୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଭାଇରାଲ ଭୟ ଦେଖାଇ ୫ ଲକ୍ଷ, ସୁନାଗହଣା ନେଇଗଲେ…

କୁଆଁରମୁଣ୍ଡା,୨୦।୭(ମହେନ୍ଦ୍ର କୁମାର ସାହୁ): ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିବା ଏବଂ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବା ଧମକ ଦେଇ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଠକି ନେବା ଭଳି ସଙ୍ଗିନ ଅଭିଯୋଗ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ପରେ ବୀରମିତ୍ରପୁର ଥାନା ପୋଲିସ ଅଭିଯୁକ୍ତ ରାଉରକେଲା ମଣି କଲୋନୀର ଇନ୍ଦ୍ରମଣି ସାମଲ(୫୬)ଙ୍କୁ ଶନିବାର ଗିରଫ କରିଛି। ଏ ନେଇ ଥାନାରେ ଆଇପିସି ଦଫା ୩୭୬(୨)(ଏନ୍‌)/୩୭୬(୩)/୫୦୬,ସେକ୍ସନ ୪ ପୋକ୍‌ସୋ ଆକ୍ଟ ସହ ଏସ୍‌ସି/ଏସ୍‌ଟିରେ ଏକ ମାମଲା (ନଂ. ୩୨୪/୨୫) ରୁଜୁ ହୋଇଛି। ଘଟଣାଟି ୨୦୨୪ ମେ ୩ରେ ଘଟିଥିବା ବେଳେ ଅଭିଯୁକ୍ତ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବା ଭୟ ଦେଖାଇ ପୀଡ଼ିତାଙ୍କୁ ବ୍ଲାକମେଲିଂ କରିବା ପରେ ଏହି ଘଟଣା ସମ୍ମାନକୁ ଆସିଛି।
ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପରିବାର ରାଉରକେଲାରେ ରହୁଥିଲେ। ପାରିବାରିକ ସମସ୍ୟା ସୃଷ୍ଟି ହେବା ବିଷୟରେ ପୀଡ଼ିତାଙ୍କ ମା’ଙ୍କ ଠାରୁ ଇନ୍ଦ୍ରମଣି ଜାଣି ତାଙ୍କୁ ସାହାଯ୍ୟ କରିବା ପାଇଁ କୁଆଁରମୁଣ୍ଡା ଯମୁନାନାକିରେ ସେମାନଙ୍କ ପାଇଁ ୨୦୨୩ ସେପ୍ଟେମ୍ବର ୬ ତାରିଖରେ ଘରଭଡ଼ା ବୁଝିଥିଲେ। ପରେ ପରିବାର ସହ ତାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା। ଏପରିକି ପୀଡ଼ିତାଙ୍କ ଉପରେ ତାଙ୍କର ଆଖି ପଡ଼ିଥିଲା। ପୀଡ଼ିତା ଜଣଙ୍କ କୁଆଁରମୁଣ୍ଡାର ଏକ ଘରୋଇ ସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଥିଲେ। ୨୦୨୪ ମେ ୩ରେ ସ୍କୁଲ ଛୁଟି ହେବା ପରେ ଇନ୍ଦ୍ରମଣି ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ନିଜର ଏକ ହୋଟେଲକୁ ନେଇ ବଳାତ୍କାର କରିବା ସହ ଭିଡିଓ ମଧ୍ୟ କରିଥିଲେ। ପରେ ଭିଡିଓ ଭାଇରାଲ କରିବାର ଭୟ ଦେଖାଇ ପୀଡ଼ିତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ପୀଡିତା ପରିବାର ଲୋକଙ୍କୁ କହିଥିଲେ। ପ୍ରଥମେ ଇନ୍ଦ୍ରମଣି ପୀଡ଼ିତାଙ୍କଠାରୁ ୫ ଲକ୍ଷ ଟଙ୍କା ସହ ୩ ହଳ ସୁନା କାନଫୁଲ,୨ଟି ସୁନା ମୁଦି ଓ ଗହଣା ନେଇଥିଲେ। ହେଲେ ଇନ୍ଦ୍ରମଣି ଭିଡିଓ ଡିଲିଟ କରି ନ ଥିଲେ। ପୀଡିତାଙ୍କ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରି ଭିଡିଓ ଡିଲିଟ୍‌ କରିବାକୁ କହିବାରୁ ସେ ଆହୁରି ଟଙ୍କା ମାଗିଥିଲେ। ଶେଷରେ ପରିବାର ଲୋକେ ଶୁକ୍ରବାର ବୀରମିତ୍ରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଇନ୍ଦ୍ରମଣିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଇନ୍ଦ୍ରମଣି ପୂର୍ବରୁ ରାଉରକେଲା ମ୍ୟୁନସିପାଲଟିର ସାନିଟାରୀ ଅଧିକାରୀ ଥିବା ବେଳେ ବର୍ତ୍ତମାନ କୁଆଁରମୁଣ୍ଡାରେ ଡେପୁଟେସନରେ କାମ କରୁଛନ୍ତି। ଏଥିସହ ଯମୁନାନାକି ନିକଟରେ ଏକ ହୋଟେଲ ବ୍ୟବସାୟ କରୁଥିବା ଜଣାପଡିଛି। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ରବିବାର କରାଯିବ ବୋଲି ଥାନା ଆଇଆଇସି ରାମପ୍ରସାଦ ନାଗ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri