ନବୀନଙ୍କୁ ଭାଜପାର ଟାର୍ଗେଟ: ଆଇନ ମନ୍ତ୍ରୀ କହିଲେ ୨୪ ବର୍ଷ ଧରି ବୁଲୁ ନ ଥିଲେ…

ଭୁବନେଶ୍ୱର,୧୧।୧୦: ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୁର୍ଗା ପୂଜା ମଣ୍ଡପ ବୁଲାକୁ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମେୟର ସୁଲୋଚନା ଦାସଙ୍କ କ୍ରେଜ ରାଜନୀତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ସେ କହିଛନ୍ତି, କାହାର କେତେ କ୍ରେଜ୍‌ ରହିଛି, ତାହା ୨୦୨୪ ସାଧାରଣ ନିର୍ବାଚନରେ ଜଣାପଡିଛି।

ଆଜି ମା’ ଜଗତଧାତ୍ରୀଙ୍କ ଅଷ୍ଟମୀ ପୂଜା। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଆଉ ମା’ଙ୍କ ଆଶୀର୍ବାଦ ନେବା ସହିତ ପୂଜା ଆୟୋଜକଙ୍କ ସହିତ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ମେୟର ସୁଲୋଚନା ଦାସ କହିଛନ୍ତି, ପୂଜାରେ ବୁଲିବାରେ କିଛି ଅସୁବିଧା ନାହିଁ। ହେଲେ ଏବେ ମଧ୍ୟ ଜନମାନସର ନେତା ହେଉଛନ୍ତି ନବୀନ। ଏବେ ବି ନବୀନ ବାବୁଙ୍କ କ୍ରେଜ୍‌ କମିନି ବୋଲି ସୁଲୋଚନା ଦାସ କହିଥିଲେ।

ସୁଲୋଚନାଙ୍କ ପ୍ରତିକ୍ରିୟାରେ ଜବାବ ରଖି ଆଇନ ମନ୍ତ୍ରୀ କହିଛନ୍ତି, ଯିଏ ୨୪ ବର୍ଷ ଧରି ବୁଲୁ ନ ଥିଲେ, ସିଏ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଭିନ୍ନ ମଣ୍ଡପ ବୁଲୁଥିବା ଶୁଣି ବୁଲୁଛନ୍ତି। ଯିଏ ରାବଣପୋଡି ଯାଇ ନ ଥିଲେ, ସିଏ ଏବେ ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱିତା କରି ବୁଲୁଛନ୍ତି। କାହାର କେତେ କ୍ରେଜ ରହିଛି, ତାହା ୨୦୨୪ ନିର୍ବାଚନରେ ଜଣାପଡିଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ଅନ୍ୟପକ୍ଷେ ରାଜଧାନୀରେ ପୂଜା ମଣ୍ଡପ ବୁଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ପ୍ରଥମେ ରସୁଲଗଡ଼ ସ୍ଥିତ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କ ଆଶିଷ ନେଇଥିଲେ। ପରେ ସହିଦ୍‌ନଗର ପୂଜା ମଣ୍ଡପ ବୁଲିଥିଲେ। ବଡ଼ କାର୍ଯ୍ୟାନୁଷ୍ଠାନ ପରେ ବଡ଼ଗଡ଼ ପୂଜା ମଣ୍ଡପ ଯାଇ ମା’ଙ୍କୁ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri