କାଲି ସବୁ ପେଟ୍ରୋଲ ପମ୍ପ ବନ୍ଦ, ସୂଚନା ଦେଲେ…

ଭୁବନେଶ୍ୱର,୧୬।୭: ଏଫ୍‌ଏମ୍‌ ଅଟୋନୋମସ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଅର୍ଥାତ ଗୁରୁବାର ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ନେଇ ରାଜ୍ୟ ପେଟ୍ରୋଲ ଡିଲର୍‌ ଆସୋସିଏଶନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ଦିନ ସମସ୍ତ ପେଟ୍ରୋଲ  ପମ୍ପ ବନ୍ଦ ରହିବ। ଏନେଇ ପେଟ୍ରୋଲ ଡିଲର୍‌ ଆସୋସିଏଶନ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ପେଟ୍ରୋଲ ପମ୍ପ ବନ୍ଦ ରହିବାକୁ ଥିବା ବେଳେ ସନ୍ଧ୍ୟା ୬ ପରେ ଖୋଲିବ।  ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ। ତେବେ ୩ ଡିପୋ ସହ ରାଜ୍ୟର ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ  ବୋଲି ସେ ସୂଚନା ଦେଇଛନ୍ତି।
ପ୍ରକାଶ ଯୋଗ୍ୟ, ଓଡ଼ିଶା କଂଗ୍ରେସ ୧୭ ଜୁଲାଇ ୨୦୨୫ (ଗୁରୁବାର) ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ବନ୍ଦ ଡାକରାକୁ ବାମପନ୍ଥୀ ଦଳ ଓ ରାଷ୍ଟ୍ରୀୟ ଜନତା ଦଳ (ଏନସିପି) ସମେତ ଆଠଟି ରାଜନୈତିକ ଦଳ ସମର୍ଥନ କରୁଛନ୍ତି।ବାଲେଶ୍ୱରର ଫକୀର ମୋହନ (ଏଫଏମ) ଅଟୋନୋମସ କଲେଜର ୨୦ ବର୍ଷୀୟ ଛାତ୍ରୀ ସୌମ୍ୟଶ୍ରୀ ବିଶୀଙ୍କ ଅତ୍ୟନ୍ତ ଦୁଃଖଦ ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ସୌମ୍ୟଶ୍ରୀ ଜୁଲାଇ ୧୨ ତାରିଖରେ କଲେଜ ପରିସରରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ ଏବଂ ଜୁଲାଇ ୧୪ ତାରିଖରେ ଏଇମସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ବିଭାଗୀୟ ମୁଖ୍ୟ (ଏଚଓଡି) ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ, ରାଜ୍ୟର ଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଏମପି ଏହି ଘଟଣାରେ ସୌମ୍ୟଶ୍ରୀ ଓ ତାଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ଏହି ତିନି ଜଣଙ୍କ ଇସ୍ତଫା ଦାବି କରି କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି।

କଂଗ୍ରେସ କର୍ମୀମାନେ ରାଜ୍ୟର ପ୍ରମୁଖ ସ୍ଥାନମାନଙ୍କରେ ରାସ୍ତା ଅବରୋଧ କରିପାରନ୍ତି, ଯାହା ଯାନବାହାନ ଚଳାଚଳକୁ ପ୍ରଭାବିତ କରିପାରେ। ସରକାରୀ କାର୍ଯ୍ୟାଳୟ ଅଗଣାରେ ପ୍ରଦର୍ଶନ: ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ ହେବାର ସମ୍ଭାବନା ରହିଛି। ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନମାନଙ୍କରେ ରେଳ ରୋକୋ ପ୍ରଦର୍ଶନ ହୋଇପାରେ, ଯାହା ଟ୍ରେନ୍‌ ଚଳାଚଳକୁ ବାଧାପ୍ରାପ୍ତ କରିପାରେ। ବନ୍ଦ ସମୟରେ ରାଜ୍ୟରେ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ବନ୍ଦ ରହିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ବ୍ଲକ୍‌ସ୍ତରୀୟ ମତ୍ସ୍ୟ, ପ୍ରାଣିସମ୍ପଦ ମେଳା

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ମଙ୍ଗଳବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଉପନିର୍ଦ୍ଦେଶକ ଡା. କୋଟନି ପାର୍ଥସାରଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri