ଅନୁଗୋଳରେ ଖୋଲିଲା ତନିଷ୍କ


ଭୁବନେଶ୍ୱର,୧-୧୨(ବ୍ୟୁରୋ) ଦେଶର ପ୍ରମୁଖ ଗହଣା ବ୍ରାଣ୍ଡ ତନିଷ୍କ ଶୁକ୍ରବାର ଅନୁଗୋଳର ଅମଲାପଡାଠାରେ ଏହାର ନୂଆ ଶୋ’ରୁମ୍‌ର ଉଦ୍‌ଘାଟନ କରିଛି। ଦେଶରେ ଏହା ତନିଷ୍କର ୨୩୩ ତମ ଷ୍ଟୋର ହୋଇଥିବାବେଳେ ପୂର୍ବାଞ୍ଚଳ ଜୋନ୍‌ରେ ୩୮ ଏବଂ ରାଜ୍ୟରେ ସପ୍ତମ ଷ୍ଟୋର। ଗ୍ରାହକଙ୍କୁ ଶୁଦ୍ଧତାଯୁକ୍ତ ଏବଂ ଆକର୍ଷଣୀୟ ଡିଜାଇନ୍‌ର ସୁନା ଏବଂ ହୀରା ଗହଣା ଯୋଗାଇବାରେ କମ୍ପାନୀ ସମଗ୍ର ଦେଶରେ ସ୍ବତନ୍ତ୍ର ପରିଚୟ ଲାଭ କରିଛି। କାରବାରରେ ସ୍ବଚ୍ଛତା ଅବଲମ୍ବନ କରୁଥିବାରୁ ଏହା ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇଥିବା ନୂଆ ଶୋ’ରୁମ୍‌କୁ ଉଦ୍‌ଘାଟନ କରି ଟାଇଟନ୍‌ କମ୍ପାନୀ ଲିମିଟେଡ୍‌ର ଗହଣା ଡିଭିଜନ୍‌ର ସିଇଓ ସି. କେ. ଭେଙ୍କଟରମଣ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକଙ୍କ ଆସ୍ଥା ରହିଥିବାରୁ ତନିଷ୍କ ସମଗ୍ର ଦେଶରେ ଏତେ ସଂଖ୍ୟକ ଶୋ’ରୁମ୍‌ ଖୋଲିବା ପାଇଁ ସମର୍ଥ ହୋଇପାରିଛି ଏବଂ ଅନ୍ୟ ପ୍ରତିଯୋଗୀଙ୍କଠାରୁ ନିଜକୁ ସ୍ବତନ୍ତ୍ର କରିପାରିଛି। ଗ୍ରାହକଙ୍କୁ ଶପିଂର ସମ୍ପୂର୍ଣ୍ଣ ସନ୍ତୁଷ୍ଟି ତନିଷ୍କ ପ୍ରଦାନ କରିଥାଏ। ଅନୁଗୋଳ ଷ୍ଟୋର ମାଧ୍ୟମରେ ଏଠାକାର ବାସିନ୍ଦା ଗହଣା କିଣିବାର ଆକର୍ଷଣୀୟ ଅନୁଭୂତି ପାଇପାରିବେ ବୋଲି ଭେଙ୍କଟରମଣ କହିଛନ୍ତି। କମ୍ପାନୀର ଗୋଲ୍‌ଡେନ ହାର୍ଭେଷ୍ଟ ସ୍କିମ୍‌ର ଚାହିଦା ବଜାୟ ରହିଥିବା ସେ କହିଛନ୍ତି। ତେବେ ପୂର୍ବାଞ୍ଚଳ ପାଇଁ କମ୍ପାନୀର ବୃହତ୍‌ ସମ୍ପ୍ରସାରଣ ଯୋଜନା ରହିଛି। ଆସନ୍ତା ୧୨ରୁ ୧୮ ମାସ ମଧ୍ୟରେ କମ୍ପାନୀ ଏହି ଜୋନ୍‌ରେ ୧୦ରୁ ୧୨ ନୂଆ ଶୋ’ରୁମ୍‌ ଖୋଲିବା ପାଇଁ ଯୋଜନା ରଖିଥିବା ଏହି ଅବସରରେ ଟାଇଟନ୍‌ କମ୍ପାନୀ ଲିମିଟେଡ୍‌ର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଏବଂ ସହକାରୀ ଉପସଭାପତି(ପୂର୍ବ) ରାଜେଶ୍ୱରୀ ଶ୍ରୀନିବାସନ ପ୍ରକାଶ କରିଛନ୍ତି। ନୂଆ ଶୋ’ରୁମ୍‌ଟି ୫୦୦୦ ବର୍ଗଫୁଟ୍‌ ପରିମିତ ସ୍ଥାନରେ ଅବସ୍ଥିତ। ମିରାହା(ଏକ ଅତ୍ୟାଧୁନିକ ହୀରାଖଚିତ କଲେକ୍ସନ) ଏବଂ ରିଭା ଗ୍ରାହକଙ୍କୁ ନିଶ୍ଚିତ ଆକୃଷ୍ଟ କରିବ। ନୂଆ ଷ୍ଟୋରରେ ଗ୍ଲିଟେରାଟି ହୀରା କଲେକ୍ସନ ମଧ୍ୟ ରହିଛି। ମିଆ କଲେକ୍ସନ୍‌ ମଧ୍ୟ ଏଠାରେ ଉପଲବ୍ଧ। ନୂଆ ଶୋ’ରୁମ୍‌ରେ ପ୍ରତ୍ୟେକ ମହିଳାଙ୍କ ପାଇଁ କିଛି ନା କିଛି ଉତ୍ପାଦ ରହିଛି। ଷ୍ଟୋରର ଉଦ୍‌ଘାଟନୀ ଅଫର ଭାବେ ଗ୍ରାହକମାନେ ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଏହି ଷ୍ଟୋରରୁ ୧୦ ଗ୍ରାମର ସୁନା ଗହଣା କିଣି ୦.୨୦ ଗ୍ରାମର ସୁନା ମୁଦ୍ରା ମାଗଣାରେ ପାଇପାରିବେ ଏବଂ ୧୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ହୀରା ଗହଣା କ୍ରୟ କରି ୦.୨୦ ଗ୍ରାମର ସୁନା ମୁଦ୍ରା ପାଇପାରିବେ ବୋଲି ତନିଷ୍କର ରିଜିଓନାଲ ବିଜ୍‌ନେସ ମ୍ୟାନେଜର(ପୂର୍ବ) ଅନିର୍ବାଣ ବାନାର୍ଜୀ ପ୍ରକାଶ କରିଛନ୍ତି। ଉଦ୍‌ଘାଟନୀ ଅବସରରେ ତନିଷ୍କର ଫ୍ରାଞ୍ଚାଇଜି ପାର୍ଟନର ଯୋଗେନ୍ଦ୍ର ହଂସ ଏବଂ ମାନିକ୍‌ ହଂସ ପ୍ରମୁଖ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri