ଓ୍ବେଲିଂଟନ୍‌ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ୍‌ର ଦୃଢ଼ ଜବାବ


ଓ୍ବେଲିଂଟନ, ୩।୧୨(ଏଏଫ୍‌ପି)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ୨ୟ ଇନିଂସ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଦୃଢ଼ ଜବାବ ଦେଇଛି। ମ୍ୟାଚ୍‌ର ୩ୟ ଦିବସରେ ନ୍ୟୁଜିଲାଣ୍ଡ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ୍‌ରେ ସ୍କୋର (୪୪୭/୯)ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଟମ୍‌ ବ୍ଲୁଣ୍ଡେଲ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଯୋଡ଼ି ରବିବାର ୭୩ ରନ୍‌ ଯୋଗ କରିଥିଲେ। ବ୍ଲୁଣ୍ଡେଲ ଶତକ ପୂରଣ କରିବା ପରେ ଘରୋଇ ଦଳ ୫୨୦ ରନ୍‌ରେ ପାଳି ଘୋଷଣା କରିଥିଲା। ପୂର୍ବରୁ ପ୍ରଥମ ଇନିଂସ୍‌ରେ ମାତ୍ର ୧୩୪ ରନ୍‌ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଇନିଂସ୍‌ ପରାଜୟ ଏଡ଼ାଇବା ପାଇଁ ୨ୟ ଇନିଂସ୍‌ରେ ୩୮୬ ରନ୍‌ ଆବଶ୍ୟକ କରୁଥିଲା। ଏଭଳି ସ୍ଥିତିରେ କ୍ରେଗ ବ୍ରାଥଓ୍ବେଟ ଓ କିରାନ ପାଓ୍ବେଲଙ୍କ ଓପନିଂ ଯୋଡ଼ି ୭୨ ରନ୍‌ ଯୋଗ କରିଥିଲା। ପାଓ୍ବେଲ ୪୦ ରନ୍‌ କରି ଫେରିବା ପରେ କ୍ରିଜରେ ତାଙ୍କ ସ୍ଥାନ ପୂରଣ କରିଥିଲେ ଶିମ୍ରୋନ ହେଟମେର। ଏହିଠାରୁ ବ୍ରାଥଓ୍ବେଟ ଓ ହେଟମେରଙ୍କ ଯୋଡ଼ି ଦଳୀୟ ସ୍କୋର୍‌କୁ ୧୬୬ ରନ୍‌ରେ ପହଞ୍ଚାଇ ଥିଲେ। ଅର୍ଦ୍ଧଶତକ ପୂରଣ କରି ଖେଳୁଥିବା ହେଟମେର (୬୬)ଙ୍କୁ ଆଉଟ୍‌ କରି ନ୍ୟୁଜିଲାଣ୍ଡ ପାଇଁ ମ୍ୟାଟ ହେନରୀ ୨ୟ ସଫଳତା ଆଣିଥିଲେ। ବ୍ୟାଟିଂ କ୍ରମର ୪ର୍ଥ କ୍ରମରେ ସାଇ ହୋପଙ୍କ ସହ ବ୍ରାଥଓ୍ବେଟ ମିଶି ଘରୋଇ ବୋଲରଙ୍କୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଆଉ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ ଦିବସ ଶେଷ ସୁଦ୍ଧା ୨ ଉଇକେଟ ବିନିମୟରେ ୨୧୪ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ବ୍ରାଥଓ୍ବେଟ ୭୯ ଓ ହୋପ ୨୧ ରନ୍‌ କରି ଅପରାଜିତ ରହିଛନ୍ତି। ମ୍ୟାଚ୍‌ରେ ଆହୁରି ଦୁଇ ଦିନ ବାକି ଥିବାବେଳେ ଭ୍ରମଣକାରୀ ଦଳକୁ ଇନିଂସ୍‌ ପରାଜୟରୁ ବର୍ତ୍ତିବା ପାଇଁ ବଳକା ୮ ଉଇକେଟରେ ୧୧୪ ରନ୍‌ର ଆବଶ୍ୟକତା ଅଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri