Posted inଫୁରସତ

ବାପା-ମା’ ଶୋଇଥିବାବେଳେ ୫ ବର୍ଷର ପୁଅ କରିଦେଲେ ଏମିତି କାମ: ଉଠିଲାବେଳକୁ ଗୋଡ଼ ତଳୁ ଖସିଗଲା ମାଟି

ଆଜିକାଲି ପିଲାମାନେ ଅଧିକ ସମୟ ମୋବାଇଲ ଦେଖୁଛନ୍ତି। ମାତାପିତା ମଧ୍ୟ କାର୍ଯ୍ୟରେ ବ୍ୟସ୍ତ ହେତୁ ପିଲାଙ୍କୁ ଆକଟ କରିପାରୁନାହାନ୍ତି। ଫଳରେ ପିଲାମାନେ ମୋବାଇଲ୍‌କୁ ଅପବ୍ୟବହାର କରୁଛନ୍ତି। ନିକଟରେ ଏକ ୫ ବର୍ଷର ପିଲା ବାପାମା’ ଶୋଇଥିବାବେଳେ ରାତାରାତି ଆମାଜନରେ ୩,୦୦୦ ଡଲାର ଅର୍ଥାତ୍‌ ୨.୫୮ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ କରିଥିଲେ। କର୍ଷ୍ଟେନ ଲୋକାସ ମ୍ୟାକକଲ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅର କାରନାମାର ଏକ ଭିଡିଓ ତିଆରି କରି TikTokରେ ଶେୟାର କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ ୪୨ ଲକ୍ଷ ଥର ଦେଖାଯାଇଛି।

ଭାଇରାଲ ଭିଡିଓର ଆରମ୍ଭରେ, ତିନି ଜଣ ପିଲା ସୋଫାରେ ବସିଥିବା ଦେଖାଯାଉଛି। ଏହି ସମୟରେ, ବାପା ତାଙ୍କ ଚୁପ ବସିଥିବା ପାଞ୍ଚ ବର୍ଷର ପୁଅକୁ ଅର୍ଡର କରାଯାଇଥିବା ଜିନିଷ ବିଷୟରେ ପଚାରିବା ଆରମ୍ଭ କରନ୍ତି। ବ୍ୟକ୍ତି ପୁଅକୁ ପଚାରନ୍ତି, ତୁମେ ଆମାଜନରୁ ୭ଟି କାର କିଣିଛ। ତା’ପରେ ସେ କୁହନ୍ତି, ତୁମେ ଜାଣ କି ତୁମେ ୩,୦୦୦ ଡଲାରରୁ ଅଧିକ ଖର୍ଚ୍ଚ କରିଛ। ଚିନ୍ତିତ ପିତା ତା’ପରେ ତାଙ୍କ ପୁଅକୁ ପଚାରନ୍ତି, ତୁମେ ଏହା କିପରି କଲ?

ଏହା ପରେ, ଭିଡିଓରେ Amazonରୁ କରାଯାଇଥିବା କ୍ରୟର ସ୍କ୍ରିନସଟ ମଧ୍ୟ ଦେଖାଯାଉଛି, ଯାହାର କ୍ୟାପସନରେ ଲେଖାଯାଇଛି – ମୁଁ ଏକ ମଜାଦାର ଜୀବନ ବିତାଉଛି। ଖୁସିରେ ଫୋନ ସ୍କ୍ରୋଲ କରୁଛି, ଏବଂ Amazon ଚେକ କରୁଛି, ଯେତେବେଳେ ଘରର ଅନ୍ୟ ଲୋକମାନେ ଶୋଇଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ଏହି ଛୋଟ ‘ସପିଂ ପ୍ରେମୀ’ ଧରାପଡ଼ିଲେ, କାର୍ଟରେ ଚେକଆଉଟ ପାଇଁ ପ୍ରସ୍ତୁତ ୬୦,୧୯୧.୯୬ ଟଙ୍କା ମୂଲ୍ୟର ଜିନିଷ ଥିଲା। ଏତେ ମହଙ୍ଗା ଅର୍ଡର ଦେଖି ପିଲାଟିର ବାପାମା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri