ଫିଲ୍ମ ସେଟରେ ଅଭିନେତାଙ୍କ ଦୁଃଖଦ ଦୁର୍ଘଟଣା, କ୍ୟାମେରାରେ କଏଦ ହେଲା ଲାଇଭ ମୃତ୍ୟୁ!

ନୂଆଦିଲ୍ଲୀ,୧୪।୭: ଫିଲ୍ମ ସୁଟିଂ ଏବଂ ଷ୍ଟଣ୍ଟ ଦୃଶ୍ୟ ସୁଟିଂ ବିପଦମୁକ୍ତ ନୁହେଁ। ଫିଲ୍ମ ଅଭିନେତାଙ୍କ ବଦଳରେ ଷ୍ଟଣ୍ଟମ୍ୟାନମାନେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦୃଶ୍ୟ ଫିଲ୍ମ କରିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦିଅନ୍ତି। ଏହାକୁ ନେଇ ଦକ୍ଷିଣ ଭାରତରୁ ଏକ ଦୁଖଦ ଖବର ଆସୁଛି, ଯେଉଁଥିରେ ସୁପରଷ୍ଟାର ଆର୍ଯ୍ୟଙ୍କ ଆଗାମୀ ଚଳଚ୍ଚିତ୍ର ଭେଟ୍ଟାଭମର ସୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ଯେଉଁଥିରେ ଷ୍ଟଣ୍ଟମ୍ୟାନ ଏସଏମ ରାଜୁଙ୍କ ମୃତ୍ୟୁ ହୋଇଛି। ଏହି ବିଷୟରେ ସୂଚନା ଭେଟ୍ଟାଭମ ପ୍ରଯୋଜକ ଏବଂ ଲୋକପ୍ରିୟ ଦକ୍ଷିଣ ସିନେମା ଅଭିନେତା ବିଶାଲ ସୋସିଆଲ ମିଡିଆରେ ଦେଇଛନ୍ତି।
ଜଣେ ଷ୍ଟଣ୍ଟମ୍ୟାନଙ୍କ ଜୀବନ ବିପଦମୁକ୍ତ ନୁହେଁ। ସେ ପ୍ରତ୍ୟେକ ଦୃଶ୍ୟକୁ ନିଖୁଣ ଭାଦେ ଦେବା ପାଇଁ ନିଜର ଜୀବନକୁ ଏକ ପ୍ରକାର ବାଜି ଲଗାଇ ଦିଅନ୍ତି। ଷ୍ଟଣ୍ଟମ୍ୟାନ ରାଜୁ ମଧ୍ୟ ଭେଟ୍ଟାଭମ ପାଇଁ ସମାନ କିଛି କରିଥିଲେ, କିନ୍ତୁ ତାଙ୍କୁ ଜୀବନ ହରାଇ ଏହାର ମୂଲ୍ୟ ଦେବାକୁ ପଡିଲା। କୁହାଯାଉଛି ଯେ ରବିବାର ସକାଳେ ଆର୍ଯ୍ୟ ଏବଂ ନିର୍ଦ୍ଦେଶକ ପା. ରଞ୍ଜିତଙ୍କ ଆଗାମୀ ଚଳଚ୍ଚିତ୍ର ଭେଟ୍ଟାଭମର ସୁଟିଂ ତାମିଲନାଡୁର ନାଗାପଟ୍ଟିନମରେ ଚାଲିଥିଲା ଏବଂ ଏକ କାର ସହିତ ଏକ ଷ୍ଟଣ୍ଟ ଦୃଶ୍ୟ ସୁଟିଂ କରିବା ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଷ୍ଟଣ୍ଟମ୍ୟାନ ରାଜୁ ପ୍ରାଣ ହରାଇଥିଲେ।
ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଏକ କଳା କାର ଖୁବ ଉପକୁ ଉଠି ତଳେ ପଡୁଥିବାର ଦେଖାଯାଉଛି, ରାଜୁ ଏହି କାର ସହିତ ଷ୍ଟଣ୍ଟ କରୁଥିଲେ ବୋଲି କୁହାଯାଇଛି।
ଏହାକୁ ନେଇ ଭେଟ୍ଟାଭମ ପ୍ରଯୋଜକ ବିଶାଲ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ସଦ୍ୟତମ ଟୁଇଟ କରିଛନ୍ତି ଏବଂ ଲେଖିଛନ୍ତି। ମୁଁ ଦୁଃଖର ସହ କହୁଛି ଯେ ଆର୍ଯ୍ୟ ଏବଂ ରଞ୍ଜିତଙ୍କ ଫିଲ୍ମର ସୁଟିଂ ସମୟରେ ଏକ କାର ଓଲଟି ପଡ଼ିବା ଫଳରେ ଷ୍ଟଣ୍ଟମ୍ୟାନ ରାଜୁଙ୍କ ମୃତ୍ୟୁ ହୋଇଛି। ମୁଁ ରାଜୁଙ୍କୁ ବହୁତ ଦିନ ଧରି ଜାଣିଥିଲି, ସେ ମୋର ଅନେକ ସିନେମାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦୃଶ୍ୟ କରିଥିଲେ।
ସେ ଜଣେ ସାହସୀ ଏବଂ ବହୁତ ପରିଶ୍ରମୀ ମଣିଷ ଥିଲେ। ଏହି ଦୁଃଖର ସମୟରେ, ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ। ଷ୍ଟଣ୍ଟମ୍ୟାନ ରାଜୁଙ୍କ ମୃତ୍ୟୁରେ ବିଶାଲ ଏହିପରି ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri