ଆନ୍ତଃ ଜିଲା ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ


ବଲାଙ୍ଗୀର ଅଫିସ, ୧୧।୧୧- ବଲାଙ୍ଗୀର ଜିଲା କ୍ରୀଡା ସଂସଦ ଏବଂ ଫୁଟବଲ ଆସୋସିଏଶନ ଅଫ୍‌ ଓଡିଶା ପକ୍ଷରୁ ଆୟୋଜିତ ୫୮ତମ ଆନ୍ତଃ ଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଘାଟିତ ହୋଇଛି ା ସ୍ଥାନୀୟ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ମ୍ୟାଚରେ ବଲାଙ୍ଗୀର ୩-୦ ଗୋଲରେ ରାୟଗଡାକୁ ହରାଇ ବିଜୟୀ ହୋଇଛି ା ବିଜୟୀ ଦଳ ତରଫରୁ ଶ୍ରୀକାନ୍ତ ଭୋଇ ଗୋଟିଏ ଗୋଲ ସ୍କୋର କରିଥିବା ବେଲେ ରଜକ ନାଗ ୨ଟି ଗୋଲ ଦେଇଥିଲେ ା ମୁଖ୍ୟଅତିଥି ଭାବେ ବଲାଙ୍ଗୀର ଜିଲାପାଳ ଆଶିଷ ଠାକରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ ା ଫାଓ ଓଡିଶା ତଥା ଜିଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଅନ୍ୟତମ ଉପସଭାପତି ଡ. ପ୍ରହ୍ଲାଦ ଶତପଥୀ, ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ, ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ପ୍ରଭାତ ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଫୁଟବଲ ସମ୍ପାଦକ ନିଶାରକାନ୍ତ ନାଗ ସମେତ କ୍ରୀଡା ସଂସଦର ବହୁ ସଦସ୍ୟ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ ା ଖେଳକୁ ଜ୍ୟୋତି ରଞ୍ଜନ ସାହୁ, ଉମେଶ ଦାସ, ନିତ୍ୟାନନ୍ଦ ମେହେର, ଶରତ କୁମାର ନନ୍ଦ ଓ ରାଜେନ୍ଦ୍ର ସେଠ୍‌ ପରିଚାଳନା କରିଥିଲେ ା ସେହିପରି ଟିଟିଲାଗଡ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଖେଳରେ ଝାରସୁଗୁଡା ୨-୧ ଗୋଲରେ କୋରାପୁଟକୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ା ବିଜୟୀ ଦଳ ତରଫରୁ ରମାଇ ନାଏକ ୨ଟି ଗୋଲ ସ୍କୋର କରିଥିବା ବେଳେ କୋରାପୁଟ ତରଫରୁ ଅଲେଖ ମଲ୍ଲିକ ଗୋଟିଏ ଗୋଲ ଦେଇଥିଲେ ା ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ପୂର୍ବତନ ଖେଳାଳି ହରିଶଙ୍କର ଥାପା ଓ ଧନପତି ଚନ୍ଦନ ଯୋଗଦେଇଥିଲେ। ପ୍ରଶାନ୍ତ କୁମାର ପାଳ, ରାଜେନ୍ଦ୍ର ମହାନ୍ତି, ତରୁଣ କୁମାର ପ୍ରଧାନ ଓ ଶ୍ରୀକାନ୍ତ ବହିଦାର ଖେଳ ପରିଚାଳନା କରିଥିଲେ। ସଞ୍ଜୟ କୁମାର ଜେନା ମ୍ୟାଚ୍‌ କମିଶନର ଓ ସଦାନନ୍ଦ ନାଏକ ଖେଳାଳି ଚୟନକର୍ତ୍ତା ଦାୟିତ୍ୱ ତୁଲାଇଥିଲେ ା ସାଇଟ ଷ୍ଟାଡିୟମ ସଦାଇପାଲିଠାରେ ଅନୁଷ୍ଠିତ ଖେଳରେ ସୁନ୍ଦରଗଡ ୪-୨ ଗୋଲରେ କଳାହାଣ୍ଡିକୁ ହରାଇ ବିଜୟୀ ହୋଇଛି ା ବିଜୟୀ ଦଳ ତରଫରୁ ସ୍ବାଧୀନ ବଢ଼ାଇ ୨ଟି, ନେପାଲ ସୁରେନ ଓ କିଶୋର ଖାଡିଆ ଗୋଟିଏ ଲେଖାଁଏ ଗୋଲ ଦେଇଥିବାବେଳେ କଳାହାଣ୍ଡି ଦଳ ପକ୍ଷରୁ ମନୋଜ କହଁର ଓ ପପୁ ମାଝି ଗୋଲ ସ୍କୋର କରିଥିଲେ। ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱ୍ବାବଧାନରେ ଅନୁଷ୍ଠିତ ଖେଳରେ ସାଇଟ ଡିପ୍ଳୋମା ଅଧ୍ୟକ୍ଷା ନମିତା ପଟେଲ, ନର୍ସିଂ ଅଧ୍ୟକ୍ଷା ସ୍ନିଗ୍ଧା ମିନତି ଦାନୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ା ରତ୍ନାକର ବାରିକ, କାର୍ତ୍ତିକେଶ୍ୱର ଦାସ, ପିଏସ୍‌କେ ବର୍ମା, ଦେବାଶିଷ ବାଗ ଓ ପଞ୍ଚାନନ ପାତ୍ର ଖେଳ ପରିଚାଳନା କରିଥିଲେ। ରବି ମହାପାତ୍ର ପଯର୍‌ୟବେକ୍ଷକ ଦାୟିତ୍ୱ ତୁଲାଇଥିଲେ। ଲୋଇସିଂହା ଷ୍ଟାଡିୟମଠାରେ ଅନୁଷ୍ଠିତ ଖେଳରେ ଭୁବନେଶ୍ୱର ୫-୦ ଗୋଲରେ ଜଗତ୍‌ସିଂହପୁରକୁ ହରାଇ ବିଜୟୀ ହୋଇଛି। ବିଜୟୀ ଦଳ ତରଫରୁ ଶଶିକାନ୍ତ ସାଣ୍ଡିଲ ହ୍ୟାଟ୍ରିକ ଗୋଲ ସ୍କୋର କରିଥିବାବେଳେ ବିଜୟସାନ କୁଦିଆ ଓ ମିଲନ ମିଞ୍ଜ ଉଭୟ ଗୋଟିଏ ଲେଖଁାଏ ଗୋଲ ସ୍କୋର କରିଥିଲେ। ଅତିଥି ଭାବେ ଆଗଲପୁର ବ୍ଳକ ଉପାଧ୍ୟକ୍ଷ ମନମୋହନ ପଟେଲ ଓ କ୍ରୀଡାବିତ ବିଭୂତି ଭୂଷଣ ସାହାଣୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସୁବ୍ରତ କୁମାର ପୁରୋହିତ, ସୁଦୟ ବାରିକ, ଦିଲୀପ ରାଉତ ଓ ଦେବରାଜ ନାହାକ ଖେଳ ପରିଚାଳନା କରିଥିଲେ। ମ୍ୟାଚ କମିଶନର ଭାବେ ସୁଜିତ କୁମାର ପାତ୍ର ଓ ଖେଳାଳି ଚୟନକର୍ତ୍ତା ଭାବେ ନରେନ୍ଦ୍ର କୁମାର ସାହୁ ଦାୟିତ୍ୱ ତୁଲାଇଥିଲେ ା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri