୩ ଦିନ ହେଲା ଅଟକି ରହିଛି ଭାରୀଯାନ: ଗୁଗଲ ମ୍ୟାପ ଦେଖି ଫସିଲା ଗାଡି

ଦାରିଙ୍ଗବାଡି, ୯।୧୨ (ଅରୁଣ ସାହୁ):ଗତ ୩ ଦିନ ହେଲା ଏକ ଭାରୀଯାନ ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିରେ ଅଟକି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ଗାଡି ଚଳାଚଳରେ ସମସ୍ୟା ଦେଖାଯାଇଛି। ପ୍ରକାଶ ଯେ, ଶନିବାର ଏକ ଚାଉଳ ବୋଝେଇ ଟ୍ରକ ରୟପୁର ଯିବାକୁ ଗଞ୍ଜାମ ସୋରଡ଼ା ଦେଇ ଗାଜଲବାଡି ଘାଟିର ଅଣ ଓସାରିଆ ରାସ୍ତାରେ ଆସୁଥିଲା। ତେବେ ଏକ ବୁଲାଣି ରାସ୍ତାରେ ଭାରୀଯାନଟି ବୁଲେଇ ନ ପାରିବା ସହ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଫଳରେ ସେହି ରାସ୍ତାରେ ଯାତ୍ରୀବାହୀ ବସ ସମେତ ବିଭିନ୍ନ ଗାଡି ଚଳାଚକ ଠପ ହୋଇଯାଇଥିଲା। ଘାଟିର ବୁଲାଣିକୁ ମାଟି ଜେସିବି ସାହାଯ୍ୟରେ ଖୋଳିବା ପରେ ବସ ଚଳାଚକ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛି। ପୁଣି ରବିବାର ଉକ୍ତ ଟ୍ରକ ସହ ଏକ ପର୍ଯ୍ୟଟକଙ୍କ ବସ ଦାରିଙ୍ଗବାଡିରୁ ଫେରିବା ବେଳେ ଉକ୍ତ ଭାରୀଯାନ ସହ ଲାଗିଯିବାରୁ ସେହିରାସ୍ତା ପୁଣି ଗାଡି ଚଳାଚକ ବନ୍ଦ ହୋଇଯାଇଥିଲା।
ଘଟଣାରୁ ଜଣାପଡିଛି ଯେ, ଉକ୍ତ ଟ୍ରକଟି ବିଶାଖୋଟଣାରୁ ରାୟପୁର ଯିବାକୁ ଏହି ସୋରଡ଼ା, ଗାଜଲବାଡି ଘାଟି ରାସ୍ତା ସଟକଟ ରାସ୍ତା ବୋଲି ଗୁଗୁଲି ମ୍ୟାପ ରୁ ଦେଖି ଆସିଥିଲେ ସେ ଭାରୀଯାନ ଚାଳକ ରାୟପୁରକୁ ଶୀଘ୍ର ପହଞ୍ଚିବ ଭାବି ଏହି ରାସ୍ତାରେ ଆସି ଘାଟିରେ ଫସିଯାଇଛନ୍ତି ବୋଲି କହିଛନ୍ତି। ଗୁଗଲ ମ୍ୟାପରେ ତାଙ୍କୁ ଏହି ସଂକୀର୍ଣ୍ଣ ଅଣଓସାରିଆ ରାସ୍ତାଟି ଦେଖାଇଥିଲା, ଯାହାକି ଉକ୍ତ ଘାଟି ଜାତୀୟରାଜଥ ପକ୍ଷରୁ ପ୍ରାୟ ୭ ଶହ କୋଟି ବ୍ୟବରାଦ କରାଯାଇଥିଲେ ସୁଧା ଜାତୀୟରାଜପଥ ପ୍ରାଧିକରଣ ବିଭାଗ ଆଜି ପର୍ଯ୍ୟନ୍ତ ଉକ୍ତ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ଫଳରେ ଉକ୍ତ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ସେହି ରାସ୍ତାରେ କେବଳ ଭାରୀଯାନ ଚଳାଚଳ କରିବାକୁ ବାରଣ କରାଯାଇ ବୋର୍ଡ ଲଗାଯାଇଛି। କିନ୍ତୁ କିଭଳି ସେହି ରାସ୍ତାରେ ଭାରୀଯାନ ଯାତାୟତକୁ ରୋକିବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri