ପରକୀୟା ପ୍ରୀତିର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗିଦେଲେ, ଥାନାରେ ଆତ୍ମସମର୍ପଣ କରି କହିଲେ ପୂରା ଘଟଣା…

ବଣାଇଁ,୨୦ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆଥାନା ଅନ୍ତର୍ଗତ ପଙ୍କଡ଼ିହି ଅଙ୍ଗନଓ୍ବାଡ଼ିରେ କର୍ମୀ ଥିବା ଜୟନ୍ତୀ କୁଜୁର୍‌ଙ୍କୁ ପରକିୟା ପ୍ରୀତି ସନ୍ଦେହରେ ସ୍ବାମୀ ଲକ୍ଷ୍ମଣ ଓରାମ ହତ୍ୟା କରି ଏକ ଅଖାରେ ପୂରାଇ ନଦୀରେ ଫୋପାଡ଼ି ଥିବା ବିଷୟ ରବିବାର ଅଭିଯୁକ୍ତ ସ୍ବାମୀ ଲକ୍ଷ୍ମଣ ଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରିବା ପରେ ସ୍ପଷ୍ଟ ହୋଇଛି।

ଗତକାଲି ଜଡ଼ାରୁ ହଠାତ ଅଙ୍ଗନଓ୍ବାଡ଼ି କର୍ମୀ ଜୟନ୍ତୀ କେଉଁଆଡ଼େ ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଆଜି ସ୍ବାମୀ ଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରି ସତ ମାନିବା ପରେ ପୋଲିସ ତନାଘନା କରୁଛି।

ସୂଚନାଯୋଗ୍ୟ, ଗତ ୨୦୧୯ରେ ଅର୍ଥାତ ୬ ବର୍ଷ ତଳେ ଜଡ଼ା ଗ୍ରାମର ଲକ୍ଷ୍ମଣ ଓରାମ ଓ ସୁନ୍ଦରଗଡ଼ କିଞ୍ଜିରିକେଲା ଗ୍ରାମର ଜୟନ୍ତୀ କୁଜୁରଙ୍କୁ ବିବାହ କରିଥିଲେ। ଜୟନ୍ତୀଙ୍କର ଅନ୍ୟ ଜଣେ ପୁରୁଷ ବନ୍ଧୁ ଥିବା ଜାଣି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଜାରି ରହିଥିଲା। ଏପରିକି ଉଭୟଙ୍କ ମଧ୍ୟରେ ଝଗଡ଼ା କାରଣରୁ ଜୟନ୍ତୀ ନିଜ ବାପଘରକୁ ମଧ୍ୟ ଚାଲିଯାଇଥିଲେ। ପରେ ଲକ୍ଷ୍ମଣ ବୁଝାଶୁଝା କରି ପୁଣି ଜୟନ୍ତୀଙ୍କୁ ଡାକି ଆଣିବା ପରେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ଗତକାଲି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଏକ ଅଖାରେ ମୃତଦେହ ପୂରାଇ ଅଭିଯୁକ୍ତ ସ୍ବାମୀ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ବ୍ରାହ୍ମଣୀ ବ୍ରିଜ ଉପରୁ ଅଖାକୁ ଫୋପାଡି ଦେଇଥିବା ନେଇ ଆତ୍ମସମର୍ପଣ ପରେ ପୋଲିସକୁ କହିଛନ୍ତ। ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ପୋଲିସ ଅଗ୍ନିଶମ ବାହିନୀର ସହାୟତା କ୍ରମେ ନଦୀରେ ଖୋଜାଖୋଜି ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri