Posted inଫୁରସତ

୪୨ ବର୍ଷ ଧରି ବନ୍ଦ ରହିଥିଲା ଏହି ରେଲ୍‌ଓ୍ବେ ଷ୍ଟେଶନ, ଜାଣନ୍ତୁ କାରଣ

ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ପଶ୍ଚିମବଙ୍ଗର ପୁରୁଲିୟା ଜିଲାରେ ରହିଛି ଏହି ଷ୍ଟେଶନ। ଯାହାର ନାମ ବେଗୁନ୍‌କୋଦର। ୧୯୬୦ ମସିହାରେ ଏହି ଷ୍ଟେଶନଟି ଆରମ୍ଭ ହୋଇଥିଲା। ସନ୍ଥାଳର ରାଣୀ ଲାଚନ କୁମାରୀ ସେତେବେଳେ ଏହାକୁ ଉଦ୍‌ଘାଟନ କରିଥିଲେ। ଷ୍ଟେଶନ ଖୋଲିବାର କିଛିଦିନ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଥିଲା। ମାତ୍ର ଏହା ପରେ ଅଦ୍ଭୁତ ଘଟଣାସବୁ ଘଟିଲା। ୧୯୬୭ ମସିହାରେ ରେଲ୍‌ଓ୍ବେର ଜଣେ କର୍ମଚାରୀ ଷ୍ଟେଶନରେ ଭୂତ ଦେଖିଥିବା କହିଥିଲେ। ମହିଳା ରୂପୀ ଭୂତ ଜଣକ ଉଡ଼ିଯିବାରୁ ଏକ ଟ୍ରେନ୍‌ ଦୁର୍ଘଟଣା ମଧ୍ୟ ଘଟିଥିଲା ବୋଲି କର୍ମଚାରୀ ଜଣକ କହିଥିଲେ। ମାତ୍ର ତାଙ୍କର ଏହି କଥାକୁ ସମସ୍ତେ ଅଣଦେଖା କରିଥିଲେ।

ପ୍ରକୃତ କାରଣ ଜଣାପଡ଼ିଥିଲା ଯେତେବେଳେ ଷ୍ଟେଶନ ମାଷ୍ଟରଙ୍କ ପରିବାର ଲୋକଙ୍କ ମୃତଦେହ ଷ୍ଟାଫ୍‌ କ୍ୱାର୍ଟର୍ସରେ ଦେଖିବାକୁ ମିଳିଥିଲା। ଭୂତ ଯୋଗୁ ଏମାନଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ଏହି କଥା ରେଲ୍‌ଓ୍ବେ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଫଳରେ ଷ୍ଟେଶନଟିକୁ ପୂରା ବନ୍ଦ କରି ଦିଆଯାଇଥିଲା। ୨୦୦୯ ମସିହାରେ ମମତା ବାନାର୍ଜୀ ରେଲ୍‌ଓ୍ବେ ମନ୍ତ୍ରୀ ଥିବା ବେଳେ ଏହାକୁ ପୁନଃ ଚାଲୁ କରିଥିଲେ। ଏବେ ଏଠାରେ ୧୦/୧୨ଟି ଟ୍ରେନ୍‌ ଅଟକୁଛି। ମାତ୍ର ଲୋକଙ୍କ ମନରୁ ଆଜି ବି ଭୟ ଛାଡ଼ିନି। ଏହି ଷ୍ଟେଶନଟି ଭୂତ ଷ୍ଟେଶନ ନାମରେ ଜଣାଶୁଣା। ଏହି ଷ୍ଟେଶନ ବୁଲିବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି। କିନ୍ତୁ ସନ୍ଧ୍ୟା ପୂର୍ବରୁ ଫେରିଯାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri