ସୁନାରେ ଜିଏସ୍‌ଟି ବଢ଼ାଇବାକୁ ପରାମର୍ଶ


ନୂଆଦିଲ୍ଲୀ,୧୩।୮: ସୁନା ଉପରେ ୩% ଜିଏସ୍‌ଟି ଅତ୍ୟନ୍ତ କମ୍‌ ରହିଛି। ଅତି ଧନୀ  ଲୋକଙ୍କ ଦ୍ୱାରା ଏହି ଧାତୁ ବ୍ୟବହାର ହେଉଥିବାରୁ ଏଥିରେ ଟିକସ ହାର ବୃଦ୍ଧି କରାଯିବା ଦରକାର ବୋଲି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା(ସିଇଏ) ଅରବିନ୍ଦ ସୁବ୍ରମଣ୍ୟନ୍‌ ପ୍ରକାଶ କରିଛନ୍ତି। ୨୦୧୬-୧୭ ଆର୍ଥିକବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟର ଦ୍ୱିତୀୟ ଭାଗ ଉନ୍ମୋଚନ କରି ସେ ଏହା କହିଛନ୍ତି।   ସୁନାଗହଣା ହେଉଛି ଏଭଳି ଉତ୍ପାଦ ଯାହାକି ଅତି ଧନୀ ଶ୍ରେଣୀଙ୍କ ଦ୍ୱାରା ବୃହତ୍‌ ମାତ୍ରାରେ ବ୍ୟବହାର ହୋଇଥାଏ। ଏହାକୁ ୩% ରଖାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବାକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରିବା ମଧ୍ୟ ଅସଙ୍ଗତ । ଏହି ନିଷ୍ପତ୍ତି ଦ୍ୱାରା ଗରିବ ବଦଳରେ ଧନୀ ବର୍ଗ ଅଧିକ ଲାଭବାନ ହେବେ ବୋଲି ସେ କହିଛନ୍ତି। ଜିଏସ୍‌ଟି ବ୍ୟବସ୍ଥାରେ ଇଲେକ୍ଟ୍ରିସିଟିକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଭାରତୀୟ ଶିଳ୍ପ କ୍ଷେତ୍ରରେ ପ୍ରତିଯୋଗିତା ବଢ଼ିବ। ଅନ୍ୟପକ୍ଷରେ ଏଥିରେ ଜମି, ରିୟଲ ଇଷ୍ଟେଟ୍‌ ଏବଂ ଆଲ୍‌କହଲ୍‌କୁ ଅନ୍ତର୍ଭୁକ୍ତୀକରଣ ଯୋଗୁ ସ୍ବଚ୍ଛତା ବଢ଼ିବ ଏବଂ ଦୁର୍ନୀତି କମିବ ବୋଲି ସର୍ଭେରେ କୁହାଯାଇଛି। 



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri