୮୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୮-୩ : ଦେଶର ପୁଞ୍ଜିବଜାରରେ କରୋନା ଆତଙ୍କ ଲାଗି ରହିଛି। ମଙ୍ଗଳବାର ମଧ୍ୟ ସେନ୍‌ସେକ୍ସରେ ଏହାର ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। କରୋନା ଯୋଗୁ ମାନ୍ଦାବସ୍ଥା ସ୍ଥିତି ଉଜୁଜିବା ଆଶଙ୍କା ରହିଥିବାରୁ ନିବେଶକ ଛାନିଆ ହୋଇ ରହିଥିବାରୁ ପୁଞ୍ଜିବଜାରରେ ଏହାର ପ୍ରଭାବ ରହିଛି। ମଙ୍ଗଳବାର ମଧ୍ୟରେ ସେନ୍‌ସେକ୍ସ କାରବାରରେ କିଛିଟା ଉନ୍ନତି ଆସିଥିବା ବେଳେ ଶେଷ ପର୍ଯ୍ୟାୟ ଟ୍ରେଡ୍‌ରେ କାରବାର ହଠାତ୍‌ ଖସିଯାଇଛି। ମଙ୍ଗଳବାର ସେନ୍‌ସେକ୍ସ ୮୧୦.୯୮ ପଏଣ୍ଟ ବା ୨.୫୮% ଖସି ୩୦,୫୭୯.୦୯ ପଏଣ୍ଟରେ କାରବାର ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୨୩୦.୩୫ ପଏଣ୍ଟ ୨.୫୦% ନିମ୍ନରେ ରହି ୮,୯୬୭.୦୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ମାର୍ଚ୍ଚ ୨୦୧୭ରେ ନିଫ୍ଟି ୯୦୦୦ ପଏଣ୍ଟ ତଳକୁ ଖସିଥିଲା। ବିଦେଶୀ ନିବେଶକମାନେ ସେମାନଙ୍କ ନିବେଶ କାଢିନେଉଥିବା ବେଳେ ଡଲାର ତୁଳନାରେ ଦୁର୍ବଳ ଟଙ୍କା ଘରୋଇ ବଜାର ଲାଗି କ୍ଷତିକାରକ ହେଉଛି। ସେନ୍‌ସେକ୍ସରେ ମଙ୍ଗଳବାର ଆଇସିଆଇସିଆଇ ବ୍ୟାଙ୍କ କାରବାର ସର୍ବାଧିକ ପ୍ରଭାବିତ ହୋଇଛି। ଅନ୍ୟ ପ୍ରଭାବିତ ଷ୍ଟକ୍‌ ମଧ୍ୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇନ୍‌ଫୋସିସ୍‌, କୋଟାକ ବ୍ୟାଙ୍କ ଭଳି ଅନ୍ୟ କିଛି କମ୍ପାନୀ ରହିଛି।
ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚୀ ୨.୨୭% ନିମ୍ନରେ ରହିଛି। ଏହାବାଦ ଏସିଆର ଅନ୍ୟ ବଜାର ମଧ୍ୟରେ ସାଂଘାଇ,ସିଓଲ ମଧ୍ୟ ନକାରାତ୍ମକ କାରବାର ସ୍ଥିତିରେ ରହିଛନ୍ତି। ଏହାବାଦ ହଂକଂ ଏବଂ ଟୋକିଓ ଶେୟାର ବଜାରରେ କାରବାର ଉନ୍ନତ ରହିଛି। ୟୁରୋପରେ ଶେୟାର କାରବାର ୩% ଖସିଯାଇଛି। ଭାରତୀୟ ଶେୟାର ବଜାରରେ ଦିନ ମଧ୍ୟରେ ଡଲାର ତୁଳନାରେ ଟଙ୍କା ଫ୍ଲାଟ ୭୪.୨୦ ସ୍ତରରେ ରହିଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ, ଟେଲିକମ୍‌, ଟେକ୍‌, ଆଇଟି ଏବଂ ରିୟଲିଟି ସୂଚୀ ୪.୪୬% ଉଚ୍ଚରେ ରହିଥିବା ବେଳେ ଏଫ୍‌ଏମ୍‌ସିଜି କାରବାର ଉନ୍ନତ ରହିଛି। କରୋନା ପ୍ରଭାବକୁ ରୋକିବା ଲାଗି ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଜିଓଜିତ ଫାଇନାନ୍ସିଆଲ ସର୍ଭିସର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri