ଚଢ଼ାଉ ବେଳେ ମିଳିଲା ମଦ ସହ ୨ ବନ୍ଧୁକ: ପରେ….

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମଙ୍ଗଳବାର ଭୋରରେ ମହୁଡା ଗ୍ରାମ ନିକଟସ୍ଥ ଦୁର୍ଗମ କେରାଣ୍ଡିମାଳ ଜଙ୍ଗଲ ସଂଲଗ୍ନ ଲୁଣ୍ଡୁରିଗୁଡା ଗ୍ରାମରେ ଅତର୍କିତ ଚଢାଉ କରାଯାଇ ଅବକାରୀ ଧରପଗଡ କରିଥିଲେ । ଗ୍ରାମର ସୁରେନ୍ଦ୍ର ମଲ୍ଲିକଙ୍କ ନିକଟରୁ ୪୦ ଲିଟର ଅପମିଶ୍ରିତ ଦେଶୀ ରନ୍ଧାମଦ ଏବଂ ବନ୍ୟଜନ୍ତୁ ଶିକାର ନିମନ୍ତେ ସେ ବ୍ୟବହାର କରୁଥିବା ୨ଟି ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡିଛି।
ଦୀର୍ଘଦିନ ଧରି ଉକ୍ତ ପାହାଡିଆ ଜଙ୍ଗଲରେ ଅଭିଯୁକ୍ତ ସୁରେନ୍ଦ୍ର ଅପମିଶ୍ରିତ ମଦ ପ୍ରସ୍ତୁତ କରି ତାଙ୍କ ସହଯୋଗୀଙ୍କ ଜରିଆରେ ବିଭିନ୍ନ ଗ୍ରାମକୁ ବେଆଇନ ଭାବେ ମଦ ଚୋରା ଚାଲାଣ କରି ଆସୁଥିବା ନେଇ ଅବକାରୀ ବିଭାଗକୁ ବିଶେଷ ସୁତ୍ରରୁ ଖବର ମିଳିଥିଲା ।
 ପ୍ରାପ୍ତ ସୂଚନାକୁ ଭିତ୍ତିକରି ମଙ୍ଗଳବାର ଭୋରରୁ ଏହି ଅବକାରୀ ଓ ପୋଲିସ ପକ୍ଷରୁ ମିଳିତ ଭାବେ କେରାଣ୍ଡିମାଳ ଜଙ୍ଗଲ ସଂଲଗ୍ନ ଲୁଣ୍ଡୁରିଗୁଡା ଗ୍ରାମରେ ପ୍ରଥମେ ଚଢାଉ କରାଯାଇଥିଲା । ସେହି ସମୟରେ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ କାବୁ କରାଯାଇଥିଲା । ତାଙ୍କୁ ପଚରା ଉଚୁରା କରାଯିବା ପରେ ପୋଲିସ ଅଭିଯୁକ୍ତ ସୁରେନ୍ଦ୍ରଙ୍କ ଘର ପଛପଟ ଏକ ବୁଦା ମୁଳରେ ଲୁଚେଇ ରଖାଯାଇଥିବା ଦେଶୀମଦ ଏବଂ ବନ୍ଧୁକ ଜବତ କରିଥିଲେ । ଅଭିଯୁକ୍ତ ସୁରେନ୍ଦ୍ର ବନ୍ୟଜନ୍ତୁ ଶିକାର ନିମନ୍ତେ ଗଜପତି ଜିଲା ମୋହନାରୁ ୨ଟି ଦେଶୀ ବନ୍ଧୁକ କିଣିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ଦିଗପହଣ୍ଡି ଥାନା ଏଏସଆଇ ମନୋଜ ସିଂଙ୍କ ଏତଲା କ୍ରମେ ମାମଲା ନଂ. ୨୫୯/୨୫ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ ପରେ ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri