ଭାରତରେ ୨.୪୫ ଲକ୍ଷ ମିଲିୟନେୟାର


ନୂଆଦିଲ୍ଲୀ,୧୪-୧୧(ପି.ଟି.)-ଭାରତରେ ବସବାସ କରୁଥିବା ଲୋକମାନଙ୍କର ମୋଟ ସମ୍ପତ୍ତି ପରିମାଣ ୫ ଟ୍ରିଲିୟନ ଡଲାର ଛୁଇଁଛି। ଅପର ପକ୍ଷରେ ଘରୋଇ ବଜାରରେ ୨.୪୫ ଲକ୍ଷ ମିଲିୟନେୟାର ରହୁଥିବା କ୍ରେଡିଟ୍‌ ସ୍ବିସ୍‌ ଦେଇଥିବା ରିପୋର୍ଟରୁ ଏହି ସୂଚନା ମିଳିଛି। ୨୦୨୨ ବେଳକୁ ଭାରତର ଅତିଧନୀଙ୍କ ସଂଖ୍ୟା ୩.୭୨ ଲକ୍ଷକୁ ବୃଦ୍ଧି ଘଟିବା ସହ ଲୋକମାନଙ୍କର ମୋଟ ବାର୍ଷିକ ଆୟରେ ୭.୫% ବୃଦ୍ଧି ଘଟି ଏହା ୭.୧ ଟ୍ରିଲିୟନ ଡଲାର ଛୁଇଁବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। କ୍ରେଡିଟ ସ୍ବିସର ଗ୍ଲୋବାଲ ଓ୍ବେଲ୍‌ଥ ରିପୋର୍ଟ ମୁତାବକ ୨୦୦୦ ମସିହା ପରଠାରୁ ଭାରତରେ ବାର୍ଷିକ ୯.୯% ହାରରେ ସମ୍ପତ୍ତି ବୃଦ୍ଧି ହୋଇଛି। ଏହା ବିଶ୍ୱ ସ୍ତରରେ ବାର୍ଷିକ ୬% ରହିଥିବା ବେଳେ ଭାରତ ବିଶ୍ୱ ବଜାର ତୁଳନାରେ ଉକ୍ତ କ୍ଷେତ୍ରରେ ତ୍ୱରିତ ହାରରେ ଅଭିବୃଦ୍ଧି ହାସଲ କରୁଛି। ଏହି ସମୟରେ ଦେଶର ଜନସଂଖ୍ୟା ଅଭିବୃଦ୍ଧି ୨.୨% ରହିଛି। ଭାରତରେ ୪୫୧ ବିଲିୟନ ଡଲାର ସମ୍ପତ୍ତି ଅଭିବୃଦ୍ଧି ଘଟିଛି। ଏଥି ଯୋଗୁ ଭାରତ ସମ୍ପତ୍ତି ହାସଲରେ ସାରା ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି। ମାତ୍ର ଏହି ଅଭିବୃଦ୍ଧି କ୍ଷେତ୍ରରେ ସମସ୍ତ ଲୋକ ଭାଗୀଦାରି ନୁହନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଭାରତରେ ଏବେ ମଧ୍ୟ ସମ୍ପତ୍ତି କ୍ଷେତ୍ରରେ ବୃହତ୍‌ ବୈଷମ୍ୟତା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଦେଶର ୯୨ ଭାଗ ଯୁବବର୍ଗଙ୍କ ନିକଟରେ ୧୦,୦୦୦ ଡଲାରରୁ କମ୍‌ ସମ୍ପତ୍ତି ରହିଛି। ସେହିଭଳି ମାତ୍ର ୦.୫% ଯୁବବର୍ଗଙ୍କ ନିକଟରେ ୧,୦୦,୦୦୦ ଡଲାର ସମ୍ପତ୍ତି ରହିଛି। ସମ୍ପତ୍ତି ହାସଲ କରିଥିବା ବିଶ୍ୱର ପ୍ରମୁଖ ୧% ଯୁବବର୍ଗଙ୍କ ମଧ୍ୟରେ ୩.୪୦ ଲକ୍ଷ ଭାରତୀୟ ସାମିଲ ହୋଇଛି। ଉକ୍ତ କ୍ଷେତ୍ରରେ ଭାରତୀୟଙ୍କ ଶେୟାର ୦.୭%। ଅପର ପକ୍ଷରେ ୧୮୨୦ ଯୁବବର୍ଗଙ୍କ ସମ୍ପତ୍ତି ୫୦ ନିୟୁତ ଡଲାରରୁ ଅଧିକ ରହିଥିବା ବେଳେ ୭୬୦ଙ୍କ ସମ୍ପତ୍ତି ୧୦୦ ନିୟୁତ ଡଲାର ଠାରୁ ଅଧିକ ରହିଛି। ରିପୋର୍ଟ ମୁତାବକ ବ୍ୟକ୍ତିଗତ ସମ୍ପତ୍ତି ଭାବରେ ରିୟଲ ଇଷ୍ଟେଟ ତଥା ପ୍ରପର୍ଟି ରହିଛି। ଏହା ମୋଟ ପାରିବାରିକ ସମ୍ପତ୍ତିର ୮୬%। ସେହିଭଳି ବ୍ୟକ୍ତିଗତ ଋଣ ମୋଟ ସମ୍ପତ୍ତିର ୯%ରେ ରହିଛି। ବିଶ୍ୱର ଅନ୍ୟାନ୍ୟ ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ବିଚାର କଲେ ସମ୍ପତ୍ତି ଅନୁସାରେ ଋଣର ଅନୁପାତ ଅପେକ୍ଷାକୃତ କମ୍‌ ରହିଛି। ମାତ୍ର ଦେଶର ଗରିବ ଲୋକଙ୍କ ଲାଗି ଏବେ ମଧ୍ୟ ଋଣ ଏକ ପ୍ରମୁଖ ସମସ୍ୟା ହୋଇ ଛିଡା ହୋଇଛି। ଏହି ସମୟରେ ବିଶ୍ୱ ସ୍ତରରେ ମୋଟ ସମ୍ପତ୍ତିରେ ୬.୪% ବୃଦ୍ଧି ଘଟି ୨୮୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ଘଟିଛି। ଏହା ୨୦୧୨ ପରଠାରୁ ସର୍ବାଧିକ ସ୍ତରର ଅଭିବୃଦ୍ଧି। ଶେୟାର ବଜାରରେ ଉନ୍ନତି ତଥା ଅଣ ଆର୍ଥତ୍କ ସମ୍ପତ୍ତିରେ ବୃଦ୍ଧି ହେତୁ ବିଶ୍ୱ ସ୍ତରରେ ସମ୍ପତ୍ତି ପରିମାଣରେ ବଢିଛି। ଯୁବବର୍ଗଙ୍କ ସମ୍ପତ୍ତିରେ ସାରା ବିଶ୍ୱରେ ସୁଇଜରଲାଣ୍ଡ ପ୍ରଥମ ସ୍ଥାନରେ ରହିଛି। ଏଥିରେ ଜଣ ପିଛା ୫,୩୭,୬୦୦ ଡଲାର ସମ୍ପତ୍ତି ରହିଛି। ଏହା ପରେ ପରେ ଅଷ୍ଟ୍ରେଲିଆ(୪,୦୦,୬୦୦ ଡଲାର), ଯୁକ୍ତରାଷ୍ଟ୍ର ଆମେରିକା(୩,୮୮,୦୦୦ ଡଲାର) ସମ୍ପତ୍ତି ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri