ନୂଆଦିଲ୍ଲୀ,୧୭।୮: ୨୦୧୦ରୁ ଭାରତ ମାସକୁ ଜଣେ ବିଲିୟନେୟାର ଯୋଡୁଛି। ବିଶ୍ୱ ଅର୍ଥନୈତିକ ଫୋରମ୍‌(ଡବ୍ଲ୍ୟୁଇଏଫ୍‌)ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସର୍ବାଧିକ ସଂଖ୍ୟକ ବିଲିୟନେୟାର ଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏ କ୍ଷେତ୍ରରେ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚାଇନା ଏବଂ ଜର୍ମାନୀ ପଛକୁ ଭାରତ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ୫୬୫ ସଂଖ୍ୟକ ବିଲିୟନେୟାର ଥିବାବେଳେ ଚାଇନାରେ ୩୧୯, ଜର୍ମାନୀରେ ୧୧୪ ଏବଂ ଭାରତରେ ୧୦୧ ଜଣ ବିଲିୟନେୟାର ରହିଛନ୍ତି। ଫୋର୍ବସ ମାଗାଜିନ୍‌ ପକ୍ଷରୁ ପ୍ରସ୍ତୁତ ବିଲିୟନେୟାର ତାଲିକାରେ ଗତବର୍ଷ ୮୪ ଜଣ ଭାରତୀୟ ଥିବାବେଳେ ଚଳିତବର୍ଷ ଏହା ୧୦୧କୁ ବୃଦ୍ଧି ପାଇଛି। ୨୦୦୫ରେ ଭାରତରେ ମାତ୍ର ୧୨ ଜଣ ବିଲିୟନେୟାର ଥିଲେ।

ତେଣୁ ଉକ୍ତ ସମୟରୁ ଗତବର୍ଷ ଶେଷ ସୁଦ୍ଧା ପ୍ରତି ୩୩ ଦିନରେ ଜଣେ ଲେଖାଏ ବିଲିୟନେୟାର ତାଲିକାରେ ଯୋଡି ହୋଇଛନ୍ତି। ତେବେ ଆତ୍ମପ୍ରସ୍ତୁତ ବିଲିୟନେୟାର୍‌ମାନଙ୍କ ଯୋଗୁ ଭାରତର ବିଲିୟନେୟାର ତାଲିକା ସମ୍ପ୍ରସାରିତ ହୋଇଥିବା ବିଶ୍ୱ ଅର୍ଥନୈତିକ ଫୋରମ୍‌ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଭାରତରେ ୭୦% ବିଲିୟନେୟାର ନିଜ ପ୍ରଚେଷ୍ଟାରେ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି। ସବୁଠାରୁ ମଜାଦାର କଥା ହେଉଛି ଭାରତର ଜିଡିପି ଅନୁପାତକୁ ବିଲିୟନେୟାରମାନଙ୍କ ସମ୍ପତ୍ତି ୧୧% ରହିଛି। ଭାରତରେ ବିଲିୟନେୟାରମାନଙ୍କ ହାରାହାରି ବୟସ ବର୍ତ୍ତମାନ ୬୪ ବର୍ଷ ରହିଛି, ଯାହାକି ୨୦୦୫ରେ ୫୭ ବର୍ଷ ଥିଲା। ବିଶ୍ୱ ସ୍ତରରେ ଏହା ୬୩ ବର୍ଷ ରହିଛି, ଯାହାକି ୨୦୦୫ରେ ୬୫ ବର୍ଷ ଥିଲା। ୨୦୦୫ରେ ସମଗ୍ର ବିଶ୍ୱରେ ବିଲିୟନେୟାରଙ୍କ ସଂଖ୍ୟା ୬୭୮ ଥିବାବେଳେ ଗତବର୍ଷ ଶେଷ ସୁଦ୍ଧା ଏହା ୧,୮୧୦ ରହିଛି।

"/>

ମାସକୁ ଜଣେ ବିଲିୟନେୟାର ଯୋଡୁଛି ଭାରତ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri