ରପ୍ତାନି ବୃଦ୍ଧିକୁ ପ୍ରାଥମିକତା


ନୂଆଦିଲ୍ଲୀ,୫-୧୨ ବୈଦେଶିକ ବାଣିଜ୍ୟ ନୀତି(ଏଫ୍‌ଟିଏ)ର ମଧ୍ୟବର୍ତ୍ତିକାଳୀନ ସମୀକ୍ଷା ରିପୋର୍ଟକୁ ସରକାର ମଙ୍ଗଳବାର ଉନ୍ମୋଚନ କରିଛନ୍ତି। ମଧ୍ୟବର୍ତ୍ତିକାଳୀନ ଏଫ୍‌ଟିପିକୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଉନ୍ମୋଚନ କରିଛନ୍ତି। ଏଥିରେ ରପ୍ତାନୀକାରିଙ୍କ ଲାଗି ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌କୁ ପ୍ରାଥମିକତା ଦିଆଯାଇଛି। ୨୦୨୦ ସୁଦ୍ଧା ଭାରତର ରପ୍ତାନି ୯୦୦ ବିଲିୟନ ଡଲାର ଟପିବା ନେଇ ଲକ୍ଷ୍ୟ ରହିଥିବାବେଳେ ଏହାକୁ ନଜରରେ ରଖି ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଛି। ସେହିଭଳି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ଯୋଗୁ ରପ୍ତାନିକାରୀ ସାମ୍ନା କରୁଥିବା ବିଭିନ୍ନ ଅସୁବିଧା ଉପରେ ମଧ୍ୟ ଏଥିରେ ବିଚାର କରାଯାଇଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ୨୦୧୫ ଏପ୍ରିଲ ୧ରେ ପାଞ୍ଚବର୍ଷିଆ ଏଫ୍‌ଟିପି ଘୋଷଣା କରାଯାଇଥିଲା। ସରକାର ଆମଦାନୀ ତଥା ରପ୍ତାନୀ କୋଡ୍‌ର ସରଳୀକରଣ ଲାଗି ବିଭିନ୍ନ ପଦକ୍ଷେପ ନେବେ। ସେହିଭଳି ଜିଏସ୍‌ଟି ଯୋଗୁ ରପ୍ତାନି କ୍ଷେତ୍ରରେ ଉପୁଜିଥିବା ସମସ୍ୟାକୁ ଶୀଘ୍ର ବିଚାର କରାଯିବ। ଏହାକୁ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଏସ୍‌ଟିରେ ରପ୍ତାନି ବୃଦ୍ଧି ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ। ରପ୍ତାନି ପ୍ରୋତ୍ସାହନ ଯୋଜନାକୁ ତ୍ୱରାନ୍ବିତ କରାଯିବା ସହ ନୂଆ ବଜାରକୁ ମଧ୍ୟ ଏଥିରେ ପ୍ରାଥମିକତା ଦିଆଯାଇଛି। ପ୍ରକ୍ରିୟାକୁ ସରଳୀକରଣ ଦ୍ୱାରା ରପ୍ତାନୀ ବୃଦ୍ଧିକୁ ପ୍ରୋତ୍ସାହନ କରିବା ଲାଗି ପଦକ୍ଷେପ ନିଆଯାଉଛି। ସେହିଭଳି ଯେଉଁ କ୍ଷେତ୍ରଗୁଡିକ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ସୂଚନା ଦେଇଛନ୍ତି। ସେହିଭଳି ଜିଏସ୍‌ଟିରେ ସୁବିଧା ଯୋଗାଣ, ସେବା କ୍ଷେତ୍ର ରପ୍ତାନୀ ବୃଦ୍ଧି, ରପ୍ତାନୀ ପର୍‌ଫର୍‌ମାନ୍ସର ମନିଟରିଂ ଏବଂ ଷ୍ଟେଟ୍‌ ଅଫ୍‌ ଆର୍ଟ ଆନାଲିଟିକ୍ସ ଭଳି ବ୍ୟବସ୍ଥା ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ଉନ୍ନତ ନୀତି ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିବା ପ୍ରଭୁ କହିଛନ୍ତି। ବିଶ୍ୱ ସ୍ତର ବାଣିଜ୍ୟରେ ଭାରତର ଅଂଶ ବର୍ତ୍ତମାନ ୨% ରହିଥିବା ବେଳେ ଏହାକୁ ୩.୫%କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରହିଛି। ନୂଆ ବଜାର ମଧ୍ୟରେ ଲାଟିନ୍‌ ଆମେରିକା ଓ ଆଫ୍ରିକା ଭଳି ଦେଶକୁ ଧ୍ୟାନରେ ରଖାଯାଇଛି। ଏମ୍‌ଏସ୍‌ଏମ୍‌ଇ, କୃଷିଜାତ ସାମଗ୍ରୀ ତଥା ଶ୍ରମ କୈନ୍ଦ୍ରିକ ଶିଳ୍ପକୁ ପ୍ରୋତ୍ସାହନ ବାବଦକୁ ୮୪୫୦ କୋଟି ଟଙ୍କାର ପ୍ରୋତ୍ସାହନ ବ୍ୟବସ୍ଥା, ବର୍ତ୍ତମାନର ରପ୍ତାନି ପ୍ରୋତ୍ସାହନ ଲାଗି ୨୫,୦୦୦ କୋଟି , ଟିକସମୁକ୍ତ ରପ୍ତାନି ଲାଗି ପ୍ରସେଜ୍ୟୁର ଆଣ୍ଡ୍‌ ପ୍ରୋସେସ୍‌ ସେଲଫ୍‌ ସାର୍ଟିଫିକେଶନ୍‌ ସ୍କିମ ସହ ଡ୍ୟୁଟି କ୍ରେଡିଟ୍‌ ସ୍କ୍ରିପ୍‌ସ ଅବଧି ୧୮ରୁ ୨୪ ମାସକୁ ବୃଦ୍ଧି ହୋଇଛି। ବାଣିଜ୍ୟ ସଂକ୍ରାନ୍ତ ସୂଚନା ଲାଗି ଡିଜିଏଫ୍‌ଟି ପୋର୍ଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା, ରପ୍ତାନୀକାରୀଙ୍କୁ ପରାମର୍ଶ ଲାଗି ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌, ଚବିଶ ଘଣ୍ଟିଆ କଷ୍ଟମ କ୍ଲିୟରାନ୍ସ, ବୀମା, ଚମଡା, ହସ୍ତଶିଳ୍ପ, କାର୍ପେଟ୍‌, ସ୍ପୋର୍ଟ ସାମଗ୍ରୀ, କୃଷିଜାତ ସାମଗ୍ରୀ, ସାମୁଦ୍ରିକ ଉତ୍ପାଦ, ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଂଶ ସହ ଜଡିତ କ୍ଷେତ୍ର ଉପରେ ପ୍ରୋତ୍ସାହନ୨%ରୁ ୪%କୁ ବୃଦ୍ଧି ହୋଇଛି। କୃଷିଜାତ ସାମଗ୍ରୀ ରପ୍ତାନୀ ଲାଗି ସିଙ୍ଗିଲ ଓ୍ବିଣ୍ଡୋ ବ୍ୟବସ୍ଥା, ରପ୍ତାନୀ ଲାଗି ବାଧ୍ୟତାମୂଳକ ଦସ୍ତାବିଜ୍‌, ମର୍ଚ୍ଚାଣ୍ଡାଇଜ୍‌ ଏକ୍ସପୋର୍ଟ ଫ୍ରମ୍‌ ଇଣ୍ଡିଆ(ଏମଇଆଇଏସ)ରେ ପ୍ରୋତ୍ସାହନ ୨ରୁ ୪%କୁ ବୃଦ୍ଧି କରାଯାଇଛି। ସେହିଭଳି ଏହି ଯୋଜନାକୁ ଦୁଇ ଉପକ୍ଷେତ୍ର ଯଥା- ବୟନ ତଥା ରେଡିମେଡ୍‌ ଗାର୍ମେଣ୍ଟକୁ ମଧ୍ୟ ବୃଦ୍ଧି କରାଯାଇଛି। ଉକ୍ତ କ୍ଷେତ୍ର ଲାଗି ପ୍ରୋତ୍ସାହନ ବ୍ୟବସ୍ଥା ୨%ରୁ ୪%କୁ ବୃଦ୍ଧି ହୋଇଛି। ଏହା ବାଦ୍‌ ଅତିରିକ୍ତ ବାର୍ଷିକ ପ୍ରୋତ୍ସାହନ ୨,୭୪୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଚମଡା ଶିଳ୍ପ ଲାଗି ଅତିରିକ୍ତ ବାର୍ଷିକ ପ୍ରୋତ୍ସାହନ ବାବଦକୁ ୭୪୯ କୋଟି ଟଙ୍କା, ହାତ ତିଆରି କାର୍ପେଟ ଶିଳ୍ପ ଲାଗି ୯୨୧ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ସେହିଭଳି ରେଶମ, ହସ୍ତତନ୍ତ, କତା, ଝୋଟ ଶିଳ୍ପ ଲାଗି ଏହା କାର୍ଯ୍ୟକାରୀ ହେବ। କୃଷିଜାତ ସାମଗ୍ରୀ କ୍ଷେତ୍ରରେ ୧୩୫୪ କୋଟି, ସାମୁଦ୍ରିକ ଉତ୍ପାଦରେ ୭୫୯ କୋଟି, ଟେଲିକମ୍‌ ଶିଳ୍ପ ଓ ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଂଶ କ୍ଷେତ୍ରରେ ୩୬୯ କୋଟି ପ୍ରୋତ୍ସାହନ ରାଶି ବ୍ୟବସ୍ଥା ରହିଛି। ଏହା ସହିତ ସର୍ଭିସେସ୍‌ ଏକ୍ସପୋର୍ଟ ଫ୍ରମ ଇଣ୍ଡିଆ ସ୍କିମ(ଏସଇଆଇଏସ)ରେ ମେଡିକାଲ ଯନ୍ତ୍ରାଂଶ ସେବା ରପ୍ତାନୀରେ କ୍ଷୁଦ୍ର ବାଣିଜ୍ୟ ଲାଗି ପ୍ରୋତ୍ସାହନ ରାଶିକୁ ୨% ବୃଦ୍ଧି କରାଯାଇଛି। ଏହା ବାଦ୍‌ ଶିକ୍ଷାନୁଷ୍ଠାନ,ହସ୍ପିଟାଲ, ହୋଟେଲ, ରେଷ୍ଟୁରାଣ୍ଟ, ବାଣିଜ୍ୟ, ଆଇନ, ଆକାଉଣ୍ଟିଂ, ସ୍ଥାପତ୍ୟ ଭଳି କ୍ଷେତ୍ରରେ ଅତିରିକ୍ତ ବାର୍ଷିକ ପ୍ରୋତ୍ସାହନ ବାବଦକୁ ୧୧୪୦ କୋଟି ବ୍ୟବସ୍ଥା କରାଯାଇଛି। ଏହା ସେବା ବାଣିଜ୍ୟକୁ ପ୍ରୋତ୍ସାହିତ କରିବ। ସେହିଭଳି କ୍ଷୁଦ୍ର ବାଣିଜ୍ୟ ସହ ଅନ୍ୟାନ୍ୟ କ୍ଷେତ୍ର ଲାଗି ପ୍ରୋତ୍ସାହନ ବ୍ୟବସ୍ଥା ମଧ୍ୟ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri