କାଣଣ୍ଡି, ୧୧।୮(ପି.ଟି):ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ଆସନ୍ତା ୧୩ ତାରିଖରେ ହେବ। ଟେଷ୍ଟ ସିରିଜରେ ଭାରତୀୟ ସ୍ପିନରଙ୍କ ଉପରେ ଅଧିକ କାର୍ଯ୍ୟଭାର ଯୋଗୁ ଟିମ୍‌ ମ୍ୟାନେଜମେଣ୍ଟ ଓ ଜାତୀୟ ଚୟନକର୍ତ୍ତାମାନେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ  ଦଳରେ ସାମିଲ ନ କରି ବିଶ୍ରାମ ଦେଇପାରନ୍ତି। ପେସ୍‌ ବୋଲର ମହମ୍ମଦ ସାମିଙ୍କୁ  ବିଶ୍ରାମ ଦିଆଯାଇପାରେ ବୋଲି ଆଶା କରାଯାଉଛି।  

ସିଲେକ୍ସନ କମିଟି ଚେୟାରମ୍ୟାନ ଏମଏସକେ ପ୍ରସାଦ କାଣ୍ଡିରେ ଉପସ୍ଥିତ ରହି ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି। ତାଙ୍କ ସହକର୍ମୀ ଦେବାଙ୍ଗ ଗାନ୍ଧୀ ଏବେ ଭାରତ ଏ’ ଦଳ ସହ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। କମିଟିର ଅନ୍ୟତମ ସଦସ୍ୟ ହେଲେ ଶରଣଦୀପ ସିଂ। ଅଗଷ୍ଟ ୧୩ରେ ଏହି ୩ ଜଣ ଟେଲିକନଫରେନ୍ସ ଜରିଆରେ ଦଳ ମନୋନୟନ କରିବେ।  ଟେଷ୍ଟ ସିରିଜରେ ଜାଡେଜା ଓ ଅଶ୍ୱିନ ଯଥାକ୍ରମେ ୧୦୮.୨ ଓ ୧୦୮.୩ ଓଭର ବୋଲିଂ କରି ୧୩ ଓ ୧୧ ଉଇକେଟ ଅକ୍ତିଆର କରିଛନ୍ତି। ଜାଡେଜା ତୃତୀୟ ଟେଷ୍ଟରୁ ସସ୍‌ପେଣ୍ଡ ହୋଇଛନ୍ତି।  

ଫଳରେ ଅଶ୍ୱିନ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ। ସମ୍ଭବତଃ ତାଙ୍କୁ ସିରିଜରେ  ୧୫୦ ଓଭରରୁ ଅଧିକ ବୋଲିଂ କରିବାକୁ ପଡ଼ିପାରେ। ତେଣୁ ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, କ୍ରୁନାଲ ପାଣ୍ଡ୍ୟା ପ୍ରମୁଖ ଦୌଡ଼ରେ ରହିପାରନ୍ତି। ସୀମିତ ଓଭର ୟର୍କର ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରାଙ୍କ ସମ୍ଭାବନା ଅଧିକ ରହିଛି।  ଆଗକୁ ଭାରତୀୟ କ୍ରିକେଟ ଦଳ ପାଇଁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଦଳ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର ମ୍ୟାଚ ଖେଳିବାକୁ ଥିବାବେଳେ ବର୍ଷ ଶେଷରେ ଶ୍ରୀଲଙ୍କା ରିଟର୍ନ ଟୁର୍‌ରେ ଆସିବ।  

ନୂଆବର୍ଷରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ପରେ ଦଳ ୨୦୧୮ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଶ୍ରୀଲଙ୍କାରେ ଇଣ୍ଟିପେଣ୍ଡେନ୍ସ କପ୍‌ ଖେଳିବ।  ଖବର ଅନୁସାରେ ଅଧିନାୟକ ବିରାଟ କୋହଲି ଦିନିକିଆ ସିରିଜରୁ  ବିଶ୍ରାମ ନ ନେଇ ଖେଳିବାକୁ ଆଗ୍ରହୀ ଅଛନ୍ତି।

"/>

ଅଶ୍ୱିନ, ଜାଡେଜାଙ୍କୁ ବିଶ୍ରାମ ଦିଆଯିବ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri