ପରକୀୟା ପ୍ରୀତିର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗିଦେଲେ, ଥାନାରେ ଆତ୍ମସମର୍ପଣ କରି କହିଲେ ପୂରା ଘଟଣା…

ବଣାଇଁ,୨୦ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆଥାନା ଅନ୍ତର୍ଗତ ପଙ୍କଡ଼ିହି ଅଙ୍ଗନଓ୍ବାଡ଼ିରେ କର୍ମୀ ଥିବା ଜୟନ୍ତୀ କୁଜୁର୍‌ଙ୍କୁ ପରକିୟା ପ୍ରୀତି ସନ୍ଦେହରେ ସ୍ବାମୀ ଲକ୍ଷ୍ମଣ ଓରାମ ହତ୍ୟା କରି ଏକ ଅଖାରେ ପୂରାଇ ନଦୀରେ ଫୋପାଡ଼ି ଥିବା ବିଷୟ ରବିବାର ଅଭିଯୁକ୍ତ ସ୍ବାମୀ ଲକ୍ଷ୍ମଣ ଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରିବା ପରେ ସ୍ପଷ୍ଟ ହୋଇଛି।

ଗତକାଲି ଜଡ଼ାରୁ ହଠାତ ଅଙ୍ଗନଓ୍ବାଡ଼ି କର୍ମୀ ଜୟନ୍ତୀ କେଉଁଆଡ଼େ ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଆଜି ସ୍ବାମୀ ଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରି ସତ ମାନିବା ପରେ ପୋଲିସ ତନାଘନା କରୁଛି।

ସୂଚନାଯୋଗ୍ୟ, ଗତ ୨୦୧୯ରେ ଅର୍ଥାତ ୬ ବର୍ଷ ତଳେ ଜଡ଼ା ଗ୍ରାମର ଲକ୍ଷ୍ମଣ ଓରାମ ଓ ସୁନ୍ଦରଗଡ଼ କିଞ୍ଜିରିକେଲା ଗ୍ରାମର ଜୟନ୍ତୀ କୁଜୁରଙ୍କୁ ବିବାହ କରିଥିଲେ। ଜୟନ୍ତୀଙ୍କର ଅନ୍ୟ ଜଣେ ପୁରୁଷ ବନ୍ଧୁ ଥିବା ଜାଣି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଜାରି ରହିଥିଲା। ଏପରିକି ଉଭୟଙ୍କ ମଧ୍ୟରେ ଝଗଡ଼ା କାରଣରୁ ଜୟନ୍ତୀ ନିଜ ବାପଘରକୁ ମଧ୍ୟ ଚାଲିଯାଇଥିଲେ। ପରେ ଲକ୍ଷ୍ମଣ ବୁଝାଶୁଝା କରି ପୁଣି ଜୟନ୍ତୀଙ୍କୁ ଡାକି ଆଣିବା ପରେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ଗତକାଲି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଏକ ଅଖାରେ ମୃତଦେହ ପୂରାଇ ଅଭିଯୁକ୍ତ ସ୍ବାମୀ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ବ୍ରାହ୍ମଣୀ ବ୍ରିଜ ଉପରୁ ଅଖାକୁ ଫୋପାଡି ଦେଇଥିବା ନେଇ ଆତ୍ମସମର୍ପଣ ପରେ ପୋଲିସକୁ କହିଛନ୍ତ। ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ପୋଲିସ ଅଗ୍ନିଶମ ବାହିନୀର ସହାୟତା କ୍ରମେ ନଦୀରେ ଖୋଜାଖୋଜି ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଧାନ ଖଳା ନିର୍ମାଣ ଶେଷ: ବିଡିଓଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀବୃନ୍ଦ

କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ମେଲୋଡି ଦେଖିବାକୁ ଯାଇଥିଲେ ଦିନେଶ, ହଠାତ୍‌ ହେଲା ମରଣାନ୍ତକ ଆକ୍ରମଣ: ଆଉ ତା’ପରେ…

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍‌

ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…

ଆକାଶରୁ ବର୍ଷୁଛି ନିଆଁ, କଲବଲ ହେଉଛି ଜୀବନ, ଆହୁରି ୫ ଦିନ ଯାଏ…

ଭୁବନେଶ୍ୱର,୨୧ା୫: ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି। ଅସହ୍ୟ ଖରା ତାତି ଓ ଗୁଳୁଗୁଳିରେ କଲବଲ ହେଉଛି ଜୀବନ। ସକାଳୁ ରାତି, ଘରେ…

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

ଫୋନରେ କଥା ହେଉହେଉ ହଠାତ୍ ଟ୍ରମ୍ପଙ୍କ ଉପରେ ରାଗିଗଲେ ନେତାନ୍ୟାହୁ, କହିଦେଲେ ଏହି ବଡ଼ କଥା

ଓ୍ବାଶିଂଟନ,୨୧।୫: ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷର ଭବିଷ୍ୟତ ରଣନୀତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ୍ ଆଲୋଚନା…

ମମତାଙ୍କୁ ଲାଗିଲା ଜୋରଦାର ଝଟକା! ପ୍ରଥମେ ଶୋଚନୀୟ ପରାଜୟ, ଆଉ ଏବେ… ରାସ୍ତାକୁ ଓହ୍ଲାଇବେ ଦିଦି!

କୋଲକାତା,୨୧।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦମନମୂଳକ ପରାଜୟ ପରେ, ତାଙ୍କୁ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri