ସାନଖେମୁଣ୍ଡିରେ ବ୍ୟାପିଲା ଝାଡାବାନ୍ତି: ଚାଲିଗଲା ୨ ଜୀବନ

ଦିଗପହଣ୍ଡି/ପାଟପୁର,୨୨।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତି କାୟା ବିସ୍ତାର କରୁଛି। ମଙ୍ଗଳବାର ଝାଡାବାନ୍ତିରେ ସଂକ୍ରମିତ ହୋଇ ଗାଁ ନିକଟ କ୍ୱାକ ଦ୍ୱାରା ଚିକିତ୍ସାଧୀନ ସମ୍ବାରୁ ମଲ୍ଲିକ(୬୦) ଏବଂ କାନ୍ଦରା ମଲ୍ଲିକ(୬୨)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସେହିପରି ଝାଡାବାନ୍ତିରେ ଗ୍ରାମର ୧୦ରୁ ଊଦ୍ଧର୍‌ବ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକୁରି ମଲ୍ଲିକ ନାମ୍ନୀ ଜଣେ ବୃଦ୍ଧାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ବାହନ ଦାସଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏନେଇ କୌଣସି ସୂଚନା ନାହିଁ। କିନ୍ତୁ ସେଠାକାର ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରି ତଥ୍ୟ ସଂଗ୍ରହ କରିବେ ବୋଲି କହିଛନ୍ତି।

ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଫାସିଗୁଡା ଗ୍ରାମରେ ଗତ ଶନିବାରଠାରୁ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ୫ଜଣ ଏଥିରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ସେମାନେ ହେଲେ ଫାସିଗୁଡା ଗ୍ରାମ ନୂଆସାହିର କାଶି ନାୟକ, ସୁବୁଦ୍ଧି ପ୍ରଧାନ, ସୀମାଞ୍ଚଳ ମଣ୍ଡଳ, ଲଗ୍ନା ବିଶ୍ବାଳ, ଜାଡି ନାୟକ।

ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।

ପୂର୍ବରୁ ବ୍ଳକ ଅଧୀନ ସହଦେବ ଟିକରପଡା ପଞ୍ଚାୟତର ଜନଜାତି ବହୁଳ ଉସ୍ତପଲ୍ଲୀ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ୩ ଜଣକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଏହାକୁ ଅସ୍ବୀକାର କରାଯାଇଥିଲା ।

ଫାସିଗୁଡ଼ା ଗ୍ରାମରେ ଝାଡାବାନ୍ତି ବ୍ୟାପିଥିବା ଖବର ପ୍ରଚାରିତ ହେବା ପରେ ଦିଗପହଣ୍ଡି ବ୍ଳକ ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗ୍ରାମରେ ଭ୍ରାମ୍ୟମାଣ ମେଡିକାଲ ଟିମ୍‌ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ଝାଡ଼ାବାନ୍ତି ପ୍ରତିରୋଧକ ଔଷଧ ବଣ୍ଟନ କରିଥିଲେ।

ସେହିପରି ଗ୍ରାମ୍ୟ ଓ ଜଳ ପରିମଳ ବିଭାଗ ପକ୍ଷରୁ କର୍ମଚାରୀ ପହଞ୍ଚି ପାଣି ନମୁନା ପରୀକ୍ଷଣ କରିବା ସହ ଗ୍ରାମରେ ରହିଥିବା ସମସ୍ତ ନଳକୂପଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହ ବିଶୋଧନ କରିଥିବା ଜଣାପଡ଼ିଛି । ବ୍ଳକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ, ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ, ସରପଞ୍ଚ ଗୌରୀ ବିଷୋୟୀ , ସରପଞ୍ଚଙ୍କ ପ୍ରତିନିଧି ଶିବରାମ ପ୍ରଧାନ ପ୍ରମୁଖ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଘରକୁ ଘର ବୁଲି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri