ଅଗଷ୍ଟରୁ ବଦଳିବ ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥାର ଚିତ୍ର : କାର୍ଯ୍ୟକ୍ଷମ ହେବ ଇଣ୍ଟିଗ୍ରେଟେଡ ଟ୍ରାଫିକ ସିଷ୍ଟମ

ବ୍ରହ୍ମପୁର ଅଫିସ,୧୪ା୭-ବ୍ରହ୍ମପୁରରେ ସୁଧୁରିବ ଟ୍ରାଫିକ ବ୍ୟବସ୍ଥା । ଅଗଷ୍ଟରୁ ବଦଳିବ ଏହାର ଚିତ୍ର । ଅଗଷ୍ଟ ଶେଷ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମଏସ) କାର୍ଯ୍ୟକ୍ଷମ ହେବ ।ଏନେଇ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସ୍ପଷ୍ଟ କରିଛନ୍ତି । ବିଏମ୍‌ସି କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ଟ୍ରାଫିକ ସିଷ୍ଟମ ସପ୍ଟୱେର ଡେଭଲପମେଣ୍ଟ କାର୍ଯ୍ୟ ଶେଷ ହେବ । ଅଗଷ୍ଟ ପହିଲାରୁ ଏହାର ଟ୍ରାୟଲ ରନ କରାଯିବା ସହ ଏନେଇ ଜନସଚେତତନା କରାଯିବ । ଅଗଷ୍ଟ ୧୫ ଅଥବା ୩୧ ସ୍ବାୟତ୍ତଶାସନ ଦିବସରୁ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ।
କାର୍ଯ୍ୟକ୍ଷମ ହେବା ପରବର୍ତ୍ତୀ ସମୟରୁ ଜରିମାନା ଆଦାୟ ମଧ୍ୟ ଆରମ୍ଭ ହେବ ବୋଲି କମିଶନର ସୂଚାଇଛନ୍ତିି ।
ସୂଚନା ପ୍ରକାରେ, ଏହି ଆଇଟିଏମଏସ ସିଷ୍ଟମରେ ଜନଗହଳିପୂର୍ଣ୍ଣ ଟାଟାବେଞ୍ଜ, ପିଭିଏନ୍‌ ରାଓ ପେଟ୍ରୋଲ ପମ୍ପ, କମାପଲ୍ଲୀ, ଗେଟବଜାର, କୋର୍ଟପେଟାରେ ଅଟୋ ଟ୍ରାଫିକ ସିଗନାଲ ଲାଇଟ ସହ ଇଣ୍ଟିଗ୍ରେଟେଡ କ୍ୟାମେରା ଲାଗିବ । ଛକକୁ ସଂଯୋଗୀକରଣ ରାସ୍ତା ଅନୁସାରେ ପ୍ରତି ରାସ୍ତା ପାଇଁ ଦୁଇଟି ଲେଖାଏ ଇଣ୍ଟିଗ୍ରେଟେଡ କ୍ୟାମେରା ଲାଗିବ । ଏବେ ସୁଧା କୋର୍ଟପେଟା ଛକରେ ଦୁଇଟି କ୍ୟାମେରା ଲଗାଯାଇଥିବା ବେଳେ କ୍ୟାମେରାର ଟ୍ରାୟଲ ରନ କାର୍ଯ୍ୟ ଚାଲୁ ରହିଛି । ଏହା ବ୍ୟତୀତ ୩ଟି ଛକରେ ଅଟୋ ଟ୍ରାଫିକ ସିଗନାଲ ଲାଇଟ ଖଞ୍ଜା କାର୍ଯ୍ୟ ସରିଛି ।
ଜୁଲାଇ ଶେଷ ସୁଦ୍ଧା ସମସ୍ତ ନିର୍ଦ୍ଧାରିତ ଛକରେ ଟ୍ରାଫିକ ସିଗନାଲ ଲାଇଟ ଓ ଇଣ୍ଟିଗ୍ରେଟେଡ କ୍ୟାମେରା ଖଞ୍ଜାଯିବା କାର୍ଯ୍ୟ ସରିବ ା ସହରର ଅନ୍ୟାନ୍ୟ ପ୍ରମୁଖ ବ୍ୟବସାୟିକ ତଥା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ୧୦୦ ଇଣ୍ଟିଗ୍ରେଟେଡ କ୍ୟାମେରା ଲଗାଯିବ ା
ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଟ୍ରାଫିକ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ସୁଧାରିବା ସହ ଅପରାଧ, ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖିହେବ ା
ସହର ରାସ୍ତାରେ ଆବର୍ଜନା ପକାଉଥିବା ତଥା ଜବରଦଖଲକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ା ତେବେ ଆଇଟିଏମଏସରେ ୩.୯ କୋଟି ଟଙ୍କା ବ୍ୟୟଅଟକଳ ହୋଇଥିବା ବେଳେ ବର୍ଷକୁ ବିଏମ୍‌ସି ପକ୍ଷରୁ ଏହାର ପରିଚାଳନା ବାବଦକୁ ୪୦ ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri