ଏନ୍‌ଡିଏର କ୍ଷମତା ପ୍ରତ୍ୟାବର୍ତ୍ତନରେ ସହାୟକ ମୁଖ୍ୟ ଆର୍ଥିକ ନୀତି

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନର ଗଣନାରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଜନାଦେଶ ମିଳିବାକୁ ଯାଉଛି। ନିଜ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଯୋଜନା ଘୋଷଣା କରିଥିଲେ। ଏଥିଯୋଗୁ ସରକାରକୁ କ୍ଷମତା ଫେରିପାଇଛି ବୋଲି କୁହାଯାଉଛି। ସେଗୁଡ଼ିକ ହେଲା..
୫ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼
ଚଳିତ ବର୍ଷର ଅନ୍ତରୀଣ ବଜେଟ୍‌ରେ ମଧ୍ୟବିତ୍ତଙ୍କୁ ଟିକସ କ୍ଷେତ୍ରରେ ଖୁସି କରିବାକୁ ଯାଇ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ଘୋଷଣା କଲେ। ମଧ୍ୟବିତ୍ତ ପରିବାର ଭୋଟ୍‌ ଆକାରରେ ଏହାକୁ ଏନ୍‌ଡିଏ ସରକାରଙ୍କୁ ଫେରାଇ ଦେଇଥିବା କୁହାଯାଉଛି।
ମୁଦ୍ରା ଯୋଜନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମୁଦ୍ରା ଯୋଜନା ଅଧୀନରେ ବ୍ୟବସାୟ ଆରମ୍ଭ କରିବା ଲାଗି ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କଲେ। ତେବେ ଏହି ଯୋଜନାର ସୁଧ ହାର ନିଶ୍ଚିତ ନ ଥିଲା। ତେଣୁ ରିଜର୍ଭ ବ୍ୟାଙ୍କ ମାନଦଣ୍ଡ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ସୁଧ ହାର ନେଲେ। ଏହି ଯୋଜନାରେ ମିଳିଥିବା ଋଣରୁ ଲୋକେ ଫାଇଦା ଉଠାଇଲେ ଏବଂ ନିଜର ବ୍ୟବସାୟ ସ୍ଥାପନ କଲେ।
ସୁକନ୍ୟା ସମୃଦ୍ଧି ଯୋଜନା
କନ୍ୟାଙ୍କ ଶିକ୍ଷା ଏବଂ ସେମାନଙ୍କ ବିବାହ ଲାଗି ସଞ୍ଚୟ କରିବା ଉଦ୍ଦେଶ୍ୟରେ ସରକାର ସୁକନ୍ୟା ସମୃଦ୍ଧି ଯୋଜନା ଘୋଷଣା କରିଥିଲେ। ଏହି ଯୋଜନାରେ ୮% ସୁଧ ପ୍ରଦାନ କରାଯାଉଛି।
ଆୟୁଷ୍ମାନ ଯୋଜନା
କେନ୍ଦ୍ର ସରକାର ୨୦୧୮ ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା(ପିଏମ୍‌ଜଓ୍ବୋଇଏମ୍‌) ବା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ଦେଶର ୧୦ କୋଟିରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୫୦ କୋଟି ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏ ସ୍ବାସ୍ଥ୍ୟ ବୀମା ଉପଲବ୍ଧ କରାଯାଉଛି। ଏଥିରେ ଚିକିତ୍ସା ଲାଗି ମୋଟ୍‌ ୧୩୫୪ ପ୍ୟାକେଜ ରହିଛି। ଯେଉଁଥିରେ କ୍ୟାନସର ସର୍ଜରୀ ଓ କେମୋଥେରାପୀ, ରେଡିଏଶନ ଥେରାପୀ, ହାର୍ଟ ବାଇପାସ୍‌ ସର୍ଜରୀ ଆଦି ବ୍ୟୟବହୁଳ ଚିକିତ୍ସାକୁ ସାମିଲ କରାଯାଇଛି। ଏହି ଯୋଜନାର ଫାଇଦା ଉଠାଇବା ଲାଗି ଆଧାର କାର୍ଡ ଅନାବଶ୍ୟକ।
ଉଜ୍ଜ୍ୱଳା ଯୋଜନା
ସରକାର ସବୁ ଗରିବ ପରିବାରକୁ ନିଃଶୁଳ୍କ ଏଲ୍‌ପିଜି ସଂଯୋଗ ଦେବା ଲାଗି ଆରମ୍ଭ କରିଥିଲେ ଉଜ୍ଜ୍ୱଳା ଯୋଜନା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ମହିଳାଙ୍କ ନାମରେ ସରକାର ମାଗଣାରେ ରସୋଇ ଗ୍ୟାସ୍‌ ସଂଯୋଗ ଦେଉଛନ୍ତି। ଏହି ଯୋଜନାରେ ତୈଳ କମ୍ପାନୀଗୁଡ଼ିକ ଗ୍ୟାସ୍‌ ସଂଯୋଗ ପ୍ରତି ୧୬୦୦ ଟଙ୍କା ସବ୍‌ସିଡି ଦେଉଛନ୍ତି। ତେବେ ଗ୍ରାହକଙ୍କୁ କେବଳ ଚୂଲି କିଣିବାକୁ ପଡିଥାଏ। ମାସିକ କିସ୍ତିରେ ଚୂଲି ଓ ପ୍ରଥମ ସିଲିଣ୍ଡର ମୂଲ୍ୟ ଦେଇହୁଏ।
ଚାଷୀଙ୍କ ଖାତାରେ ସହାୟତା
ଚଳିତ ବର୍ଷର ଅନ୍ତରଣ ବଜେଟରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କେନ୍ଦ୍ର ସରକାର ପ୍ରତ୍ୟେକ ଚାଷୀଙ୍କ ଖାତାରେ ପ୍ରତିବର୍ଷ ତିନୋଟି କିସ୍ତିରେ ପ୍ରତିବର୍ଷ ୬ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ପୂର୍ବରୁ ୨ଟି କିସ୍ତି ଟଙ୍କା ପ୍ରଦାନ କରାଯାଇଥିଲା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ମାଷ୍ଟର ଷ୍ଟ୍ରୋକ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri