ଇଂଲଣ୍ଡ ପେସର ଜ୍ୟାକ୍‌ ବଲ ଆହତ


ମେଲବର୍ନ, ୯।୧୧- ଏବେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଇଂଲଣ୍ଡ ଦଳକୁ ଆସେସ ସିରିଜ୍‌ ପୂର୍ବରୁ ଆଉ ଏକ ଶକ୍ତ ଝଟକା ଲାଗିଛି। ପ୍ରଥମେ ଷ୍ଟିଭେନ ଫିନ୍ନ ଆହତ ସମସ୍ୟା କାରଣରୁ ଦଳରୁ ବାଦ୍‌ ପଡ଼ିବା ପରେ ଦଳର ଆଉ ଜଣେ ପେସର ଜ୍ୟାକ ବଲ ଆହତ ହୋଇଛନ୍ତି। ଗୁରୁବାର କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ବେଳେ ତାଙ୍କ ସହ ଏହି ଘଟଣା ଘଟିଛି। ଦୁଇଦିନିଆ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିବସରେ ସେ ନିଜର ୪ର୍ଥ ଓଭରର ୪ର୍ଥ ବଲ ବୋଲିଂ କରୁଥିବା ବେଳେ ବ୍ୟାଟ୍ସମ୍ୟାନଙ୍କ ଏକ ଶଟ ତାଙ୍କ ଡାହାଣ ଗୋଡ଼ର ଗଣ୍ଠିରେ ବାଜିଥିଲା। ଏହାପରେ ଫିଲ୍ଡରେ ତାଙ୍କର ଉପଚାର କରାଯାଇଥିଲା। ଏହାସତ୍ତ୍ୱେ ସେ ଦିନର ଅବଶିଷ୍ଟାଂଶ ଖେଳରୁ ବାଦ୍‌ ପଡ଼ିଥିଲେ। ଏ ନେଇ ଇଂଲଣ୍ଡ ଦଳ ପକ୍ଷରୁ ଟୁଇଟର ପେଜରେ ପ୍ରକାଶ କରାଯାଇଛି ଯେ, ଜ୍ୟାକ ବଲଙ୍କ ଡାହାଣ ଗୋଡ଼ର ଗଣ୍ଠିରେ ଆଘାତ ଲାଗିଛି। ଏଥିଯୋଗୁ ଦିନର ଅବଶିଷ୍ଟାଂଶ ଖେଳରୁ ସେ ବାଦ୍‌ ପଡ଼ିଥିଲେ। ତାଙ୍କ ଆହତ ସମସ୍ୟାର ଯାଞ୍ଚ କରାଯିବ। ଉଲ୍ଲେଖଥାଉ କି, ପୂର୍ବରୁ ଇଂଲଣ୍ଡର ଆସେସ ଦଳରେ ସ୍ଥାନ ପାଇଥିବା ଫିନ୍ନ ଆହତ ସମସ୍ୟା ଯୋଗୁ ଦଳରୁ ପ୍ରଥମ ଖେଳାଳି ଭାବେ ବାଦ୍‌ ପଡ଼ିଥିଲେ। ତାଙ୍କ ବଦଳରେ ଟମ କୁରାନଙ୍କୁ ଦଳରେ ସ୍ଥାନ ମିଳିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri