ହୋଣ୍ଡାର ନୂଆ ସ୍କୁଟର ଗ୍ରାଜିୟା ବଜାରରେ


ବମ୍ବେ,୮-୧୧- ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ପକ୍ଷରୁ ୧୨୫ ସିସି ଇଞ୍ଜିନ କ୍ଷମତା ବର୍ଗରେ ନୂଆ ଅଟୋମେଟିକ ସ୍କୁଟର ଗ୍ରାଜିଆ ବଜାରକୁ ଆସିଛି। ଏହା କମ୍ପାନୀର ପ୍ରମୁଖ ମଡେଲ ଆକ୍ଟିଭାର ଅତ୍ୟାଧୁନିକ ଭର୍ସନ ବୋଲି କମ୍ପାନୀ ପ୍ରକାଶ କରିଛି। ଏହି ନୂଆ ମଡେଲ ଦ୍ୱାରା କମ୍ପାନୀ ଏହାର ଉତ୍ପାଦ ଶୃଙ୍ଖଳାକୁ ପୁନଶ୍ଚ ବୃଦ୍ଧି କରିବାକୁ ସକ୍ଷମ ହୋଇ ପାରିବ। ଏଥିରେ ଅତ୍ୟାଧୁନିକତା ତଥା ଉଦ୍ଭାବନକୁ ପ୍ରାଥମିକତା ଦିଆଯାଇଛି। ଘରୋଇ ବଜାରର ସ୍କୁଟର ଶୃଙ୍ଖଳାରେ କମ୍ପାନୀ ଏହାର ୬ଟି ମଡେଲ ସହ ପ୍ରମୁଖ ସ୍ଥାନରେ ରହିଛି। ନୂଆ ମଡେଲଟି ସ୍କୁଟରାଇଜେଶନ ଧାରାକୁ ଆହୁରି ମଜବୁତ୍‌ କରିବ ବୋଲି ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ସଭାପତି ତଥା ସିଇଓ ମିନୋରୋ କାଟୋ ସୂଚନା ଦେଇଛନ୍ତି। କମ୍ପାନୀର ସ୍ବୟଂ ଚାଳିତ ସ୍କୁଟର ସହ ଭାରତର ୨ କୋଟିରୁ ଅଧିକ ପରିବାର ଯୋଡି ହୋଇଛନ୍ତି। ନୂଆ ମଡେଲରେ ଗ୍ରାହକମାନେ ଅତ୍ୟାଧୁନିକ ଟେକ୍ନୋଲୋଜି, ଇନୋଭେଟିଭ୍‌ ଇଣ୍ଡଷ୍ଟ୍ରି ଫାଷ୍ଟ ଫିଚର, ସାର୍ପ ଡିଜାଇନ୍‌ ଲାଇନ୍‌ ପାଇ ପାରିବେ ବୋଲି କାଟୋ ସୂଚନା ଦେଇଛନ୍ତି। ଏହା ବାଦ୍‌ ଏଥିରେ ଏଲଇଡି ହେଡ୍‌ ଲ୍ୟାମ୍ପ, ସମ୍ପୂର୍ଣ୍ଣ ଡିଜିଟାଲ ମିଟର, ୩ ଷ୍ଟେପ୍‌ ସ୍ପିଡ୍‌ ଇକୋ ସ୍ପିଡ୍‌ ଇଣ୍ଡିକେଟର ସୁବିଧା ମଧ୍ୟ ରହିଛି। ମଡେଲଟି ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେବ ବୋଲି କମ୍ପାନୀର ସେଲସ ଓ ମାର୍କେଟିଂ ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂ ଗୁଲେରିଆ ସୂଚନା ଦେଇଛନ୍ତି।ଏହା ମେଟ୍‌ ମାର୍ବଲ ବ୍ଲୁ ମେଟାଲିକ୍‌, ନିଓ ଅରେଞ୍ଜ ମେଟାଲିକ୍‌, ପର୍ଲ ଆମେଜିଂ ହ୍ବାଇଟ୍‌, ପର୍ଲ ନାଇଟ୍‌ ଷ୍ଟାର ବ୍ଲାକ୍‌, ମେଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ୍‌, ପର୍ଲ ସ୍ପାର୍ଟନ ରେଡ୍‌ ଭଳି ୬ଟି ରଙ୍ଗରେ ଉପଲବ୍ଧ। ଏହାର ଏକ୍ସଶୋରୁମ ଦିଲ୍ଲୀ ମୂଲ୍ୟ ୫୭,୮୯୭ ଟଙ୍କା ରହିଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri