Posted inଜାତୀୟ

୨୭ ବର୍ଷ ଧରି ଅଟକି ରହିଛି ମହିଳା ସଂରକ୍ଷଣ ବିଲ, ୨୦୧୦ରେ ଯୋଗୀ କରିଥିଲେ ବିରୋଧ…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ଏହି ବିଲ ପ୍ରଥମେ ସେପ୍ଟେମ୍ବର ୧୯୯୬ ରେ ଏଚଡି ଦେବ ଗୌଡା ସରକାରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ଏହା ପରେ ପ୍ରତ୍ୟେକ ସରକାର ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଚେଷ୍ଟା କରିଥିଲେ।

୨୦୧୦ ମସିହାରେ, ୟୁପିଏ ସରକାର ଏହି ବିଲ ରାଜ୍ୟସଭାରେ ପାରିତ କରିବାରେ ସଫଳ ହୋଇଥିଲେ ମଧ୍ୟ ଏହା ଲୋକସଭାରେ ଅଟକି ରହିଥିଲା। ଗତ ୨୭ ବର୍ଷ ମଧ୍ୟରେ ବିଲ ବହୁ ବାଧାର ସମ୍ମୁଖୀନ ହୋଇଛି।

ଯେତେବେଳେ ଏଚଡି ଦେବ ଗୌଡା ସରକାର ପ୍ରଥମ ଥର ପାଇଁ ସଂସଦରେ ମହିଳା ସଂରକ୍ଷଣ ବିଲ ଆଗତ କରିଥିଲେ। ସେତେବେଳେ ଦେଶରେ ୧୩ ଟି ଦଳର ମିଳିତ ମଞ୍ଚ ସହିତ ୟୁନାଇଟେଡ ଫ୍ରଣ୍ଟ ସରକାର ଥିଲା। କିନ୍ତୁ ଜନତା ଦଳର ନେତା ତଥା ଅନ୍ୟ କେତେକ ଦଳର ନେତା ଏହି ବିଲ ପାରିତ ହେବା ସପକ୍ଷରେ ନ ଥିଲେ। ଏହି ଦଳ ଏବଂ ନେତାଙ୍କ ବିରୋଧ ଯୋଗୁଁ ମହିଳା ସଂରକ୍ଷଣ ବିଲ ସିପିଆଇର ଗୀତା ମୁଖାର୍ଜୀଙ୍କ ନେତୃତ୍ୱରେ ୩୧ ସଦସ୍ୟ ବିଶିଷ୍ଟ ସଂସଦୀୟ ମିଳିତ କମିଟି ନିକଟକୁ ପଠାଯାଇଥିଲା।

ଏହି କମିଟିରେ ନୀତୀଶ କୁମାର, ଶରଦ ପାୱାର, ବିଜୟ ଭାସ୍କର ରେଡ୍ଡୀ, ମମତା ବାନାର୍ଜୀ, ମୀରା କୁମାର, ସୁମିତ୍ରା ମହାଜନ, ସୁଷମା ସ୍ବରାଜ, ସୁଶୀଲ କୁମାର ଶିନ୍ଦେ, ଉମା ଭାରତୀ, ଗିରିଜା ବ୍ୟାସ, ରାମ ଗୋପାଳ ଯାଦବ ଏବଂ ହାନ୍ନାହ ମୋଲ୍ଲାହ ରହିଥିଲେ।

୩୧ ଜଣ ସଦସ୍ୟଙ୍କ ଏହି କମିଟି ବିଲରେ ସାତୋଟି ପ୍ରମୁଖ ପ୍ରସ୍ତାବ ଦେଇଥିଲା। ସେମାନେ କହିଥିଲେ ଏହି ବିଲରେ ମହିଳାଙ୍କ ସଂରକ୍ଷଣ ସମ୍ପର୍କରେ ଏକ ତୃତୀୟାଂଶରୁ କମ ନୁହେଁ’ ବାକ୍ୟ ସ୍ପଷ୍ଟ ନୁହେଁ। କମିଟିର ପରାମର୍ଶ ଥିଲା ଏହାକୁ ପ୍ରାୟ ଏକ ତୃତୀୟାଂଶ’ ଲେଖାଯିବା ଉଚିତ ଯାହା ଦ୍ୱାରା ଏହା ସ୍ପଷ୍ଟ ହୋଇପାରିବ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କମିଟିର ଏକ ଅଂଶ ଥିଲେ। ଏହି ବିଲକୁ ବିରୋଧ କରି ସେ କହିଥିଲେ ମହିଳା ସଂରକ୍ଷଣ ବିଲ ଦେଶର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ମହିଳାଙ୍କୁ ସଂରକ୍ଷଣ ପ୍ରଦାନ ବିଷୟରେ ଆଲୋଚନା କରିଛି। କିନ୍ତୁ ମୁଁ ଭାବୁଛି ଓବିସି ମହିଳାମାନେ ମଧ୍ୟ ସଂରକ୍ଷଣ ପାଇବା ଉଚିତ ତେଣୁ ଓବିସି ମହିଳାମାନଙ୍କୁ ବିଲରେ ଉଲ୍ଲେଖ କରାଯାଇଥିବା ଏକ ତୃତୀୟାଂଶ ସଂରକ୍ଷଣରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଏହା ବ୍ୟତୀତ, ଓବିସି ମହିଳାମାନଙ୍କ ପାଇଁ ମଧ୍ୟ ଏହି ସଂରକ୍ଷଣ ସଠିକ ଅନୁପାତରେ ରହିବା ଜରୁରୀ।

୧୬ ମେ ୧୯୯୭ ରେ, ମହିଳା ସଂରକ୍ଷଣ ବିଲ ପୁଣି ଥରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା। କିନ୍ତୁ ଏଥର ଏହାକୁ ବିରୋଧ କରିବା ପାଇଁ ଶାସକ ମିଳିତ ମଞ୍ଚ ମଧ୍ୟରେ ବିରୋଧର ସ୍ବର ସୃଷ୍ଟି ହୋଇଥିଲା। ଏହି ବିଲ ବିରୋଧରେ ଯୁକ୍ତି କରୁଥିବାବେଳେ ଶରଦ ଯାଦବ ସେତେବେଳେ କହିଥିଲେ ମହିଳା ସଂରକ୍ଷଣ ବିଲ ଦ୍ୱାରା କେବଳ ଆଧୁନିକା ମହିଳାମାନେ ଉପକୃତ ହେବେ। ସହରୀ ମହିଳାମାନେ ଆମର ଗ୍ରାମୀଣ ମହିଳାମାନଙ୍କର କିପରି ପ୍ରତିନିଧିତ୍ୱ କରିବେ?

ଶରଦ ଯାଦବଙ୍କ ଏହି ବିବୃତ୍ତି ସେତେବେଳେ ଅନେକ ବିବାଦ ସୃଷ୍ଟି କରିଥିଲା। ଶରଦଙ୍କ ବ୍ୟତୀତ ହିନ୍ଦୀ ଭାଷାଭାଷୀ ନେତାମାନେ ଏହି ବିଲକୁ ଦୃଢ଼ ବିରୋଧ କରିଥିଲେ। ଯେଉଁଥିପାଇଁ ପୁଣି ଥରେ ଏହି ବିଲ ପାରିତ ହୋଇପାରି ନ ଥିଲା।

୨୦୧୦ ମସିହାରେ, ଯେତେବେଳେ ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା କରାଯାଇଥିଲା। ସେତେବେଳେ ଭାରତୀୟ ଜନତା ପାର୍ଟି ଏହି ବିଲକୁ ସମର୍ଥନ କରିଥିଲା। କିନ୍ତୁ ବର୍ତ୍ତମାନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ଏହା ବିରୋଧରେ ଥିଲେ।

୨୦୧୭ ମସିହାରେ ପୁଣି ଥରେ, ଯେତେବେଳେ ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେତେବେଳେ ରଣଦୀପ ସୁରଜେୱାଲା ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ। ସୁରଜେୱାଲା କହିଥିଲେ, ଗୋଟିଏ ପଟେ ଦେଶର ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କୁ ସମାନ ଅଧିକାର ଦେବା କଥା କହୁଥିବା ବେଳେ ଅନ୍ୟ ପଟେ ମହିଳାଙ୍କ ସମ୍ପର୍କରେ ଭାଜପାର ବିରୋଧୀ ମାନସିକତା ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri