୮ ଲକ୍ଷ ଅଣଋଣୀ ଚାଷୀ ବୀମାଭୁକ୍ତ ହୋଇସାରିଲେଣି। ରାଜ୍ୟ ସରକାର ନୁହନ୍ତି, କେନ୍ଦ୍ର ସରକାର ତରବରିଆଭାବେ ପିଏମ୍‌-କିଷାନ ଯୋଜନା ଲାଗୁ କରିଥିଲେ। କଂଗ୍ରେସ ସଭ୍ୟ ଚାଷୀଙ୍କୁ ଋଣଛାଡ଼ କଥା କହୁଛନ୍ତି, ହେଲେ ଋଣ ଛାଡ଼ କରିବା ପରେ ମଧ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦଳ ଲୋକ ସଭା ନିର୍ବାଚନରେ ସଫଳତା ପାଇନାହିଁ। ତେଣୁ ଋଣଛାଡ଼ ଅପେକ୍ଷା ଠିକ୍‌ ସମୟରେ ଆର୍ଥିକ ସହାୟତା ଯୋଗାଇଦେବା ଅଧିକ ଲାଭଦାୟକ। ରାଜ୍ୟରେ ଜଣେ ବି ଯୋଗ୍ୟ ଚାଷୀ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି। କାଳିଆ ଯୋଜନା ହିତାଧିକାରୀଙ୍କ ନାମ ସରକାରୀ ୱେବସାଇଟ୍‌ରେ ଦିଆଯିବ। ସହାୟତା ରାଶି ପାଇବା ପରେ ଚାଷୀ ଏବଂ ତା’ର ପରିବାର କେତେ ଖୁସି ସେ କଥା ସମସ୍ତେ ହୃଦୟଙ୍ଗମ କରିବା ଉଚିତ ବୋଲି ଅରୁଣ କହିଛନ୍ତି। କାଳିଆ ଯୋଜନାର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲା କମିଟି ଏବଂ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକ କମିଟି ଗଠନ କରାଯାଇଛି। ରାଜ୍ୟର ୫୦ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଏଥିରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି। ଏବେ ସୁଦ୍ଧା ୨୦୧୮-୧୯ ରବି ଋତୁ ଆରମ୍ଭରୁ ୩୬,୩୪,୭୧୦ ଜଣ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରଙ୍କୁ ଏଥିରେ ସାମିଲ କରାଯାଇଛି। ଭୂମିହୀନ କୃଷି ଶ୍ରମିକ ପରିବାରଙ୍କୁ ୧୨,୫୦୦ ଟଙ୍କାର ସହାୟତା ୩ଟି ପର୍ଯ୍ୟାୟରେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଛି। ଧାର୍ଯ୍ୟ ୨୫ ଲକ୍ଷ ମଧ୍ୟରୁ ୧୪,୭୦,୫୮୦ ପରିବାରଙ୍କୁ ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିବା ଅରୁଣ ସୂଚନା ଦେଇଛନ୍ତି। ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ସରକାର ଭାଗଚାଷୀଙ୍କୁ କିପରି ଅନ୍ତର୍ଭୁକ୍ତ କଲେ, ଭାଗଚାଷୀ ଆଇନସମ୍ମତ ନୁହେଁ। ଗୋଟିଏ ଏକର ଜମି ଚାଷ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ, ସରକାର ଦେଉଥିବା ମାତ୍ର ୧୦,୦୦୦ ଟଙ୍କା କେଉଁ କାମରେ ଆସିବ। ରାଜ୍ୟ ସରକାର ୫୧,୦୫,୨୯୦ ହିତାଧିକାରୀଙ୍କୁ ଅର୍ଥ ଦେଇଥିବା କଥା କହିଛନ୍ତି। ଯଦି ଏହାକୁ ହିସାବ କରାଯାଏ, ତେବେ ଏଥିପାଇଁ ରାଜ୍ୟ ସରକାର ୫୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏତେ ଟଙ୍କା ସରକାର କେଉଁଠୁ ଆଣିଲେ । ପ୍ରଥମେ ରାଜ୍ୟ ଜରୁରୀକାଳୀନ ପାଣ୍ଠିରୁ ୪୦୦ କୋଟି ଓ ପରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ସରକାର ଅଧ୍ୟାଦେଶ ଆଣିଥିଲେ। ତେବେ ଗୃହରେ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାହା ବିଭ୍ରାନ୍ତିକର ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ନିର୍ବାଚନ ପୂର୍ବରୁ ଏହା ଆରମ୍ଭ କରାଗଲା। ଶାସକ ଦଳର କର୍ମୀ, ନେତାମାନଙ୍କୁ କେବଳ ସହାୟତା ପ୍ରଦାନ କରାଗଲା। ପନିପରିବା ଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଚିନ୍ତା କରନ୍ତୁ ବୋଲି ସୁରେଶ କହିଥିଲେ। ସେହିପରି ବିଜେଡି ସଦସ୍ୟ ଅଶୋକ କୁମାର ବଳ, ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଜନା ସପକ୍ଷରେ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri