ବୌଦ୍ଧରେ ପ୍ରବଳ ବର୍ଷା: ବନ୍ୟାସ୍ରୋତରେ ଟ୍ରାକ୍ଟର ଭାସିଗଲା

କଣ୍ଟମାଳ,୨୪।୭(ଅଦିତେଶ୍ୱେର ମିଶ୍ର): ବୌଦ୍ଧ ଜିଲାରେ ଗତକାଲି ରାତିରେ ଲଗାଣ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବର୍ଷା କାରଣରୁ କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ିମଟର ଯାତାୟାତ ବନ୍ଦ ରହିଛି। ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରାକ୍ଟର ପାଣିରେ ଭାସି ଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଛନ୍ତି।

ଏହା ସହିତ, ବର୍ଷା ଯୋଗୁ ବହୀରା ଅଞ୍ଚଳରେ ଥିବା ହରିଜନ ସାହିରେ କେନାଲରୁ ପାଣି ପଶି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଘରେ ଆଣ୍ଠୁଏ ପାଣି ଲହଡ଼ା ମାରୁଥିବା ବେଳେ ଘର ଚତୁଃପାର୍ଶ୍ଵରେ ପାଣି ଜମି ରହିଛି। ଫଳରେ ସ୍ଥାନୀୟ ଲୋକଙ୍କ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ପାଣି ନିଷ୍କାସନ ହୋଇନଥିବାରୁ ଅନେକ ବାସିନ୍ଦା ନିଜ ଘର ଛାଡ଼ି ନିକଟସ୍ଥ ବନ୍ୟା ଆଶ୍ରୟସ୍ଥଳୀରେ ରହୁଛନ୍ତି।

ଏହି ବନ୍ୟା ପରିସ୍ଥିତି ଯୋଗୁ ସ୍ଥାନୀୟ ବାସିନ୍ଦାମାନେ କଷ୍ଟରେ ଅଛନ୍ତି ଏବଂ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ପାଣି ନିଷ୍କାସନ ଓ ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ତଦାରଖ କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri