୫୬ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସ୍ଥିତି ଅତ୍ୟଧିକ ଖରାପ

ନୂଆଦିଲ୍ଲୀ,୧୬-୭: ଆର୍ଥିକ ସ୍ଥିତି ଦୃଷ୍ଟିରୁ ଦେଶରେ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସଂଖ୍ୟା ଗତ ୩ ବର୍ଷରେ ବଢ଼ିଚାଲିଛି। ୨୦୧୫-୧୬ରେ ଏହି ସଂଖ୍ୟା ୪୮ ଥିବା ବେଳେ ୨୦୧୭-୧୮ରେ ଏହା ବୃଦ୍ଧି ପାଇ ୫୬ରେ ପହଞ୍ଚତ୍ଲାଣି। ଏମାନଙ୍କ ମଧ୍ୟରେ ଏୟାର ଇଣ୍ଡିଆ ସର୍ବାଗ୍ରେ ରହିଛି। ସବୁଠୁ ଖରାପ ସ୍ଥିତିରେ ଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ହେଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍‌ ଲିମିଟେଡ, ଭାରତ କୋକିଙ୍ଗ କୋଲ୍‌ ଲିମିଟେଡ, ଭେଲ୍‌ ଇଲେକ୍ଟ୍ରୋନିକ୍ସ ମେଶିନ ଲିମିଟେଡ ଏବଂ ଏମ୍‌ଟିଏନ୍‌ଏଲ୍‌। ସମସ୍ତ ୫୬ କମ୍ପାନୀଙ୍କ ନେଟ୍‌ଓ୍ବର୍ଥ ୨୦୧୭-୧୮ରେ ମାଇନସ୍‌ ୮୮,୫୫୬ କୋଟି ଟଙ୍କା ରହିଥିବା ବେଳେ ସେମାନଙ୍କ ମୋଟ୍‌ କ୍ଷତିର ପରିମାଣ ୧,୩୨,୩୬୦ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ଏୟାର ଇଣ୍ଡିଆର ନେଟ୍‌ଓ୍ବର୍ଥ ମାଇନସ ୨୪,୮୯୩ କୋଟି ଟଙ୍କା ଥିବା ବେଳେ ଏହାର କ୍ଷତିର ପରିମାଣ ୫୩,୯୧୪ କୋଟି ଟଙ୍କା ହୋଇଥିବାରୁ ଏହା କ୍ଷତି ଦୃଷ୍ଟିରୁ ସମସ୍ତ କମ୍ପାନୀଙ୍କ ଆଗରେ ରହିଛି ବୋଲି ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଭାରି ଉଦ୍ୟୋଗ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥା ମନ୍ତ୍ରୀ ଅରବିନ୍ଦ ଗନପତ ସାଓ୍ବନ୍ତ କହିଛନ୍ତି। କ୍ଷତିରେ ଚାଲୁଥିବା ଏହି କମ୍ପାନୀଙ୍କୁ ପୁନର୍ବାର ମୂଳ ସ୍ଥାନକୁ ଫେରାଇ ଆଣିବା ଲାଗି ପୁନର୍ଗଠନ ଯୋଜନା ହାତକୁ ନିଆଯିବ। ଏଭଳି କମ୍ପାନୀ ଯେପରି ଲାଭର ମୁହ ଦେଖିପାରିବେ ସେନେଇ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ ୬ କମ୍ପାନୀର ପୁନରୁଜ୍ଜୀବନ ପାଇଁ ଆଗତ ଯୋଜନାକୁ ସରକାର ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି ବୋଲି ସେ କହିଛନ୍ତି। ସେଗୁଡ଼ିକ ହେଲା ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର ନିଗମ ଲିମିଟେହ, ହିନ୍ଦୁସ୍ତାନ ଷ୍ଟିଲ୍‌ଓ୍ବର୍କସ କନଷ୍ଟ୍ରକଶନ ଲିମିଟେଡ, ରିଚାର୍ଡସନ ଆଣ୍ଡ କ୍ରୁଡଡାସ ଲିମିଟେଡ, ନେପା ଲିମିଟେଡ, ହୁଗଲୀ ପ୍ରିଣ୍ଟିଂ ଲିମିଟେଡ ଓ କୋଙ୍କଣ ରେଲଓ୍ବେ ନିଗମ ଲିମିଟେଡ।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri