Posted inଫୁରସତ

୭ ବର୍ଷର ଶିଶୁଙ୍କ ୬ ପ୍ୟାକ୍‌ ଆବ୍‌ସ, ଇନ୍‌ଷ୍ଟାଗ୍ରାମରେ ରହିଛନ୍ତି ୪୦ ଲକ୍ଷରୁ ଅଧିକ ଫଲୋଅର୍ସ

ଆଜିର ସମୟରେ ଅଧିକାଂଶ ଲୋକ ଫିଟନେସ୍‌ ପ୍ରତି ଧ୍ୟାନ ଦେଉଛନ୍ତି। ବିଶେଷକରି ଯୁବଗୋଷ୍ଠୀ। ମାତ୍ର ଇରାନର ଜଣେ ୭ ବର୍ଷର ଶିଶୁ ୬ ପ୍ୟାକ୍‌ ଆବ୍‌ସ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ନାମ ଆରତ୍‌ ହୋସ୍‌ନି। ଯିଏ ଇରାନର ବାବୋଲ୍‌ ସହରରେ ରୁହନ୍ତି। ଆରତ୍‌ ଖାଲି ସୋସିଆଲ ମିଡିଆ ନୁହେଁ, ଫୁଟବଲ ଖେଳରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୪୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ତାଙ୍କର ପ୍ରତ୍ୟେକ ପୋଷ୍ଟରେ ଲକ୍ଷଲକ୍ଷ ଲାଇକ୍‌ ମିଳିଥାଏ। ଏତେ କମ୍‌ ବୟସରେ ଆରତ୍‌ ଏତେ ପ୍ରସିଦ୍ଧ ହୋଇଯାଇଛନ୍ତି ଯେ, ବଡ଼ବଡ଼ ଫିଲ୍ମ ଷ୍ଟାର୍‌ମାନେ ମଧ୍ୟ ପଛରେ ପଡ଼ିଯିବେ।


ଆରତ୍‌ ୩୦ସେପ୍ଟେମ୍ବର ୨୦୧୩ରେ ଇଂଲଣ୍ଡର ଲିବରପୁଲରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଲିବରପୁଲ ଏକାଡେମୀରେ କ୍ରୀଡ଼ା ତାଲିମ ନେଉଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆରତ୍‌ ମାତ୍ର ୯ ମାସ ବୟସରେ ଜିମ୍ନାଷ୍ଟିକ୍‌ ଆରମ୍ଭ କରିଥିଲେ। ଏବଂ ଦୁଇ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଥିଲେ।


ଆରତ୍‌ଙ୍କ ଲମ୍ବା କେଶ ଯୋଗୁ ଲୋକମାନେ ପ୍ରାୟତଃ ତାଙ୍କୁ ଝିଅ ବୋଲି ଭାବିଥାନ୍ତି। ସେ ଫୁଟବଲ ଖେଳିବାକୁ ପସନ୍ଦ କରନ୍ତି। ତାଙ୍କର ସ୍ବପ୍ନ ହେଉଛି ବଡ଼ ବାର୍ସିଲୋନା ଫୁଟବଲ କ୍ଲବ ପାଇଁ ଖେଳିବା। ତାଙ୍କର ପ୍ରିୟ ଫୁଟବଲ ଖେଳାଳି ହେଉଛନ୍ତି ଲିଓନେଲ ମୈସେ। ତେଣୁ ଆରତ୍‌ ତାଙ୍କ ପରି ଖେଳିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri