ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସିସିଟିଭିରେ ଦେଖିଲୁ ନିଆଁ ଜଳୁଛି, ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା। ତେଣୁ ମୁଁ ଭାବୁଛି ସାର୍‌ ନିଆଁ ଲଗାଇ ଦେଇଛନ୍ତି। ପ୍ରିନ୍ସିପାଲ, HOD ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ମାରିବାକୁ ଚେଷ୍ଟା କରିଛନ୍ତି। ତେଣୁ ଆମେ ଚାହୁଁଛୁ ସେମାନଙ୍କୁ ଫାଶିଦଣ୍ଡ ମିଳିବା ଦରକାର। ମୋ ଝିଅକୁ ଫେଭର ମାଗିବା କଥା ବହୁ ବିଳମ୍ବରେ ଜାଣିଲୁ। ଏହି ଘଟଣାରେ ସୋମବାର ପୋଲିସ ସମ୍ପୃକ୍ତ ପ୍ରିନ୍ସିପାଲ୍‌ଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚ୍‌ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆମତ୍ାହୁତି ଉଦ୍ୟମ କରିଥିଲେ। ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ତାଙ୍କର ୧୨ ଦିନ ତଳର ଟୁଇଟ୍‌ ଏବେ ଭାଇରାଲ ହୋଇଛି, ଯାହାକୁ ନେଇ ସାରା ରାଜ୍ୟରେ କ୍ଷୋଭ ପ୍ରକାଶ ପାଇଛି। ୬ ମାସ ଧରି ଦିଆଯାଇଆସୁଥିବା ଶାରୀରିକ, ମାନସିକ ନିଯର୍ର୍ାତନା ସମ୍ପର୍କରେ ପୀଡ଼ିତା ଜୁଲାଇ ୧ରେ ନିଜ ସୋସିଆଲ ମିଡିଆ ‘X’ ହ୍ୟାଣ୍ଡଲରେ ଜଣାଇଥିଲେ। ଏହାର ପୂର୍ବ ଦିନ ଅର୍ଥାତ୍‌ ଜୁନ୍‌ ୩୦ ତାରିଖରେ ସେ ବରିଷ୍ଠ ପୋଲିସ ଅଧିକାରୀ, ଅଧ୍ୟାପକ ଏବଂ କେତେଜଣ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ନିର୍ଯାତନା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ୧ ତାରିଖରେ ‘X’ରେ ଏନେଇ ତଥ୍ୟ ଉଲ୍ଲେଖ କରିବା ସହ କେତେଜଣ ବିଶିଷ୍ଟ ବ୍ୟକ୍ତି ଓ କର୍ତ୍ତୃପକ୍ଷଙ୍କୁ ଟ୍ୟାଗ୍‌ କରିଥିଲେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ (@ଡିଏଚ୍‌ଇ), ଉଚ୍ଚଶିକ୍ଷା ମନ୍ତ୍ରୀ (@ସୂର୍ଯ୍ୟବଂଶୀବିଜେପି), କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (@ଡିପ୍ରଧାନବିଜେପି), @ସିଏମ୍‌ଓ_ଓଡ଼ିଶା, @ମୋହନଏମ୍‌ଓଡ଼ିଶା, ବାଲେଶ୍ୱର ଜିଲାପାଳ (@ଡିବାଲେଶ୍ୱର), ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ (@ମାନସକୁମାରଦତ୍ତ), କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ (@ଏଡୁମିନ୍‌ଅଫ୍‌ଇଣ୍ଡିଆ) ଓ ଜାତୀୟ ମହିଳା କମିଶନ(@ଏନ୍‌ସିଡବ୍ଲ୍ୟୁଇଣ୍ଡିଆ)। ଏହିମାନଙ୍କ ପାଖରୁ ପୀଡ଼ିତା ନ୍ୟାୟ ଆଶା ରଖିଥିଲେ। କଲେଜ ଅଧ୍ୟକ୍ଷ ତାଙ୍କୁ ୪/୫ ଦିନ ସମୟ ମାଗିଥିଲେ। ହେଲେ ନା କୌଣସି କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଲେ ନା ଅଧ୍ୟକ୍ଷଙ୍କଠାରୁ ସେ ନ୍ୟାୟ ପାଇଲେ। ଶେଷରେ ହତାଶ ହୋଇ ଆମତ୍ାହୁତି ଦେବା ପାଇଁ ଚରମ ପଦକ୍ଷେପ ନେଲେ। ନିର୍ଯାତିତା ଛାତ୍ରୀଙ୍କ ଏହି ଟୁଇଟ୍‌ରେ ଟ୍ୟାଗ୍‌ ହୋଇଥିବା ବ୍ୟକ୍ତିମାନଙ୍କ ଉପରେ ଏବେ ସୋସିଆଲ ମିଡିଆ ୟୁଜର୍ସ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କେହି ଜଣେ ଶୁଣିଥିଲେ, ଛାତ୍ରୀ ନିଜ ଦେହରେ ନିଅଁା ଲଗାଇଦେବା ଭଳି ଘଟଣା ଘଟି ନ ଥାନ୍ତା ବୋଲି ୟୁଜର୍ସ ଦର୍ଶାଇବା ସହ ପ୍ରକୃତରେ କିଏ ଦାୟୀ ଏବଂ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri