ଫସିଗଲେ ସଲମାନ: କୋର୍ଟରୁ ଆସିଲା ନୋଟିସ୍‌

ବଲିଉଡର ଭାଇଜାନ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ପ୍ରାୟତଃ କୌଣସି ନା କୌଣସି କାରଣରୁ ସମସ୍ୟାରେ ଫସି ରହନ୍ତି। ଏଥର ସଲମାନ ଏକ ଆଇନଗତ ସମସ୍ୟାରେ ଫସିଛନ୍ତି। କୋଟା କଞ୍ଜ୍ୟୁମର କୋର୍ଟ ତାଙ୍କୁ ଏକ ନୋଟିସ ପଠାଇଛି, ଏଥିରେ ତାଙ୍କୁ ନଭେମ୍ବର ୨୭ ତାରିଖ ସୁଦ୍ଧା ଜବାବ ଦେବାକୁ କୁହାଯାଇଛି। ଏହି ମାମଲା ଏକ ପାନ ମସଲା ବିଜ୍ଞାପନ ସହିତ ଜଡିତ।
ବରିଷ୍ଠ ଭାଜପା ନେତା ତଥା ରାଜସ୍ଥାନ ହାଇକୋର୍ଟର ଓକିଲ ଇନ୍ଦର ମୋହନ ସିଂହ ହନି ଅଭିଯୋଗ ଦାଖଲ କରିଛନ୍ତି। ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଛନ୍ତି। ଏହା ଗ୍ରାହକମାନଙ୍କୁ ଭ୍ରମିତ କରୁଥିବା ସେ କହିଛନ୍ତି।
କୋଟା କଞ୍ଜ୍ୟୁମର କୋର୍ଟରେ କରିଥିବା ଅଭିଯୋଗରେ ହନି ଦାବି କରିଛନ୍ତି,ରାଜଶ୍ରୀ ପାନ ମସଲା କମ୍ପାନୀ ଏବଂ ଏହାର ବ୍ରାଣ୍ଡ ଆମ୍ବାସାଡର ସଲମାନ ଖାନ ଭୁଲ୍‌ ଭାବରେ ଉତ୍ପାଦକୁ ଗୁଜୁରାତି ଏବଂ କେସର ପାନ ମସଲା ଭାବରେ ବିଜ୍ଞାପନ କରୁଛନ୍ତି। ଏହି ଦାବିଗୁଡ଼ିକ ସତ୍ୟ ହୋଇପାରିବ ନାହିଁ। କାରଣ କେସର କିଲୋର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା। ୫ ଟଙ୍କା ମୂଲ୍ୟର ଉତ୍ପାଦରେ ଏହାକୁ ଦିଆଯାଇପାରିବ ନାହିଁ। ଏପରି ଦାବି ଯୁବକମାନଙ୍କୁ ପାନ ମସଲା ଖାଇବାକୁ ଉତ୍ସାହିତ କରେ, ଯାହା ମୁଖ କର୍କଟ ରୋଗର ଏକ ପ୍ରମୁଖ କାରଣ।

ଅଭିଯୋଗ ପରେ, କୋଟା କଞ୍ଜ୍ୟୁମର କୋର୍ଟ ସଲମାନଙ୍କୁ ଏକ ନୋଟିସ ଜାରି କରି ଆନୁଷ୍ଠାନିକ ଜବାବ ଲୋଡାଯାଇଛି। ନିର୍ମାତା କମ୍ପାନୀ ଏବଂ ଅଭିନେତା ଉଭୟଙ୍କ ପ୍ରତିକ୍ରିୟା ଅପେକ୍ଷାରେ ଅଛି। ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ରେ ହେବ।

ଆଜିକାଲି ସଲମାନ ରିଆଲିଟି ଶୋ’ ବିଗ ବସ ୧୯କୁ ହୋଷ୍ଟ କରୁଛନ୍ତି। ଫିଲ୍ମ କ୍ଷେତ୍ରରେ, ସେ ଫିଲ୍ମ ‘ବ୍ୟାଟଲ ଅଫ ଗାଲୱାନ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ସେଟ୍‌ରୁ ତାଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri