Posted inଫୁରସତ

ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ…

ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା ବେଳେ ଏବେଠାରୁ ତାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ହୋଲିରେ ରଙ୍ଗ ଖେଳ ଭଳି କିଛି ପରମ୍ପରା ଜଡ଼ିତ ରହିଛି। ସେଥିରୁ କିଛି ଚକିତ କରେ। ସେହିଭଳି ଏକ ପରମ୍ପରା ରହିଛି ମହରାଷ୍ଟ୍ରରେ।

ମହାରାଷ୍ଟ୍ରର ବିଡ୍‌ ଜିଲାରେ ହୋଲି ଦିନ ଘରର ଜ୍ୱାଇଁଙ୍କୁ ଗଧ ଉପରେ ବସାଇ ବୁଲାଇବାର ପରମ୍ପରା ରହିଛି। ଏହାପୂର୍ବରୁ ଜ୍ୱାଇଁଙ୍କୁ ଭଲ ଭାବେ ରଙ୍ଗ ଲଗାଯାଏ। ପରେ ତାଙ୍କୁ ସମସ୍ତେ ମିଶି ଗଧ ଉପରେ ବସାଇ ଗାଁ ସାରା ବୁଲାଇଥାନ୍ତି। ଏପରି ପଛରେ କାହାଣୀ ବେଶ ରୋଚକ।

ପ୍ରାୟ ୮୦ ବର୍ଷ ପୂର୍ବେ ବିଡ୍‌ ଜିଲାର ୟେବତା ଗାଁରେ ଦେଶମୁଖ ପରିବାର ରହୁଥିଲେ। ତାଙ୍କ ଜ୍ୱାଇଁ ହୋଲିରେ ରଙ୍ଗ ଲଗାଇବାକୁ ମନା କରିଦେଇଥିଲେ। ଏହାପରେ ଗାଁର ଲୋକମାନେ ତାଙ୍କ ସହ ହୋଲିକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଶ୍ୱଶୁର ଏକ ଗଧ ଆଣି ତାକୁ ସଜାଇ ଗାଁ ସାରା ବୁଲାଇଥିଲେ। ସେବେଠାରୁ ଏଭଳି ପରମ୍ପରା ରହିଆସିଛି। ଜ୍ୱାଇଁମାନଙ୍କୁ ରଙ୍ଗ ଲଗାଇବା ପାଇଁ ଏହି ପରମ୍ପରାକୁ ପାଳନ କରାଯାଉଛି।

ଗଧ ପିଠିରେ ବସି ଜ୍ୱାଇଁ ଗାଁ ସାରା ବୁଲିବା ପରେ ତାଙ୍କୁ ସୁସ୍ବାଦୁ ଭୋଜନ ପରସା ଯାଇଥାଏ। ଭଳିକି ଭଳି ମିଠାରେ ତାଙ୍କୁ ଆପ୍ୟାୟିତ କରାଯାଏ। କେବଳ ଏତିକି ନୁହେଁ ଜ୍ୱାଇଁଙ୍କ ମନଲାଖି ପୋଷାକ, ସୁନା ମୁଦି ମଧ୍ୟ ଦିଆଯାଏ।

ତେବେ ଲୋକମାନଙ୍କ ମନରେ ଏହି ପର୍ବକୁ ପାଳିବା ଲାଗି ଉତ୍ସାହ ଥିବା ବେଳେ କିଛି ଜ୍ୱାଇଁ ଏଭଳି ପରମ୍ପରା ବିଷୟରେ ଜାଣି ହୋଲି ବେଳେ ବୁଲି ଆସିବାକୁ ଡରିଥାନ୍ତି। ହେଲେ କେବେ ନା କେବେ ତାଙ୍କୁ ହୋଲିରେ ରଙ୍ଗ ଲଗାଇବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri