ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଢୁଢ଼ୁଆ ଶିବ ମନ୍ଦିର ପରିସରରେ ଗୁରୁବାର ମେକାନିକାଲ ମହାସଂଘ ଭଞ୍ଜନଗର ଶାଖାର ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଏଥିରେ ମହାସଙ୍ଘର ରାଜ୍ୟ ସଭାପତି ଅରକ୍ଷିତ ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଙ୍ଘର ସମସ୍ୟା ଓ ତାହାର ନିରାକରଣ ଉପରେ କହିଥିଲେ। ମେକାନିକାଲମାନେ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର ସେମାନଙ୍କ କଥାକୁ ବୁଝିବା ସହ ବିଶ୍ୱକର୍ମା ଯୋଜନାରେ ମେକାନିକାଲଙ୍କୁ ସାମିଲ କରାଯାଉ ବୋଲି ରାଉଳ କହିଛନ୍ତି। ରାଜ୍ୟ କମିଟିର ସଦସ୍ୟ ଆଲମ ଖାନ, ରାଜା ବାବୁ, ପରମେଶର ସାହୁ, ରାଜ କିଶୋର ସାହୁ, କବି ପ୍ରଧାନ, ଲିଟୁ ପ୍ରଧାନ, ରମଜାନ ଖାନ, ବିପିନ ମହନ୍ତ, ସୁରେନ୍ଦ୍ର ମହନ୍ତ,ନିଳାଞ୍ଚଳ ଗୌଡ, ବସୁଦେବ ମହାରଣା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସଭାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଭଞ୍ଜନଗର ମେକାନିକ ସଂଘ ସଭାପତି ବାସୁଦେବ ମହାରଣା, ଉପସଭାପତି ନିଲାଞ୍ଚଳ ଗୌଡ଼,ସମ୍ପାଦକ ସୁରତ ସାହୁ,ସହ ସମ୍ପାଦକ ଦୀପକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ମେକାନିକ ଭାଇମାନଙ୍କର ମୌଳିକ ଅଧିକାର ଓ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କର ସୁଖ ଦୁଃଖରେ ସାମିଲ ହେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟଯେ ମେକାନିକ ଓ ଗାଡି ମାଲିକଙ୍କ ମଧ୍ୟରେ ଅନେକ ସମୟରେ ସମନ୍ବୟର ଅଭାବ ଦେଖାଦେଇଥାଏ । ଏଥିରେ କିଭଳି ସୁଧାର ଆସିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ମେକାନିକମାନଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ଦେବାପାଇଁ ବୈଠକରେ ଦାବି ହୋଇଥିଲା। ପୁରୁଷୋତ୍ତମ ମହାପାତ୍ର ସଭାକୁ ସଂଯୋଜନା କରିଥିଲେ।


