ଭାରତ @୧୦୦


ନୂଆଦିଲ୍ଲୀ,୩୧ା୧୦-ପ୍ରଥମ ଥର ପାଇଁ ବିଶ୍ୱ ବ୍ୟାଙ୍କର ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ତାଲିକାରେ ଭାରତ ୧୦୦ ତମ ସ୍ଥାନରେ ଅବସ୍ଥାପିତ ହୋଇଛି। ଗତବର୍ଷ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ର଼୍ୟାଙ୍କିଙ୍ଗରେ ଏହା ୧୩୦ ତମ ସ୍ଥାନରେ ଥିବାବେଳେ ଚଳିତବର୍ଷ ଦେଶ ୩୦ଟି ସ୍ଥାନ ଉପରକୁ ଉଠିଛି। ଟପ୍‌ ୧୦୦ରେ ସ୍ଥାନ ପାଇବା କ୍ଷେତ୍ରରେ ବିଭିନ୍ନ ପ୍ରକାର ସଂସ୍କାରମୂଳକ ପଦକ୍ଷେପ ସହାୟକ ହୋଇଥିବା ଜଣାଯାଇଛି। ବ୍ୟବସାୟ କରିବା ପାଇଁ ବହୁ ବିକଶିତ ରାଷ୍ଟ୍ରଗୁଡିକ ମଧ୍ୟରେ ଏହା ଟପ୍‌ ୧୦ରେ ସ୍ଥାନିତ ହୋଇଛି। ବ୍ରିକ୍‌ସ(ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ମଧ୍ୟରେ ଏକମାତ୍ର ରାଷ୍ଟ୍ର ଭାବେ ଏହା ଉପରୋକ୍ତ ମାନ୍ୟତା ପାଇଛି। ଗତ ୩ ବର୍ଷ ମଧ୍ୟରେ ବ୍ୟବସ୍ଥିତ ଭାବେ ଏଠାରେ ନିଆଯାଉଥିବା ସଂସ୍କାର ଯୋଗୁ ଏହି ମର୍ଯ୍ୟାଦା ଲାଭ କରିବାକୁ ଭାରତ ସକ୍ଷମ ହୋଇଥିବା ବିଶ୍ୱ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି। ୧୦ଟି ପ୍ରମୁଖ ମାପକକୁ ହିସାବକୁ ନିଆଯାଇ ବିଶ୍ୱର ୧୯୦ଟି ଅର୍ଥନୀତିକୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯାଇଛି। ଏହି ମାପକଗୁଡିକ ହେଲା ବ୍ୟବସାୟ ଆରମ୍ଭ ପ୍ରକ୍ରିୟା, କନ୍‌ଷ୍ଟ୍ରକ୍‌ଶନ୍‌ ପର୍‌ମିଟ୍‌, ବିଦ୍ୟୁତ୍‌ ସୁବିଧା, ସମ୍ପତ୍ତି ପଞ୍ଜୀକରଣ, ଋଣ ହାସଲ ପ୍ରକ୍ରିୟା, ସଂଖ୍ୟାଲଘୁ ନିବେଶକଙ୍କ ସୁରକ୍ଷା, ଟିକସ ପ୍ରଦାନ ବ୍ୟବସ୍ଥା, ସୀମା ପାର ବ୍ୟାପାର, ଚୁକ୍ତି ଅନୁପାଳନ ଏବଂ ଇନ୍‌ସଲ୍‌ଭେନ୍ସିର ସମାଧାନ। ଏହି ୧୦ଟି ମାପକ ମଧ୍ୟରୁ ୫ଟିରେ ଭାରତର ପ୍ରଦର୍ଶନ ଭଲ ରହିଥିବାରୁ ଏହା ଟପ୍‌ ୧୦୦ରେ ସ୍ଥାନିତ ହୋଇପାରିଛି ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ୭ ବର୍ଷ ହେବ ଭାରତରେ ବ୍ୟବସାୟିକ କ୍ଷେତ୍ରରେ ଅନେକ ସଂସ୍କାର ଅଣାଯିବା ଫଳରେ ଏଠାରେ ବ୍ୟବସାୟ କରିବା ସହଜ ହୋଇପାରିଛି। ତେବେ ଚଳିତବର୍ଷ ଭାରତ ହେଉଛି ଏକମାତ୍ର ବୃହତ୍‌ ରାଷ୍ଟ୍ର, ଯାହାର ର଼୍ୟାଙ୍କିଙ୍ଗ୍‌ରେ ବଡ ଧରଣର ବୃଦ୍ଧି ଘଟିଛି ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଦେଶର ବ୍ୟବସାୟିକ ବାତାବରଣରେ ଉନ୍ନତି ଆଣିବା କ୍ଷେତ୍ରରେ ଭାରତ ସରକାରଙ୍କ ଦୃଢ଼ ସଂସ୍କାର ଏଜେଣ୍ଡା କାର୍ଯ୍ୟ କରିଛି। ଏହି ଧାରା ଜାରି ରହିଲେ ସମଗ୍ର ବିଶ୍ୱରେ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ୍‌ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ବହୁ ପସନ୍ଦଯୋଗ୍ୟ ରାଷ୍ଟ୍ରର ମାନ୍ୟତା ପାଇପାରିବ ବୋଲି ବିଶ୍ୱ ବ୍ୟାଙ୍କର ଦକ୍ଷିଣ ଏସିଆ ରିଜିୟନ୍‌ର ଉପ-ସଭାପତି ଆନ୍ନେଟି ଡିକ୍ସନ ପ୍ରକାଶ କରିଛନ୍ତି। ଗତବର୍ଷ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଥିବାବେଳେ ଚଳିତବର୍ଷ ଏତେ ବଡ ଧରଣର ଅଭିବୃଦ୍ଧି ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରୁଛି। ଭାରତକୁ କେତେକ କ୍ଷେତ୍ରରେ ଉନ୍ନତି ଆଣିବାକୁ ପଡିବ ବୋଲି ରିପୋର୍ଟରେ କୁହାଯାଇଛି। ବ୍ୟବସାୟ ଆରମ୍ଭ କରିବା ପ୍ରକ୍ରିୟାକୁ ଭାରତକୁ ସରଳ କରିବାକୁ ପଡିବ। ତା’ସହିତ କନ୍‌ଷ୍ଟ୍ରକ୍‌ଶନ୍‌ ପର୍‌ମିଟ୍‌ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆଣିବାକୁ ପଡିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ୧୫ ବର୍ଷ ପୂର୍ବେ ୧୨୭ ଦିନ ସମୟ ଲାଗୁଥିବାବେଳେ ଏବେ ଏହା ୩୦ ଦିନକୁ କମିଯାଇଛି। କିନ୍ତୁ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଅନେକ ପ୍ରକ୍ରିୟା ଦେଇ ଯିବାକୁ ପଡୁଛି। ବମ୍ବେରେ ବ୍ୟବସାୟ ଆରମ୍ଭ କରିବା ପାଇଁ ୧୨ଟି ପ୍ରକ୍ରିୟା ଦେଇ ଯିବାକୁ ପଡୁଥିବାବେଳେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବହୁ ସଂଖ୍ୟକ ପ୍ରକ୍ରିୟା ଦେଇ ଯିବାକୁ ପଡୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri