ଘରେ ଝିଟିପିଟି ହେଉଛନ୍ତି କି…ବିଦା କରିବାକୁ ଆପଣାନ୍ତୁ ଏହି ସହଜ ଉପାୟ

ଘରୁ ଦୂରାନ୍ତୁ ଝିଟିପିଟି ଝିଟିପିଟି ପ୍ରାୟ ଅଧିକାଂଶଙ୍କ ଘରେ ଥିବା ଦେଖିବାକୁ ମିଳିଥାଏ। କେହି କେହି ଏହାକୁ ଦେଖିଲେ ଭୟ ମଧ୍ୟ କରିଥାନ୍ତି। ଯଦି ଆପଣଙ୍କ ଘରେ ବି ଅଧିକ ଝିଟିପିଟି ଅଛନ୍ତି ଏବଂ ତାଙ୍କୁ ନ ମାରି ଘରୁ ବାହାର କରିବାକୁ ଚାହାନ୍ତି ତେବେ ଜାଣିରଖନ୍ତୁ କେତୋଟି ସହଜ ଉପାୟ…
କର୍ପୂରର ଗନ୍ଧ ଝିଟିପିଟିକୁ ପସନ୍ଦ ନୁହେଁ। ତେଣୁ ୪ଟି କର୍ପୂରକୁ ଗୁଣ୍ଡକରି ୧୫୦ମି.ଲି. ପାଣିରେ ମିଶାନ୍ତୁ। ସେଥିରେ ଅଳ୍ପ ଡେଟଲ ମିଶାଇ ସ୍ପ୍ରେ ବଟଲରେ ରଖି ଘରର ସବୁ କାନ୍ଥରେ ସ୍ପ୍ରେ କରନ୍ତୁ, ଝିଟିପିଟି କିମ୍ବା ଅନ୍ୟ ପୋକ ମଧ୍ୟ ଆସିବେ ନାହିଁ।
ଯଦି କେମିକାଲ ବ୍ୟବହାର ପସନ୍ଦ ନୁହେଁ ତେବେ ପିଆଜ ଏବଂ ରସୁଣ ଆପଣଙ୍କ ପାଇଁ ସବୁଠୁ ସହଜ ପ୍ରାକୃତିକ ଉପାୟ। ଗୋଟିଏ ବଡ଼ ପିଆଜକୁ କାଟି ଦିଅନ୍ତୁ। ସେଥିରେ ଗୋଟିଏ ରସୁଣର ୧୦-୧୨ କୋଲା ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ। ଏହାକୁ ଏକ କପଡ଼ାରେ ଚିପୁଡି ରସ ବାହାର କରନ୍ତୁ। ସେଥିରେ ସମ ପରିମାଣର ପାଣି ମିଶାଇ ସ୍ପ୍ରେ ବଟଲ୍‌ରେ ରଖି ଘରେ ସ୍ପ୍ରେ କରନ୍ତୁ। ଏହାର ତୀବ୍ର ଗନ୍ଧରେ ଘରୁ ଝିଟିପିଟି ଚାଲିଯିବେ।
ସେହିପରି ପିପରମିଣ୍ଟ ଅଏଲ ୧୦-୧୫ ଟୋପା ନେଇ ପାଣିରେ ମିଶାଇ ସ୍ପ୍ରେ ବଟଲ୍‌ରେ ରଖି ଝିଟିପିଟି ହେଉଥିବା ସ୍ଥାନରେ ସ୍ପ୍ରେ କରନ୍ତୁ ଦେଖିବେ ଝିଟିପିଟି ଆଉ ଆସିବେ ନାହିଁ।
ଘରର ବିଭିନ୍ନ ସ୍ଥାନରେ ଅଣ୍ଡା ଖୋଳ ରଖିଲେ ବି ଝିଟିପିଟି ଘରକୁ ଆସି ନ ଥାନ୍ତି। ଝିଟିପିଟି ନ ଆସିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରକୁ ସଫା ରଖିବା। ତେଣୁ ନିୟମିତ ସମୟ ଅନ୍ତରାଳରେ ଘରର ଛାତ, ଆଲମିରା ଓ କପ୍‌ବୋର୍ଡ ପଛପଟ, ବିଭିନ୍ନ ଫର୍ନିଚରର ପଛପଟ ଆଦିକୁ ସଫା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri