ଗଞ୍ଜାମ,୧୨।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ପ୍ରଶାସନ ପକ୍ଷରୁ ସହର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଶିଶୁ ପାର୍କ ନିର୍ମାଣ କରାଯାଇଛି । କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ କିଛି ସ୍ଥାନରେ ଭାଙ୍ଗି ରୁଜି ଗଲାଣି ତ କିଛି ସ୍ଥାନରେ ଲଟାବୁଦା ଓ ଅନାବନା ଗଛରେ ପରିପୂର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଏନଏସି ଅନ୍ତର୍ଗତ ୱାର୍ଡ ନଂ ଆଠ ପୁଇଁତୋଳା ବଡ଼ ବନ୍ଧ ନିକଟରେ ଥିବା ଶିଶୁ ପାର୍କ ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ରହିଛି । ଏଭଳି ଅବସ୍ଥା ଯୋଗୁଁ ପିଲାମାନେ ଖେଳିବାକୁ ଆସୁ ନାହାନ୍ତି। ପୂର୍ବରୁ ପ୍ରତ୍ୟେକ ଦିନ ସେଠାରେ ଛୋଟ ଛୋଟ ପିଲାଙ୍କ ଭିଡ଼ ଜାମୁଥିଲା ।


