ରାଶିଫଳ

ମେଷ

ମେଷ

 

ରାଶ୍ୟାଧିପ ଷଷ୍ଠସ୍ଥ ହେତୁ ଦୃଢ଼ତାର ସହ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିପାରିବେ ।  ସପ୍ତମ ଚନ୍ଦ୍ରଙ୍କ ସୁପ୍ରଭାବରୁ ଗତ କିଛିଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ ।  ଶିଳ୍ପ, ନିର୍ମାଣ, ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମରେ ସୁଫଳ ପାଇବେ ।  କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । 

ଚନ୍ଦ୍ର ଭାଗ୍ୟାଧିପ ବୃହସ୍ପତି ନକ୍ଷତ୍ରରେ ରହିଥିବାରୁ କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସୁଫଳ ମିଳିବ। ପ୍ରଶାସନିକ ସ୍ତରରେ ବୁଝାମଣା ନେଇ ସହମତି  ଦେଖାଦେଇପାରେ । ରଚନାତ୍ମକ କାର୍ଯ୍ୟ, ସଙ୍ଗଠନ ଓ ରାଜନୈତିକ, କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ।

 

  

ମିଥୁନ

ମିଥୁନ

 

ବୁଧ ଷଷ୍ଠ ସ୍ଥାନରେ ରହି ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିପାରେ। ବ୍ୟବସାୟ, ପରିବହନ କ୍ଷେତ୍ରରେ ବାଧାବିଘ୍ନ ଓ ପ୍ରତିବନ୍ଧକ ଦେଖାଦେଇପାରେ। ଆର୍ଥି କ ପରିସ୍ଥିତି ବଦଳାଇବା ପାଇଁ ନୂତନ ଯୋଜନା କରିବେ। ରଚନାତ୍ମକ କାମରୁ ପ୍ରଶଂସିତ ହେବେ। ଗତକାଲିର ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ି ଚାଲିବ  ।  ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ  । 

ଶତ୍ରୁଭାବାଧିପ ଚତୁର୍ଥସ୍ଥ ହୋଇ ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି କରିବ। ସହକର୍ମୀଙ୍କ  ପରାମର୍ଶକୁ ଗ୍ରହଣ କରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। ବସ୍ତ୍ର ଓ ଅଳଙ୍କାର, ଔଷଧ ପତ୍ର  କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡିବ।  ଯାତ୍ରା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ କାମ କରି ଅନୁତପ୍ତ ହେବାର ସମ୍ଭାବନା ରହିଛି।

 

  

କର୍କଟ

କର୍କଟ

 

ଏକାଧିକ ଗ୍ରହ ସଙ୍ଗରେ ଚନ୍ଦ୍ର ସମାଗମ ଅବସ୍ଥା ପ୍ରାପ୍ତ ହୋଇ କର୍ମକ୍ଷେତ୍ର ସକାଶେ ବ୍ୟସ୍ତତା ବୃଦ୍ଧି କରିବେ  ।  ଅବଶ୍ୟ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି  ।  ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକଜନିତ କାମ ସ୍ଥଗିତ ରହିଯାଇପାରେ  ।  ପାରିବାରିକ ଜୀବନରେ ଭୁଲ୍‌  ବୁଝାମଣାର ଆଶଙ୍କା ରହିଛି  । 

ରାହୁକେତୁ ମଧ୍ୟସ୍ଥ ସମସ୍ତଗ୍ରହ କାଳସର୍ପ ଯୋଗ ସୃଷ୍ଟିକରି ପ୍ରତ୍ୟେକ କାମକୁ ବ୍ୟସ୍ତବହୁଳ କରିପାରନ୍ତି । ଘରୋଇ କାମ ସଙ୍ଗକୁ ଅଫିସ୍‌ କାମର ଜାଳ ବଢିଯିବ । ବିଭିନ୍ନ ଉପାୟରେ ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି  । ଏକ ଭିନ୍ନ ପରିବେଶରେ ମିତ୍ରତା ବନ୍ଧନରେ  ଆବଦ୍ଧ ହୋଇପାରନ୍ତି।

 

  

ସିଂହ

ସିଂହ

 

ଧନ ଚତୁର୍ଥାଧିପତିଙ୍କ କ୍ଷେତ୍ର ବିନିମୟଜନିତ ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଅର୍ଥଲାଭର ସମ୍ଭାବନା ରହିଛି ।  ସ୍ବାସ୍ଥ୍ୟ କ୍ରମଶଃ ଅବନତି ଦିଗକୁ ଗତି କରିବା ସଙ୍ଗେସଙ୍ଗେ ପାରିବାରିକ ପରିସ୍ଥିତି ମଧ୍ୟ ବିଶେଷ ଭଲ ରହିବ ନାହିଁ । କଳା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । 

ଶନିଙ୍କ ସ୍ଥିତି ପ୍ରତ୍ୟେକ କାମରେ ପାଶ୍ଚାତାପର କାରଣ ହେବ । ଚତୁର୍ଥସ୍ଥ ରବି ଓ ବୁଧ କର୍ମକ୍ଷେତ୍ରରୁ ଅର୍ଥ ସହ ସମ୍ମାନ ଲାଭ କରାଇବ । କିନ୍ତୁ ବ୍ୟୟାଧିପଙ୍କ ସମ୍ପର୍କରୁ ଯେତିକି ପାଇବେ ତାହା ଠାରୁ ବହୁ ଗୁଣରେ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡିପାରେ । ଅନ୍ୟମାନଙ୍କ ଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । 

 

  

କନ୍ୟା

କନ୍ୟା

ଚନ୍ଦ୍ର ସହ ଶୁକ୍ର ଓ ବୃହସ୍ପତି ଧନସ୍ଥାନରେ ଅର୍ଥଲାଭ ସହ ମନ ଖୁସି ହେଲା ଭଳି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ । ଜମିଜମା ବ୍ୟବସାୟ ଓ ଗବେଷଣା ତଥା ଏଜେନ୍ସିପରୁ ଖୁସି ରହିବେ । କର୍ମକ୍ଷେତ୍ରରୁ ଅଚାନକ ଭାବରେ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ପାରନ୍ତି  । ସାମାଜିକ ସ୍ତରରେ ଅନ୍ୟାୟ ବିରୋଧରେ ଲଢିଲେ ମଧ୍ୟ ସମର୍ଥନ ପାଇବେ ନାହିଁ । 


  

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri