୧୧ ଦିନରେ ୧୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଦୁଇ ସପ୍ତାହ ଧରି ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଗତ ୧୧ ଦିନରେ ଦେଶରେ ୧୦ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେୁ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହୁଛି। ସଂକ୍ରମଣ ତୀବ୍ରବେଗରେ ବ୍ୟାପୁଥିତ୍ବାରୁ ସରକାରଙ୍କ ଚିନ୍ତା ବଢ଼ିଚାଲିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୫୦ ଲକ୍ଷ ୨୦ ହଜାର ୩୬୦ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦ ହଜାର ୧୨୩ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ହଜାରେ ୨୯୦ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୮୨ହଜାର ୬୬ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୩୯ ଲକ୍ଷ ୪୨ହଜାର ୩୬୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯ ଲକ୍ଷ ୯୫ ହଜାର ୯୩୩ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ମଙ୍ଗଳବାର ୧୧ ଲକ୍ଷ ୧୬ ହଜାର ୮୪୨ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ସେହିପରି ସେପ୍ଟେମ୍ବର ୧୫ ସୁଦ୍ଧା ଦେଶରେ ୫ କୋଟି ୯୪ ଲକ୍ଷ ୨୯ ହଜାର ୧୧୫ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ସାନଖେମୁଣ୍ଡି ଅଞ୍ଚଳରେ ଉପ ଜିଲାପାଳଙ୍କ ନେତୃତ୍ୱରେ ସଫେଇ ଅଭିଯାନ, ଅଞ୍ଚଳବାସୀଙ୍କ ପ୍ରଶଂସା

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର, ସ୍ବଚ୍ଛ ଓ ଆଦର୍ଶ ଜିଲାରେ ପରିଣତ କରିବା…

ଫସିଯିବେ କି ଗଡ଼କରୀ? କହିଲେ ‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବମ୍ବେ ହାଇକୋର୍ଟରେ ଏକ ପ୍ରସ୍ତାବିତ ଦେୱାନୀ ମାମଲା ରୁଜୁ କରି ଦାବି କରିଛନ୍ତି ଯେ…

ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ…

ୟୁପିରେ ଏସ୍‌ପି-କଂଗ୍ରେସ ପାଇଁ ଅଡ଼ୁଆ ହେଲା କି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗ? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ, ୨୮।୭: ଭାରତୀୟ ଜନତା ପାର୍ଟିର ନେତା ତଥା ଓଡ଼ିଶାର ସମ୍ବଲପୁରରୁ ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri