୫ ରାଜ୍ୟର ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରୁଛି

ନୂଆଦିଲ୍ଲୀ,୪।୬: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ ଯୋଗୁ ସାରା ଦେଶର ଅର୍ଥବ୍ୟବସ୍ଥାକୁ ଗଭୀର ଭାବେ କ୍ଷତି ପହଞ୍ଚିଛି। ବର୍ତ୍ତମାନ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ଫଳରେ ୫ ରାଜ୍ୟର ଅର୍ଥ ବ୍ୟବସ୍ଥା ପୁଣି ଥରେ ଟ୍ରାକ୍‌କୁ ଫେରୁଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ରାଜ୍ୟଗୁଡିକ ମଧ୍ୟରେ କେରଳ,ପଞ୍ଜାବ, ତାମିଲନାଡୁ, ହରିୟାଣା ଏବଂ କର୍ନାଟକ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ଏହି ରାଜ୍ୟଗୁଡିକ ୨୭% ଯୋଗଦାନ ରଖୁଛନ୍ତି। ଏଲାରା ସିକ୍ୟୁରିଟିଜ ପକ୍ଷରୁ ହୋଇଥିବା ଅଧ୍ୟୟନ ମୁତାବକ ଏହି ରାଜ୍ୟଗୁଡିକର କାର୍ଯ୍ୟକଳାପ ସୁଧାର ହେଉଛି। ରାଜ୍ୟଗୁଡିକର ବିଜୁଳି ଚାହିଦା, ଟ୍ରାଫିକ,ଉତ୍ପାଦର ଉପଲବ୍ଧତା ଭଳି ବିଭିନ୍ନ ପ୍ରସଙ୍ଗକୁ ଆଧାରରେ ଅଧ୍ୟୟନ କରାଯାଇଛି। ଏହି ରାଜ୍ୟଗୁଡିକରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆସୁଥିବା ଦେଖାଯାଉଛି। ଏହା ଦେଶର ଅର୍ଥ ବ୍ୟବସ୍ଥା ଲାଗି ଲାଭକାରି ବୋଲି ଏଲାର ପକ୍ଷରୁ ଗରିମା କପୁର କହିଛନ୍ତି।
ରିପୋର୍ଟ ମୁତାବକ ଚେନ୍ନାଇ ସହର ବାହାରେ ସ୍ଥିତି ଉନ୍ନତ ରହିଛି। ଏଠାରେ ମାନୁଫାକ୍‌ଚରିଂକୁ ଜିଡିପିର ଯୋଗଦାନ ୩୪%। ହ୍ୟୁଣ୍ଡାଇ, ଫୋର୍ଡ ସମେତ ଅନ୍ୟ କମ୍ପାନୀଗୁଡିକର ମାନୁଫାକ୍‌ଚରିଂ ୟୁନିଟ ସେଠାରେ ରହିଛି। ଲକ୍‌ଡାଉନ ଯେତେ କୋହଳ ହେବ ଇଣ୍ଡଷ୍ଟ୍ରିଗୁଡିକ ସେତେ ଶୀଘ୍ର କାମ ସମ୍ଭାଳିବେ। ରୋଜଗାର ଏବଂ ଅଭିବୃଦ୍ଧି ପାଇଁ ଏହା ଭଲ ସଙ୍କେତ। କେରଳ ପରେ ମଲ୍‌, ରେଷ୍ଟୁରାଷ୍ଟ ଖୋଲିଥିବା ରାଜ୍ୟ ମଧ୍ୟରେ କର୍ନାଟକ ଆସୁଛି। ଭାରତର ଆଇଟି ହବ୍‌ ବାଙ୍ଗାଲୋରରେ ଏଭଳି ପଦକ୍ଷେପ ଦ୍ୱାରା ସର୍ଭିସ ସେକ୍ଟର ପୁଣି ଟ୍ରାକ୍‌କୁ ଫେରିବାରେ ସହାୟକ ହୋଇପାରିବ। ରିପୋର୍ଟ ମୁତାବକ ସେଲୁନ ସର୍ଭିସ, ଏୟାର କଣ୍ଡିସନର, ଏୟାର ଟ୍ରାଭେଲ, ବାଇକ ଏବଂ ଭାକ୍ୟୁମ କ୍ଲିନର ବିକ୍ରିରେ ଉନ୍ନତି ଆସିଛି। କର୍ନାଟକ ଜିଡିପିରେ ସର୍ଭିସ ସେକ୍ଟରର ଯୋଗଦାନ ୬୪%। ସେହିଭଳି ସିମୋଗା, ହୁବୁଲି, ଗୁଲ୍‌ମାର୍ଗ, ମହୀଶୂର ଭଳି ସ୍ଥାନରେ ଫ୍ୟାକ୍ଟ୍ରିଗୁଡିକ କାମ ଆରମ୍ଭ କରିଛନ୍ତି।
ହରିୟାଣାରେ ମଧ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରିତ ହେଉଛି। ସେଠାରେ ମୋଟ ଜିଡିପିରେ ସର୍ଭିସ ସେକ୍ଟରର ଯୋଗଦାନ ୫୧%। ଏଠାରେ ଗୁରୁଗ୍ରାମ ଏବଂ ମାଣେସରରେ ଥିବା ଫ୍ୟାକ୍ଟ୍ରିଗୁଡିକର ଟ୍ରାକ୍‌କୁ ଫେରିଲେଣି। ଆଇଟି,ଆଇଟିଇଏସ୍‌, ଅଟୋପାର୍ଟସ, ସାଇକେଲ, ଖେଳନା ଭଳି କ୍ଷେତ୍ରରେ ରୋଜଗାର ଦେଉଥିବା କମ୍ପାନୀଗୁଡିକର ପୁଣି ଥରେ କାମ ଆରମ୍ଭ ହୋଇଛି। ସେହିଭଳି ପଞ୍ଜାବରେ କୃଷି କାର୍ଯ୍ୟ ଟ୍ରାକ୍‌କୁ ଫେରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri