Posted inଜାତୀୟ

ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲ କହିଲେ…

ନୂଆଦିଲ୍ଲୀ,୧୬ା୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜମ୍ମୁ-କଶ୍ମୀର ସମ୍ପର୍କରେ ଏକ ସ୍ବତନ୍ତ୍ର ଚିଠି ଲେଖିଛନ୍ତି। ଚିଠି ମାଧ୍ୟମରେ ରାହୁଲ ଏବଂ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ ଏବଂ କଶ୍ମୀର ପାଇଁ ଏକ ନୂତନ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, ଏହାକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ଉଚିତ। କଂଗ୍ରେସ ମଧ୍ୟ ଏହି ଚିଠିକୁ ‘ଏକ୍ସ’ ହ୍ୟାଣ୍ଡେଲରେ ଶେୟାର କରିଛି।

ରାହୁଲ ଏବଂ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ କହିଛନ୍ତି, ଆମେ ସରକାରଙ୍କୁ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଏକ ବିଲ୍‌ ଆଣିବାକୁ ଅନୁରୋଧ କରୁଛୁ। ଆପଣ ନିଜେ ଅନେକ ଥର ବ୍ୟକ୍ତିଗତ ଭାବରେ ପୁନରାବୃତ୍ତି କରିଛନ୍ତି ଯେ, ସରକାର ରାଜ୍ୟର ମାନ୍ୟତା ପୁନଃସ୍ଥାପିତ କରିବା ପାଇଁ ପ୍ରତିବଦ୍ଧ।

ରାହୁଲ ଏବଂ ଖାର୍ଗେ ଚିଠି ମାଧ୍ୟମରେ କହିଛନ୍ତି, ଗତ ପାଞ୍ଚ ବର୍ଷ ଧରି ଜମ୍ମୁ-କଶ୍ମୀରର ଲୋକମାନେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପୁନଃସ୍ଥାପିତ କରିବା ପାଇଁ ନିରନ୍ତର ଦାବି କରିଆସୁଛନ୍ତି। ଏହି ଦାବି ସେମାନଙ୍କର ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅଧିକାର ସହିତ ବୈଧ ମଧ୍ୟ।

ଖାର୍ଗେ ଏବଂ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଏକ ବକ୍ତବ୍ୟ ମନେ ପକାଇ ଦେଇ କହିଥିଲେ ଯେ, ଆପଣ ନିଜେ ଏହା ଅନେକ ଥର ଉଲ୍ଲେଖ କରିଛନ୍ତି। ଚିଠିରେ ଲେଖାଯାଇଥିଲା, ୧୯ ମେ’ ୨୦୨୪ରେ ଭୁବନେଶ୍ୱରରେ ଦିଆଯାଇଥିବା ଏକ ସାକ୍ଷାତକାରରେ, ଆପଣ କହିଥିଲେ, ରାଜ୍ୟର ସ୍ଥିତି ପୁନରୁଦ୍ଧାର କରିବା ଆମର ଗମ୍ଭୀର ପ୍ରତିଶ୍ରୁତି ଏବଂ ଆମେ ଏଥିରେ ଅଟଳ। ୧୯ ସେପ୍ଟେମ୍ବର ୨୦୨୪ରେ ଶ୍ରୀନଗରରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଆପଣ ପୁନଃ ଦୃଢ଼ ଭାବରେ କହିଥିଲେ, ଆମେ ସଂସଦରେ କହିଛୁ ଯେ, ଆମେ ଏହି ଅଞ୍ଚଳର ରାଜ୍ୟ ସ୍ଥିତି ପୁନରୁଦ୍ଧାର କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri