ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ ଦଳଗୁଡ଼ିକ ମଧ୍ୟରେ ନୈରାଶ୍ୟ ଭରିରହିଥିବାବେଳେ ୧୭ରୁ ୧୬ ଲୋକ ସଭା ଆସନ ଦଖଲ ଲକ୍ଷ୍ୟରେ ରହିଛି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ନେତୃତ୍ୱାଧୀନ ଟିଆର୍‌ଏସ୍‌। ତେବେ ଭାଜପା ଓ କଂଗ୍ରେସ ଏଥର ଭିନ୍ନ ରଣନୀତି ଆପଣାଇଥିବାରୁ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହିଦିନ ସର୍ବନୂତନ ରାଜ୍ୟ ତେଲେଙ୍ଗାନାର ଆଦିଲାବାଦ, ପେଡ୍ଡାପଲ୍ଲୀ, କରିମନଗର, ନିଜାମାବାଦ, ଜାହିରାବାଦ, ମେଡକ୍‌, ମାଲକାଜଗିରି, ସିକନ୍ଦରାବାଦ, ହାଇଦ୍ରାବାଦ, ଚେଭେଲ୍ଲା, ମେହବୁବ୍‌ନଗର, ନଗରକୁର୍ନୁଲ, ନାଲଗୋଣ୍ଡା, ଭୋଙ୍ଗିର, ଓ୍ବାରଙ୍ଗଲ, ମେହବୁବାବାଦ ଓ ଖମ୍ମାମରେ ଭୋଟଗ୍ରହଣ କରାଯିବ।

ଟିଆର୍‌ଏସ୍‌ ମିଶନ ୧୬ ପାଇଁ ଅଣ୍ଟା ଭିଡ଼ିଥିବାବେଳେ ଏହାର ସହଯୋଗୀ ତଥା ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଇ-ଇତ୍ତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ହାଇଦ୍ରାବାଦ ଆସନ ବଞ୍ଚାଇବା ଲାଗି ଉଦ୍ୟମ କରୁଛି। ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ପ୍ରୟାସରତ କେସିଆର୍‌ ଏବଂ ତାଙ୍କ ପୁଅ ତଥା ଟିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ କେ.ଟି. ରାମାରାଓ (କେଟିଆର୍‌) ଦଳୀୟ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। କେନ୍ଦ୍ରରେ ଅଣଭାଜପା ଏବଂ ଅଣକଂଗ୍ରେସ ସରକାର ଗଠନ ପାଇଁ ଟିଆର୍‌ଏସ୍‌ ତଥା ଏହାର ସହଯୋଗୀ ଦଳକୁ ଭୋଟ ଦେବା ପାଇଁ ମତଦାତାଙ୍କୁ କେସିଆର୍‌ ଅନୁରୋଧ କରିଛନ୍ତି। କେଟିଆର୍‌ କହିଛନ୍ତି, ୨୦୧୮ ଡିସେମ୍ବର ୭ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌ ୪୭% ଭୋଟ ପାଇ ୭୫% ଆସନ ଦଖଲ କରିଥିଲା। ଚଳିତ ନିର୍ବାଚନରେ ଲୋକେ କଂଗ୍ରେସ ଓ ଭାଜପାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ତେଣୁ ଏଥର ମଧ୍ୟ ଆମେ ଜିତିବୁ। ପ୍ରକାଶ ଯେ, ୧୧୯ ସଦସ୍ୟତା ବିଶିଷ୍ଟ ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌ ୮୮ ଆସନରେ ସଫଳତା ପାଇଥିଲା। କଂଗ୍ରେସ ୧୯, ଏଆଇଏମ୍‌ଆଇଏମ୍‌ ୭, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ୨ ଆସନ ଜିତିଥିବାବେଳେ ଭାଜପା ଏବଂ ଅଲ୍‌ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ୍‌ କେବଳ ଖାତା ଖୋଲି ପାରିଥିଲେ। ୨ ସ୍ବାଧୀନ ଏବଂ ଜଣେ ଟିଡିପି ବିଧାୟକ ଟିଆର୍‌ଏସ୍‌ରେ ସାମିଲ ହୋଇଛନ୍ତି। ନିକଟରେ ୯ କଂଗ୍ରେସ ବିଧାୟକ ଟିଆର୍‌ଏସ୍‌ରେ ଯୋଗଦେବା ପରେ ଶାସକ ଦଳର ବିଧାୟକ ସଂଖ୍ୟା ୧୦୦ ଛୁଇଁଛି। ୨୦୧୪ ଲୋକ ସଭା ନିର୍ବାଚନରେ ଟିଆର୍‌ଏସ୍‌ ୧୧ ଓ କଂଗ୍ରେସ ୨ ଆସନ ଦଖଲ କରିଥିଲେ। ସେହିପରି ଟିଡିପି, ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି, ଭାଜପା ଏବଂ ଏଆଇଏମ୍‌ଆଇଏମ୍‌କୁ ଗୋଟିଏ ଲେଖାଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କଂଗ୍ରେସରେ କୌଣସି ଆକର୍ଷଣୀୟ ନେତୃତ୍ୱ ନ ଥିବା ସତ୍ତ୍ୱେ ଦଳ ୫ ଆସନରେ ଟିଆର୍‌ଏସ୍‌କୁ କଡ଼ା ଟକ୍କର ଦେବ। ସେହିପରି ସିକନ୍ଦରାବାଦ, ନିଜାମାବାଦ, ମେହବୁବନଗର ଓ କରିମନଗରରେ ଭାଜପା ସ୍ଥିତି ଭଲ ଥିବାରୁ ଏହି ଆସନଗୁଡ଼ିକରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି। ଟିଆର୍‌ଏସ୍‌ ସିକନ୍ଦରାବାଦ ଓ ଖମ୍ମାମ ସମେତ ୪ ଆସନର ବିଦାୟୀ ଏମ୍‌ପିଙ୍କ ଟିକେଟ କାଟି ନୂଆମୁହଁଙ୍କୁ ସୁଯୋଗ ଦେଇଛି। ଅନ୍ୟପକ୍ଷରେ ତେଲେଙ୍ଗାନାର ଜଣେ ମାତ୍ର ଭାଜପା ଏମ୍‌ପି ଥିବା ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଗୈରିକ ଦଳ ଏଥର ଟିକେଟ ଦେଇନାହିଁ। ତାଙ୍କ ସ୍ଥାନରେ ସିକନ୍ଦରାବାଦରୁ ଜି. କ୍ରିଷନ୍‌ଙ୍କୁ ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳିଛି। ଏହି ଆସନରେ କଂଗ୍ରେସ ପୂର୍ବତନ ଏମ୍‌ପି ଅଞ୍ଜନ କୁମାର ଯାଦବଙ୍କୁ ପ୍ରାର୍ଥୀ କରିଥିବାବେଳେ କେସିଆର୍‌ କ୍ୟାବିନେଟର ମନ୍ତ୍ରୀ ଟି. ଶ୍ରୀନିବାସ ଯାଦବଙ୍କ ପୁଅ ସାଇ କିରନ ଯାଦବଙ୍କୁ ଟିଆର୍‌ଏସ୍‌ ଟିକେଟ ଦେଇଛି। ବିରୋଧୀ ସିପିଆଇ ଏବଂ ତେଲେଙ୍ଗାନା ଜନ ସମିତି (ଟିଜେଏସ୍‌) ଦୁଇଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଆନ୍ଧ୍ରରେ କ୍ଷମତାସୀନ ଟିଡିପି ୧୯୮୨ରେ ଗଠନ ହେବା ପରଠାରୁ ପ୍ରଥମଥର ପାଇଁ  ତେଲେଙ୍ଗାନା ଲୋକ ସଭା ନିର୍ବାଚନରେ ପ୍ରାର୍ଥୀ ଦେଇନାହିଁ। ଏଠାରେ କଂଗ୍ରେସକୁ ଟିଡିପି ସମର୍ଥନ କରିବ ବୋଲି ଘୋଷଣା କରିଛି, ଯାହାକି ବିଶେଷ ଫଳପ୍ରଦ ହେବନାହିଁ ବୋଲି ରାଜନୈତିକ ବିଶ୍ଳେଷକ ତେଲାକାପଲ୍ଲୀ ରବି ମତବ୍ୟକ୍ତ କରିଛନ୍ତି।


All Right Reserved By

ପରଜଙ୍ଗରେ ନୃସିଂହ, କାମାକ୍ଷାନଗରରେ ପ୍ରଫୁଲ୍ଲ ବିଜୟୀ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ଆସନରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଶତ୍ରୁଘ୍ନ ଜେନାଙ୍କୁ...

ପରଜଙ୍ଗ: ୫ମ ରାଉଣ୍ଡ ସୁଦ୍ଧା ଭାଜପାର ବିଭୂତି ପ୍ରଧାନ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ଆସନରେ ୫ମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ୧୨,୬୦୧ ଖଣ୍ଡ ଭୋଟ ସହ ଆଗୁଆ ରହିଛନ୍ତି।...

୧୭ତମ ଲୋକ ସଭାରେ ୧୫୯ ଏମ୍‌ପିଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୨୬।୫: ଦେଶର ୧୭ତମ ଲୋକ ସଭା ପାଇଁ ନିର୍ବାଚିତ ହୋଇଥିବା ୫୪୨ ଏମ୍‌ପି ମଧ୍ୟରୁ ୧୫୯ଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା ଥିବା ଆସୋସିଏଶନ୍‌ ଫର୍‌...

ପାକିସ୍ତାନ ବିଶ୍ୱର ପ୍ରଥମ ଟିମ୍‌

ନଟ୍ଟିଂହାମ, ୧୯।୫- ବିଶ୍ୱର ପ୍ରଥମ ଟିମ୍‌ ଭାବେ ପାକିସ୍ତାନ ଲଗାତର ୩ଟି ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୩୪୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ରନ କରିବାର...

ମାଡ୍ରାସ ହାଇକୋର୍ଟରୁ କିରଣ ବେଦୀଙ୍କୁ ଝଟକା: ସରକାରଙ୍କ ଦୈନିକ କାର୍ଯ୍ୟକଳାପ ଉପରେ କରିପାରିବେନି ହସ୍ତକ୍ଷେପ

ପଣ୍ଡୁଚେରୀ,୩୦।୪: ପଣ୍ଡୁଚେରୀର ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। କେନ୍ଦ୍ର ଶାସିତ ରାଜ୍ୟର ଦୈନିକ ଗତିବିଧି ଉପରେ ଦଖଲ...

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

କଟକରୋଡ଼,୧୭।୪(ଡି.ଏନ୍‌.ଏ): ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ବୁଧବାର ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିରେ ଚଢ଼ାଉ କରି ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ...

କେନ୍ଦୁପତ୍ର ବୋଝେଇ ଅଟୋ ଜବତ, ଜଣେ ଗିରଫ

ଛେଣ୍ଡିପଦା,୮।୬(ସ୍ବ.ପ୍ର)-ଛେଣ୍ଡିପଦା ବନାଞ୍ଚଳ ବ୍ରାହ୍ମଣବିଲ ଛକ ନିକଟରୁ ଶନିବାର ବନବିଭାଗ ଏକ କେନ୍ଦୁପତ୍ର ବୋଝେଇ ଅଟୋ ଜବତ କରିଛି। ଏହି ଘଟଣାରେ ଛେଣ୍ଡିପଦା ଥାନା କୋଶଳା ଶିମିଳିସାହିର...

୯ ବର୍ଷରେ ମଶା ନେଇଛି ୫୩ ମୁଣ୍ଡ : ଡେଙ୍ଗୁରେ ୨୬, ମ୍ୟାଲେରିଆରେ ୨୭ ମୃତ୍ୟୁ

ଅନୁଗୋଳ ଅଫିସ, ୧୮।୫ – ମଶା ନେଉଛି ମଣିଷ ଜୀବନ। ବିଶେଷକରି ଅନୁଗୋଳର ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗରେ ଅଧିକ...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *