ଅଂଶୁଘାତ ୱାର୍ଡରେ ଦିଦିଙ୍କ କେକ୍‌ କଟା ଘଟଣା: ଏଡିଏମ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୧।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଂଶୁଘାତ ୱାର୍ଡରେ ଗତ ଶନିବାର ରାତିରେ ଜନୈକା ଦିଦିଙ୍କ ଜନ୍ମଦିନ ପାଳନ ବେଳେ କେକ୍‌ କଟାଯିବା ଓ ଦେଢ଼ଘଣ୍ଟା ଧରି ନୃତ୍ୟଗୀତର ଆୟୋଜନ କରାଯିବା ନେଇ ସୋମବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅମରେନ୍ଦ୍ରନାଥ ମହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସିଡିଏମ୍‌ଓ ମହାନ୍ତି ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଲକ୍ଷ୍ମୀନାରାୟଣ ବିଶୋଇଙ୍କୁ ଡାକି ଘଟଣାର ତଦନ୍ତ କରି ଗୋଟିଏ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଶୀତତାପ ନିୟନ୍ତ୍ରିତ ଅଂଶୁଘାତ ୱାର୍ଡ ଖୋଲାଯାଇଛି। ଏଠାରେ କିଏ ଜନ୍ମ ଦିନ ପାଳନ ପାଇଁ ଅନୁମତି ଦେଲା, କେଉଁମାନେ ଜନ୍ମ ଦିନ ପାଳନ କରୁଥିଲେ, କାହାର ଜନ୍ମଦିନ ଥିଲା ସେସବୁର ଖୋଲତାଡ଼ କରାଯିବ। ଏପରି କି ଘଟଣା ସମ୍ପର୍କରେ ସେତେବେଳେ କେମିତି ଜଣାପଡ଼ିଲା ନାହିଁ ସେ ସମ୍ପର୍କରେ ମଧ୍ୟ ଜଣାଇବାକୁ ସିଡିଏମ୍‌ଓ କହିଛନ୍ତି। ଏଡିଏମ୍‌ଓ  କହିଛନ୍ତି ଯେ, ସିଡିଏମ୍‌ଓ ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ମାଗିଛନ୍ତି। ବୁଧବାର ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯିବ। ତେବେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ହୋଇନାହିଁ ବୋଲି ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତୁଳିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକ ଶିକ୍ଷକ:ପ୍ରଶାସନକୁ ୭ ଦିନ ସମୟ ଦେଲେ ଗ୍ରାମବାସୀ

ଅନୁଗୋଳ ଅଫିସ, ୯।୭ ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ଅନ୍ତୁଳିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନାହାନ୍ତି।...

କୋର୍ଟକୁ ମନ୍ଦିର ସହ ତୁଳନା କଲେ ପୀଡ଼ିତାଙ୍କ ମା’ ବାପା : ଏଭଳି ସବୁ ଦୋଷୀଙ୍କୁ ଫାଶୀ ମିଳୁ

ଅନୁଗୋଳ ଅଫିସ, ୨୭।୭ – ଅନୁଗୋଳ ସହର ଉପକଣ୍ଠରେ ଘଟିଥିବା ନାବାଳିକା ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ରାୟକୁ ସବୁ ମହଲରେ ସ୍ବାଗତ କରାଯାଇଛି।...

ବିନା ଶ୍ରଦ୍ଧାଳୁରେ ହିଙ୍ଗୁଳା ଯାତ୍ରା

ଅନୁଗୋଳ ଅଫିସ୍/ତାଳଚେର, ୭ା୪- ଅନୁଗୋଳ ଜିଲା ତାଳଚେର ଗୋପାଳଗଡ଼ସ୍ଥିତ ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ମଙ୍ଗଳବାର ନିରାଡମ୍ବର ଭାବେ ପାଳନ କରାଯାଇଛି। ବିନା...

ବିଦ୍ୟୁତ୍‌ ଫାଶରେ କୁଟୁରା, ଗୟଳ ଶିକାର

ବନ୍ତଳା, ୫ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅଧୀନରେ ସୋମବାର ଓ ମଙ୍ଗଳବାର ୧୧ କେଭି ତାରରେ ହୁକ ପକାଇ ଏକ କୁଟୁରା...

ମାଈ ହାତୀର ମୃତଦେହ ଠାବ

ବଇଣ୍ଡା/ ମାଧପୁର, ୨୯ା୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ଶାନ୍ତିପୁର ଜଙ୍ଗଲରୁ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ବନ ବିଭାଗ...

ଅନୁଗୋଳରେ ଧର୍ମଘଟ ଡାକରାର ପ୍ରଭାବ

ଅନୁଗୋଳ ଅଫିସ,୮।୧:  କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ଧର୍ମଘଟ ଡାକରାର ପ୍ରଭାବ ଅନୁଗୋଳରେ ଦେଖାଦେଇଛି। ଶ୍ରମିକ ସଂଗଠନ ଓ...

କନ୍ଦାଉଛି ରାସ୍ତା ପାର୍ଶ୍ୱ କଟକଣା

ଅନୁଗୋଳ ଅଫିସ, ୧୧।୧୧ – ମାତ୍ର ତିନିଦିନ ପରେ ଦୀପାବଳି। କରୋନା କାଳ ହୋଇ ନ ଥିଲେ ଏତେବେଳକୁ ଦୀପ ଓ ବାଣ ବ୍ୟବସାୟ ଶିଖର...

କାର୍ଯ୍ୟ ବୋଝରେ ଠିକା ଶ୍ରମିକ

ବଅଁରପାଳ,୧ା୫ (ଡି.ଏନ.ଏ.): ଶ୍ରମିକଙ୍କ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ଏହା ସତ୍ତ୍ୱେ ଶ୍ରମିକମାନେ ଆଜି ଅବହେଳିତ ଅବସ୍ଥାରେ ରହିଛନ୍ତି। ଦୀର୍ଘବର୍ଷ ହେଲା କାର୍ଯ୍ୟ କରିଆସୁଥିଲେ...

Advertisement
Archives

Model This Week