ଦିଲ୍ଲୀରେ ଚାଲିଛି ‘ଓଡ଼ିଶା ମନ୍ଥନ’: କେତେଜଣ ମନ୍ତ୍ରୀ ହୋଇପାରନ୍ତି ବିଦା,ହୋଇପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୩ା୭(ସୁନିତ୍‌ ମିଶ୍ର):ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଭାଜପା ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଗସ୍ତ କରିଛନ୍ତି। ଦଳର ଏହି ୨ ଶୀର୍ଷ ନେତୃତ୍ୱ ଏକାସଙ୍ଗେ ଦିଲ୍ଲୀ ଗସ୍ତରେ ଯିବା ରାଜନୈତିକ ମହଲରେ ଭିନ୍ନ ଭିନ୍ନ ପ୍ରକାରର ଚର୍ଚ୍ଚା ବଢାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଫେରିବା ପରେ ଏହି ୨ ଶୀର୍ଷ ନେତାଙ୍କ ଗସ୍ତ ସରକାରରେ ଆଉ କିଛି ନୂଆ ନିଯୁକ୍ତି ଆଦି ବିଷୟକୁ ଅଧିକ ଖୋରାକ୍‌ ଯୋଗାଇଛି। ଭାଜପା ସରକାରରେ ଆଉ ୬ଟି ମନ୍ତ୍ରୀ ପଦ ଖାଲି ପଡିଛି। ସରକାର ପୂରଣକୁ ବର୍ଷେ ପୂରଣ ହୋଇସାରିଲାଣି। ତେଣୁ ଆଉ ଅଧିକ ଦିନ ପାଇଁ ଏହି ମନ୍ତ୍ରୀ ପଦ ଖାଲି ରଖିବାକୁ ଦଳ ଚାହୁଁ ନ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ସରକାରଙ୍କ ବିରୋଧରେ କିଛିଦିନ ହେଲା ବିରୋଧୀ ଦଳ କେତେକ ଗୁରୁତର ଅଭିଯୋଗ ଆଣିଥିବା ଯୋଗୁ କେତେଜଣଙ୍କୁ ମନ୍ତ୍ରୀ ପଦରୁ ବିଦା କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି। ଅନ୍ୟପଟେ ଦଳର ରାଜ୍ୟ ସଭାପତିି ଚୟନ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସାଙ୍ଗକୁ ଖାଲି ପଡିଥିବା ନିଗମ ଓ ବୋର୍ଡରେ ଭାଜପା ନେତାଙ୍କୁ ଥଇଥାନ କରାଯାଇ ପଦବୀ ପୂରଣ କରାଯିବ ବୋଲି ଶୁଣାଯାଉଥିଲା। ଏନେଇ ଦଳର କେତେଜଣ ବରିଷ୍ଠ ନେତା ମଧ୍ୟ କହିଥିଲେ। ସେହିପରି ମନମୋହନ ମଧ୍ୟ କିଛିଦିନ ତଳେ ଖାଲି ପଡିଥିବା ମନ୍ତ୍ରୀ ପଦବୀ ପୂରଣ ଏବଂ ବୋର୍ଡ ଓ ନିଗମରେ ନିଯୁକ୍ତି ଖୁବ୍‌ଶୀଘ୍ର ହେବ ବୋଲି କହିଥିଲେ। ତେଣୁ ରାଜ୍ୟରେ ଭାଜପାର ସଭାପତି ଭାବେ ମନମୋହନ ୪ର୍ଥ ଥର ଲାଗି ଦାୟିତ୍ୱ ନେଇସାରିବା ପରେ କେନ୍ଦ୍ରରେ ଥିବା ଦଳର କେତେଜଣ ଶୀର୍ଷ ନେତାଙ୍କୁ ଧନ୍ୟବାଦ ଶୁଣାଇବା ପାଇଁ ସେ ଏହି ଗସ୍ତ କରିଥାଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ସାଙ୍ଗରେ ଦଳର ସଙ୍ଗଠନ ମନ୍ତ୍ରୀ ଗସ୍ତ କରିଥିବାରୁ ଏହି ଅବସରରେ ଉଭୟ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ପଦ ପଦବୀ ପୂରଣ କଥା ଚୂଡାନ୍ତ କରି ଫେରିଛନ୍ତି ବୋଲି କୁହାଯାଉଛି। ଏପରିକି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ରାଜ୍ୟପାଳଙ୍କ ସହ ଦେଖାକରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଥା ହେଇସାରିଛନ୍ତି ଏବଂ ମନମୋହନ ସେଥିରେ ଚୂଡାନ୍ତ ମୋହର ଲଗାଇବାକୁ ଯାଇଥାଇପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri