ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଅନୁଗୋଳ ଦେଶରେ ତୃତୀୟ

ଅନୁଗୋଳ, ୩।୯(ଅମିତ କୁମାର ସାମଲ)କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଅନୁଗୋଳ ପୌରପାଳିକା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ଆସନ୍ତା ୭ ତାରିଖରେ ମଧ୍ୟପ୍ରଦେଶସ୍ଥିତ ଭୋପାଳର କୁଶବାହୁ ଠାକ୍‌ରେ ହଲ୍‌ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅନୁଗୋଳ ପୌରପାଳିକାକୁ ଏହି ପୁରସ୍କାର ପ୍ରଦାନ କରିବେ। ତେବେ ଦେଶରେ ୧୩୧ଟି ସହର ଓ ରାଜ୍ୟର ୭ଟି ସହରକୁ ପଛରେ ପକାଇ ଅନୁଗୋଳ ପୌରପାଳିକା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ସ୍ବଚ୍ଛ ବାୟୁ ସର୍ବେକ୍ଷଣ ପାଇଁ ଗତ ଏକ ବର୍ଷ ଧରି ରାଜ୍ୟର କଟକ, ଭୁବନେଶର, ବାଲେଶ୍ୱର, ରାଉରକେଲା, କଳିଙ୍ଗନଗର, ତାଳଚେର ଓ ଅନୁଗୋଳରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନୁଧ୍ୟାନ ଚାଲିଥିଲା। ଏହି ପୌରପାଳିକାରେ ପାଖାପାଖି ୨୦ଟି ପର୍ଯ୍ୟାୟରେ ଅନୁଧ୍ୟାନ କରାଯାଇଥିଲା। ତେବେ ଅନୁଗୋଳ ପୌରପାଳିକାର ତତ୍କାଳୀନ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମୟରେ ଏଫ୍‌ଏସ୍‌ଟିଭି ପ୍ଲାଣ୍ଟରେ ପାଣିକୁ ପୂର୍ବ ବ୍ୟବହାର କରାଯିବା ସହ ମେଶିନରେ ପୌରପାଳିକା ସଫେଇ, ୱିଙ୍କଲର ସାହାଯ୍ୟରେ ରାସ୍ତାରେ ପାଣି ସିଞ୍ଚନ ଆଦି କାର୍ଯ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସନ୍ତୁଷ୍ଟ ହୋଇଥିଲା। ଏଭଳି କି ସହରରେ ଥିବା ବିଭିନ୍ନ କ୍ଷେତ୍ରରେ ଅନୁଧ୍ୟାନ ପରେ ଅନୁଗୋଳ ସହରର ବାୟୁରେ ପ୍ରଦୂଷଣମାତ୍ରା କମ୍‌ ଥିବା ଜାଣିବାକୁ ପାଇଥିଲା। ତେଣୁ ଦେଶରେ ଅନୁଗୋଳ ସହର ତୃତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଗୋଳ ପୌରପାଳିକାକୁ ଚିଠି କରାଯାଇ ଅବଗତ କରାଯାଇଥିଲା। ଏଭଳି କି ଅନୁଗୋଳ ସହର ୨୦୦ ନମ୍ବରରୁ ୧୮୭.୫ ନମ୍ବର ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

ଚର୍ଚ୍ଚାରେ ମୋଦି-ପୁଟିନ ବସିଥିବା ହ୍ବାଇଟ ଫର୍ଚୁନର୍‌: ଜାଣନ୍ତୁ ସେହି ଗାଡ଼ିର ଦାମ୍‌ କେତେ

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଅନେକ ଦୃଷ୍ଟିରୁ ଅନନ୍ୟ। ଗୁରୁବାର ରାତିରେ ତାଙ୍କ ବିମାନ ଦିଲ୍ଲୀରେ ଅବତରଣ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପୁଣି ବଢିଲା ଶୀତ: ଘନ କୁହୁଡି ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୫।୧୨ (ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତର ପ୍ରଭାବ ଜାରି ରହିଛି। ଶୁକ୍ରବାର ତାପମାତ୍ରାରେ ଆହୁରି ହ୍ରାସ ପାଇଛି। ଉକ୍ତ ଅଞ୍ଚଳରେ...

ଭଉଣୀ ଜ୍ୱାଇଁ ଘରକୁ ଯାଉଥିଲେ ପ୍ରଧାନଶିକ୍ଷକ, ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ଭବାନୀପାଟଣା,୫ା୧୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଲଗାଁ ପଞ୍ଚାୟତର କୁସୁମଦର ଗ୍ରାମ କେନାଲ ରାସ୍ତାରେ ଗୁରୁବାର ଏକ ପିକ୍‌ଅପ ଭ୍ୟାନ...

ଟ୍ରମ୍ପଙ୍କୁ କଡ଼ା ମେସେଜ୍‌ ଦେଲେ ପୁଟିନ୍‌: କହିଲେ, ମୁଁ ଆଉ ମୋଦି କେବେ…

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ରୁଷିଆ ମଧ୍ୟରେ ବଢୁଥିବା ସହଯୋଗ ଆମେରିକା ସମେତ କୌଣସି ତୃତୀୟ ଦେଶ ବିରୋଧରେ ନୁହେଁ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ...

ପଞ୍ଚାୟତ ଅଫିସ୍‌କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍‌: ସବୁ ଜିଲାପାଳଙ୍କୁ ଅତିରିକ୍ତ ସଚିବଙ୍କ ଚିଠି

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ପ୍ରତି ପଞ୍ଚାୟତ ଅଫିସ୍‌କୁ ପୋଷ୍ଟ ଅଫିସ୍‌ ଶାଖାଗୁଡ଼ିକ ସ୍ଥାନାନ୍ତରିତ ହେବ। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ...

ଏହି ପକ୍ଷୀର ଅଣ୍ଡା ଖାଆନ୍ତି ପୁଟିନ୍‌: ଆଶ୍ଚର୍ଯ୍ୟ କରିଦେବ ରୁଷିଆ ରାଷ୍ଟ୍ରପତିଙ୍କ ଡାଏଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ବହୁତ ଚର୍ଚ୍ଚା ସୃଷ୍ଟି କରିଛି। ଲୋକମାନେ ପ୍ରାୟତଃ ପୁଟିନଙ୍କ ବୟସ ବିଷୟରେ ଦ୍ୱନ୍ଦ୍ୱରେ ଥାଆନ୍ତି। ତାଙ୍କୁ...

ଦୁର୍ଘଟଣାଗ୍ରସ୍ତ ସ୍କୁଟିରୁ ବାହାରିଲା ଏମିତି ଜିନିଷ: ପୋଲିସ ଆଶ୍ଚର୍ଯ୍ୟ

ବରଗଡ଼,୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କଫ୍‌ ସିରପ କାରବାର ସାଧାରଣରେ ପରିଣତ ହୋଇଛି। ତେବେ ଗୁରୁବାର ସହର ଉପକଣ୍ଠ ବରାହଗୋଡା କେନାଲ ଛକ ନିକଟରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri