୧ ଟଙ୍କିଆ ନୋଟ୍‌କୁ ହେଲା ୧୦୦ ବର୍ଷ


ବମ୍ବେ,୩୦-୧୧(ପି.ଟି.) ଭାରତରେ ଛପା ହେଉଥିବା ୧ ଟଙ୍କିଆ ନୋଟ୍‌କୁ ଗୁରୁବାର ୧୦୦ ବର୍ଷ ହୋଇଛି। ପ୍ରଥମ ନୋଟ୍‌ ୧୯୧୭ ନଭେମ୍ବର ୩୦ରେ କିଙ୍ଗ୍‌ ଜର୍ଜ ଭିଙ୍କ ଫଟୋ ସହ ପ୍ରଚଳନ ହୋଇଥିଲା। ଏହି ନୋଟ୍‌ ରିଜର୍ଭ ବ୍ୟାଙ୍କ ନୁହେଁ ବରଂ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥାଏ। ଏହି ନୋଟ୍‌ର ଜନ୍ମ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା। ଖର୍ଚ୍ଚ ଅଧିକ ଯୋଗୁ ମୁଦ୍ରା ପ୍ରସ୍ତୁତି କରିବାକୁ ସକ୍ଷମ ନ ହେବାରୁ ତତ୍କାଳୀନ କଲୋନିଆଲ ଅଥରିଟି ୧୯୧୭ରେ ୧ ଟଙ୍କିଆ ନୋଟ୍‌ ଛାପିବା ପାଇଁ ବାଧ୍ୟ ହେଲେ। ରିଜର୍ଭ ବ୍ୟାଙ୍କ ଓ୍ବେବ୍‌ସାଇଟ୍‌ରେ ଥିବା ତଥ୍ୟ ମୁତାବକ ଖର୍ଚ୍ଚ ଏବଂ ଲାଭକୁ ବିଚାରକୁ ନେଇ ପ୍ରଥମ ଥର ପାଇଁ ୧୯୨୬ରେ ଏହାକୁ ବନ୍ଦ କରାଯାଇଥିଲା। ୧୯୪୦ରେ ଏହାକୁ ପୁନଃ ଜାରି କରାଗଲା। ୧୯୯୪ରେ ପୁଣି ଏହାକୁ ବନ୍ଦ କରାଗଲା। ୨୦୧୫ରେ ଏହା ପୁଣି ବଜାରକୁ ଆସିଲା। ଅନ୍ୟ ବ୍ୟାଙ୍କ ନୋଟ୍‌ଗୁଡିକରେ ଆର୍‌ବିଆଇ ଗଭର୍ନରଙ୍କ ସ୍ବାକ୍ଷର ରହୁଥିବାବେଳେ ୧ ଟଙ୍କିଆ ନୋଟ୍‌ରେ କେନ୍ଦ୍ର ଅର୍ଥ ସଚିବଙ୍କ ସ୍ବାକ୍ଷର ରହିଥାଏ। ଯେତେବେଳେ ପ୍ରଥମ କରି ଏହି ନୋଟ୍‌ ଆସିଲା ପୂର୍ବରୁ ପ୍ରଚଳିତ ରୁପା ମୁଦ୍ରାକୁ ଏହା ସ୍ଥାନାନ୍ତରିତ କଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ରୁପା ମୂଲ୍ୟ ବଢ଼ିବା ଯୋଗୁ ରୁପା ମୁଦ୍ରାକୁ ହଟାଇ ନୋଟ୍‌ର ପ୍ରଚଳନ କରାଗଲା। ଉକ୍ତ ନୋଟ୍‌ ଉପରେ କେବଳ ପୂର୍ବରୁ ପ୍ରଚଳିତ ରୁପା ମୁଦ୍ରାର ଫଟୋକୁ ସ୍ଥାନିତ କରାଗଲା। ଉକ୍ତ ସମୟରୁ ପ୍ରତି ୧ ଟଙ୍କିଆ ନୋଟ୍‌ରେ ଉକ୍ତ ବର୍ଷର ୧ ଟଙ୍କିଆ କଏନ୍‌ର ଫଟୋ ରହିଆସୁଛି। ପ୍ରଥମ ନୋଟ୍‌ରେ ୩ ଜଣ ବ୍ରିଟିଶ ଅର୍ଥ ସଚିବ ଯଥା, ଏମ୍‌ଏମ୍‌ଏସ୍‌ ଗୁବ୍ବେ, ଏସି ମ୍ୟାକ୍‌ଓ୍ବାଟର୍ସ ଏବଂ ଏଚ୍‌ ଡେନିଙ୍ଗଙ୍କ ସ୍ବାକ୍ଷର ରହିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri