୭ ବଡ଼ ସହରରେ ୨୭% ଛୋଟ ହୋଇଛି ଫ୍ଲାଟ୍‌ ସାଇଜ୍‌

ନୂଆଦିଲ୍ଲୀ,୨୪-୯: ଫ୍ଲାଟ୍‌ କିଣିବାକୁ ହାତପାହାନ୍ତରେ ପହଞ୍ଚାଇବା ଲକ୍ଷ୍ୟରେ ବିଲ୍‌ଡର ମାନେ ଫ୍ଲାଟ୍‌ ସାଇଜ୍‌(ଆକାର) କମାଇବା ଆରମ୍ଭ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଦେଶର ୭ ବୃହତ ସହରରେ ରେସିଡେନ୍ସିଆଲ ଫ୍ଲାଟ୍‌ ସାଇଜ୍‌ ୨୭ ପ୍ରତିଶତ ହ୍ରାସ ପାଇଛି ବୋଲି ପ୍ରପର୍ଟି କନ୍‌ସଲ୍‌ଟାଣ୍ଟ କମ୍ପାନୀ ଆନାରକ୍‌ ପକ୍ଷରୁ ଏକ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି। ତେବେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର(ଏନ୍‌ସିଆର୍‌)ରେ ଫ୍ଲାଟଗୁଡ଼ିକର ହାରାହାରି ଆକାର ମାତ୍ର ୬% କମିଛି।
ଆନାରକ୍‌ ଅଧ୍ୟକ୍ଷ ଅନୁଜ ପୁରୀ ସୋମବାର କହିଛନ୍ତି ଯେ, ନଗଦ ସଙ୍କଟ, କ୍ରେତାଙ୍କ ପ୍ରାଥମିକତାରେ ପରିବର୍ତ୍ତନ ଓ ଫ୍ଲାଟ୍‌ ଦାମ ବୃଦ୍ଧି ପାଉଥିବା କାରଣରୁ ଏବେ ଅଧିକ ମାତ୍ରାରେ ବଡ଼ ଫ୍ଲାଟ୍‌ ବିକ୍ରି ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ବିଲ୍ଡର ଏବେ ‘ଅତ୍ୟନ୍ତ ଉନ୍ନତ’ ମାର୍କା ଫ୍ଲାଟ୍‌ ନିର୍ମାଣରୁ ଦୂରେଇ ଯାଇଛନ୍ତି। ୭ ପ୍ରମୁଖ ସହରରେ ସେମାନେ ଏବେ ଛୋଟ ଆକାର ଫ୍ଲାଟ୍‌ ନିର୍ମାଣ ଉପରେ ଦୃଷ୍ଟିନିବଦ୍ଧ କରିଛନ୍ତି। ଆନାରକ୍‌ ପକ୍ଷରୁ କୁହାଯାଇଛି ଯେ, ୨୦୧୪ରେ ଦିଲ୍ଲୀ-ଏନ୍‌ସିଆର୍‌, ପୁଣେ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ୍‌ ଓ କୋଲକାତାରେ ୧୪୦୦ ବର୍ଗଫୁଟ୍‌ର ଫ୍ଲାଟ୍‌ ନିର୍ମାଣ କରାଯାଉଥିଲା। ଏବେ ଏହା ୧୦୨୦ ବର୍ଗଫୁଟ୍‌କୁ ଖସି ଆସିଛି। ଆନାରକ୍‌ର ତଥ୍ୟ ଅନୁଯାୟୀ, ମୁମ୍ବାଇରେ ଫ୍ଲାଟ୍‌ର ହାରାହାରି ଆକାର ସର୍ବାଧିକ ୪୫% ହ୍ରାସ ପାଇଛି। ୨୦୧୪ରେ ଏହା ୯୬୦ ବର୍ଗଫୁଟ୍‌ ରହିଥିବା ବେଳେ ଏବେ ଏହା ୫୩୦ ବର୍ଗଫୁଟକୁ ଖସିଆସିଛି। ପୁଣେରେ ଏହା ୩୮ ପ୍ରତିଶତ, ଚେନ୍ନାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ୍‌ରେ ଫ୍ଲାଟ୍‌ର ହାରାହାରି ଆକାର କ୍ରମଶଃ ୮,୯ ଓ ୧୨ ପ୍ରତିଶତ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri