ଏଏଫ୍‌ସି କପ୍‌ ଗୋଲ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ଦୌଡ଼ରେ ଛେତ୍ରୀ


ନୂଆଦିଲ୍ଲୀ, ୭।୧୧(ପି.ଟି.): ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଏଏଫ୍‌ସି କପ୍‌ରେ ମାଳଦ୍ୱୀପର ମାଜିୟା ସ୍ପୋଟର୍‌ସ ଆଣ୍ଡ ରିକ୍ରିଏଶନ କ୍ଲବ ବିପକ୍ଷରେ ଏକ ସୁନ୍ଦର ଫ୍ରି-କିକ୍‌ ମାରି ଗୋଲ ସ୍କୋର କରିଥିଲେ। ଛେତ୍ରୀଙ୍କ ଏହି ଗୋଲ ବଳରେ ବେଙ୍ଗାଲୁରୁ ଏଫ୍‌ସି ୧-୦ ଗୋଲରେ ମାଜିଆ ସ୍ପୋଟର୍‌ସକୁ ପରାସ୍ତ କରିଥିଲା। ଗତ ମାର୍ଚ୍ଚ ୩୧ରେ ବାଙ୍ଗାଲୋରରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ୫୭ତମ ମିନିଟ୍‌ରେ ଛେତ୍ରୀଙ୍କ ଉକ୍ତ ଚିତ୍ତାକର୍ଷକ ଗୋଲ ବଳରେ ତାଙ୍କ ଦଳ ଆନ୍ତଃ ଜୋନ୍‌ ସେମିଫାଇନାଲକୁ ପ୍ରବେଶ କରିଥିଲା। ଛେତ୍ରୀଙ୍କ ଏହି ଗୋଲଟି ଏବେ ଏଏଫ୍‌ସି କପ୍‌ ଟୁର୍ନାମେଣ୍ଟର ଶ୍ରେଷ୍ଠ ଗୋଲ ଦୌଡ଼ରେ ସ୍ଥାନ ପାଇଛି। ଏହି ପୁରସ୍କାର ପାଇଁ ମୋଟ୍‌ ୪ଟି ଗୋଲକୁ ମନୋନୀତ କରାଯାଇଛି। ଛେତ୍ରୀଙ୍କ ବାଦ୍‌ ମାଲେସିଆ କ୍ଲବ ଜୋହର ଡାରୁଲ ତା’ଜିମ୍‌ର ଖେଳାଳି ନାଜିମ୍‌ ଫୈଜ, ଇରାକର ଅଲ୍‌ ଜାଓ୍ବାରା କ୍ଲବର ଷ୍ଟ୍ରାଇକର ମହମ୍ମଦ ଅବ୍‌ଦୁଲ ରହିମ ଏବଂ ଫିଲିପାଇନ କ୍ଲବ କେରେସ ନେଗ୍ରୋସ ମିଡ୍‌ଫିଲ୍ଡର ଇଆନି ରାମସେସ୍‌ଙ୍କ ଗୋଲ ମଧ୍ୟ ଟୁର୍ନାମେଣ୍ଟର ଶ୍ରେଷ୍ଠ ଗୋଲ ପୁରସ୍କାର ଦୌଡ଼ରେ ରହିଛି। ଏଏଫ୍‌ସି କପ୍‌ ଗୋଲ୍‌ ଅଫ୍‌ ଦି ଟୁର୍ନାମେଣ୍ଟର ବିଜେତା ଏଏଫ୍‌ସି କପ୍‌ ଅଫିସିଆଲ ଫେସ୍‌ବୁକ୍‌ ଓ ଟୁଇଟର ଆକାଉଣ୍ଟରେ ସାଧାରଣ ଜନତାଙ୍କ ଭୋଟ୍‌ ମାଧ୍ୟମରେ ସ୍ଥିର କରାଯିବ। ଭାରତ ଏହି ପ୍ରତିଯୋଗିତାର ଫାଇନାଲରେ ତାଜିକିସ୍ତାନର ଏଫ୍‌ସି ଇସ୍ତିକଲୋଲଠାରୁ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri