ଏନ୍‌ଆର୍‌ଆଇ ବିବାହରେ ଆଧାର ବାଧ୍ୟତାମୂଳକ ଲାଗି ପ୍ରସ୍ତାବ


ନୂଆଦିଲ୍ଲୀ,୧୩-୯(ପି.ଟି.) ଭାରତରେ ପ୍ରବାସୀ ଭାରତୀୟ(ଏନ୍‌ଆର୍‌ଆଇ)ମାନଙ୍କର ବିବାହ ପାଇଁ ଆଧାର ବାଧ୍ୟତାମୂଳକ କରାଯିବା ଉଚିତ। କୌଣସି ପ୍ରକାରର ବୈବାହିକ ସମସ୍ୟା ବା ପ୍ରତାରଣାର ଶିକାରକୁ ରୋକିବା ପାଇଁ ଏଭଳି ନିୟମ କରାଯାଉ ବୋଲି ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସୁପାରିସ କରିଛି। ଏହି ବ୍ୟବସ୍ଥା ହେଲେ ଯେଉଁ ଏନ୍‌ଆର୍‌ଆଇମାନେ ଭାରତୀୟଙ୍କୁ ବିବାହ କରି ପରମୁହୂର୍ତ୍ତରେ ପ୍ରତାରଣା କରି ଛାଡି ଚାଲିଯାଉଛନ୍ତି ସେମାନଙ୍କ କ୍ଷେତ୍ରରେ ଏକ ଗଠନମୂଳକ ପଦକ୍ଷେପ ହେବ। ଏଭଳି ସମସ୍ୟା ଭୋଗୁଥିବା ନାରୀ ବା ପୁରୁଷଙ୍କୁ ସୁରକ୍ଷା ଯୋଗାଇ ଦେଇ ହେବ ବୋଲି ଏହି ସ୍ବତନ୍ତ୍ର କମିଟି କହିଛି। କେବଳ ସେତିକି ନୁହେଁ ଯୌତୁକ, ଘରୋଇ ହିଂସାର ମଧ୍ୟ ସେମାନେ ଶିକାର ହେଉଛନ୍ତି। ତେଣୁ ଏସବୁ ସମସ୍ୟା ସମାଧନ ସକାସେ ଭାରତରେ ଏନ୍‌ଆର୍‌ଆଇଙ୍କ ବିବାହ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଉ ବୋଲି କମିଟି ପ୍ରସ୍ତାବ ଦେଇଛି। ସେହିପରି ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ଏନ୍‌ଆର୍‌ଆଇମାନଙ୍କୁ ଆଧାର ପରିସରଭୁକ୍ତ କରିବା ପାଇଁ ଚିନ୍ତା କରୁଛି। ୟୁଆଇଡିଏଆଇ ସୂଚନା ଅନୁସାରେ ବର୍ତ୍ତମାନ ପ୍ରତ୍ୟେକ ଭାରତୀୟ ଏବଂ ଉପଯୁକ୍ତ ଭିଜା ରଖିଥିବା ବିଦେଶୀ ମଧ୍ୟ ଆଧାର ପାଇଁ ଆବେଦନ କରିପାରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଏନ୍‌ଆର୍‌ଆଇଙ୍କ ସମ୍ପୃକ୍ତିରେ ବର୍ତ୍ତମାନ କୌଣସି ବୈବାହିକ ସମସ୍ୟା ଉପୁଜିଲେ ତାହାକୁ ହସ୍ତଗତ କରିବା ଅସମ୍ଭବ ହେଉଛି। କାରଣ ସେମାନଙ୍କର କୌଣସି ଠିକଣା ମିଳୁନାହିଁ। ଜାତୀୟ ମହିଳା କମିଶନର ରିପୋର୍ଟ ଅନୁସାରେ ଭାରତରେ ବିବାହ କରିଥିବା ଏନ୍‌ଆର୍‌ଆଇଙ୍କୁ ନେଇ ୨୦୦୫ରୁ ୨୦୧୨ ମଧ୍ୟରେ ପ୍ରାୟ ୧୩୦୦ କେସ୍‌ ପଞ୍ଜୀକୃତ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri