୮୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୮-୩ : ଦେଶର ପୁଞ୍ଜିବଜାରରେ କରୋନା ଆତଙ୍କ ଲାଗି ରହିଛି। ମଙ୍ଗଳବାର ମଧ୍ୟ ସେନ୍‌ସେକ୍ସରେ ଏହାର ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। କରୋନା ଯୋଗୁ ମାନ୍ଦାବସ୍ଥା ସ୍ଥିତି ଉଜୁଜିବା ଆଶଙ୍କା ରହିଥିବାରୁ ନିବେଶକ ଛାନିଆ ହୋଇ ରହିଥିବାରୁ ପୁଞ୍ଜିବଜାରରେ ଏହାର ପ୍ରଭାବ ରହିଛି। ମଙ୍ଗଳବାର ମଧ୍ୟରେ ସେନ୍‌ସେକ୍ସ କାରବାରରେ କିଛିଟା ଉନ୍ନତି ଆସିଥିବା ବେଳେ ଶେଷ ପର୍ଯ୍ୟାୟ ଟ୍ରେଡ୍‌ରେ କାରବାର ହଠାତ୍‌ ଖସିଯାଇଛି। ମଙ୍ଗଳବାର ସେନ୍‌ସେକ୍ସ ୮୧୦.୯୮ ପଏଣ୍ଟ ବା ୨.୫୮% ଖସି ୩୦,୫୭୯.୦୯ ପଏଣ୍ଟରେ କାରବାର ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୨୩୦.୩୫ ପଏଣ୍ଟ ୨.୫୦% ନିମ୍ନରେ ରହି ୮,୯୬୭.୦୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ମାର୍ଚ୍ଚ ୨୦୧୭ରେ ନିଫ୍ଟି ୯୦୦୦ ପଏଣ୍ଟ ତଳକୁ ଖସିଥିଲା। ବିଦେଶୀ ନିବେଶକମାନେ ସେମାନଙ୍କ ନିବେଶ କାଢିନେଉଥିବା ବେଳେ ଡଲାର ତୁଳନାରେ ଦୁର୍ବଳ ଟଙ୍କା ଘରୋଇ ବଜାର ଲାଗି କ୍ଷତିକାରକ ହେଉଛି। ସେନ୍‌ସେକ୍ସରେ ମଙ୍ଗଳବାର ଆଇସିଆଇସିଆଇ ବ୍ୟାଙ୍କ କାରବାର ସର୍ବାଧିକ ପ୍ରଭାବିତ ହୋଇଛି। ଅନ୍ୟ ପ୍ରଭାବିତ ଷ୍ଟକ୍‌ ମଧ୍ୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇନ୍‌ଫୋସିସ୍‌, କୋଟାକ ବ୍ୟାଙ୍କ ଭଳି ଅନ୍ୟ କିଛି କମ୍ପାନୀ ରହିଛି।
ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚୀ ୨.୨୭% ନିମ୍ନରେ ରହିଛି। ଏହାବାଦ ଏସିଆର ଅନ୍ୟ ବଜାର ମଧ୍ୟରେ ସାଂଘାଇ,ସିଓଲ ମଧ୍ୟ ନକାରାତ୍ମକ କାରବାର ସ୍ଥିତିରେ ରହିଛନ୍ତି। ଏହାବାଦ ହଂକଂ ଏବଂ ଟୋକିଓ ଶେୟାର ବଜାରରେ କାରବାର ଉନ୍ନତ ରହିଛି। ୟୁରୋପରେ ଶେୟାର କାରବାର ୩% ଖସିଯାଇଛି। ଭାରତୀୟ ଶେୟାର ବଜାରରେ ଦିନ ମଧ୍ୟରେ ଡଲାର ତୁଳନାରେ ଟଙ୍କା ଫ୍ଲାଟ ୭୪.୨୦ ସ୍ତରରେ ରହିଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ, ଟେଲିକମ୍‌, ଟେକ୍‌, ଆଇଟି ଏବଂ ରିୟଲିଟି ସୂଚୀ ୪.୪୬% ଉଚ୍ଚରେ ରହିଥିବା ବେଳେ ଏଫ୍‌ଏମ୍‌ସିଜି କାରବାର ଉନ୍ନତ ରହିଛି। କରୋନା ପ୍ରଭାବକୁ ରୋକିବା ଲାଗି ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଜିଓଜିତ ଫାଇନାନ୍ସିଆଲ ସର୍ଭିସର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri